ଦହିବରା-ଆଳୁଦମ୍ ଦିବସରେ ମହ ମହ ବାସିଲା କଟକ ସହର । ଖାଲି କଟକ କାହିଁକି, ରାଜ୍ୟର ବିଭିନ୍ନ ସ୍ଥାନରେ ବି ଖୁବ୍ ବିକ୍ରି ହୋଇଛି ଏହି ପାଟି ସୁଆଦିଆ ଆଇଟମ୍ । ଦହି ପାଣିରେ ଡୁବିଥିବା କଅଁଳ ବରା ଉପରେ ମସଲା ଆଳୁଦମ୍ ।
ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ ଖାଇବାର ମଜା କିଛି ନିଆରା । କଟକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ତରଫରୁ ଦହିବରା ଦିବସ ପାଳନ କରାଯାଇଛି । ଏହି ଅବସରରେ ଦହିବରା ଷ୍ଟଲ୍ ବୁଲି ଖାଇବାର ମଜା ନେଉଛନ୍ତି ସଭିଏଁ ।
ଫାଷ୍ଟ ଫୁଡ୍, ରେଡ଼ିମେଡ୍ ଫୁଡ୍, ଜଙ୍କ୍ ଫୁଡ୍, ହେଲଦି ଫୁଡ୍, ଆଉ ଗୋଟେ ଟ୍ରେଣ୍ଡ୍ ହେଲା ଷ୍ଟ୍ରିଟ୍ ଫୁଡ୍। ମାନେ ଯାହା ଷ୍ଟ୍ରିଟ୍ରେ ମିଳେ। ଷ୍ଟ୍ରିଟ୍ ମାନେ ସହରର ଗଳିକୁ ବୁଝାଏ। ଷ୍ଟ୍ରିଟ୍ ଫୁଡ୍ ହେଲା ଲୋକମାନଙ୍କ ଦ୍ୱାରା ଅସ୍ଥାୟୀ ଠେଲା।
ମନ ଆନନ୍ଦରେ କଟକର ଦହିବରା ଆଲୁଦମ୍ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
କଟକର ପ୍ରସିଦ୍ଧ ଦହିବରା ଏବେ ସାରା ରାଜ୍ୟରେ ବ୍ୟାପିଲାଣି। ଗାଁ ଗାଁରେ ଘରେ ଘରେ ଦହିବରାକୁ ବେଶ୍ ଉତ୍ସାହରେ ଖାଇବାକୁ ପସନ୍ଦ କରନ୍ତି ଓଡ଼ିଆ।
ଦହିବରା ଆଳୁଦମର ସ୍ୱାଦ ନିଆରା। ପ୍ଲେଟ୍ରେ ତାଜା ତାଜା ଦହିବରା, ସେଥିରେ ଟେଷ୍ଟି ଟେଷ୍ଟି ଆଳୁଦମ, ଆଉ ତା’ ଉପରେ ସେଉ, ପିଆଜ। ନାଁ ଶୁଣି ଆପଣଙ୍କ ପାଟିରୁ ନିଶ୍ଚିତ ନାଳ ଆସିଯିବଣି। ଆଜି ମାର୍ଚ୍ଚ ୧ ତାରିଖ ଅନ୍ତର୍ଜାତୀୟ ଦହିବରା ଆଳୁଦମ ଦିବସ ଉପଲକ୍ଷେ ଆମେ ଟ୍ୱିନ୍ ସିଟିର ଏମିତି କିଛି ଜାଗାର ନାଁ କହିବା ଯେଉଁଠିକୁ ଆପଣ ଯାଇ ସୁସ୍ୱାଦୁ ଦହିବରା ଆଳୁଦମର ମଜ୍ଜା ନେଇପାରିବେ।