ଆପଣଙ୍କୁ ଅଜଣା ନମ୍ବରରୁ କଲ୍ ଆସୁଛି କି ? ସମ୍ପର୍କୀୟଙ୍କ ପରିଚୟ ଦେଇ ପଇସା ମାଗୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ସାଇବର ଠକେଇର ହୋଇପାରନ୍ତି ଶିକାର ।
କେରଳରେ ଭାଗ୍ୟ ପରୀକ୍ଷା କରୁଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ଉପନିର୍ବାଚନରେ ହୋଇଛି କଡା ଟକ୍କର । ରାହୁଲ ଗାନ୍ଧୀ ଇସ୍ତଫା ଦେବା ପରେ ଏହି ଆସନରେ ଲଢିଛନ୍ତି ପ୍ରିୟଙ୍କା ଗାନ୍ଧୀ। ମତଦାନ ହାର କମିଥିବାରୁ ଫଳାଫଳକୁ ନେଇ ବଢିଛି ଚର୍ଚ୍ଚା ।
ରାମ ମନ୍ଦିର ଉଡ଼ାଇଦେବାକୁ ବାରମ୍ବାର ଆତଙ୍କବାଦୀଙ୍କ ଧମକ । ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ରାମ ମନ୍ଦିର ଉଡାଇଦେବାକୁ ଧମକ ଦେଉଛି । ଆସନ୍ତା ୧୬ ଓ ୧୭ ତାରିଖରେ ରାମ ମନ୍ଦିର ଉପରେ ଆକ୍ରମଣ ହେବା କହିଛି ପନ୍ନୁ ।
ବାହାଘର ସିଜନ୍ ଆଗରୁ ଚମକିଲା ସୁନା । ଗତକାଲି ଅପେକ୍ଷା୧୦ ଗ୍ରାମ ପିଛା ସୁନା ଦର ପାଖାପାଖି ୧୧ ଶହ ଟଙ୍କା ଶସ୍ତା ହୋଇଛି । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର।
ଆୟକର ବିଭାଗ (ITR) ଦାଖଲ ତଥ୍ୟ ଅନୁଯାୟୀ, ୨୦୧୩-୧୪ ମସିହାରେ ୫୦ ଲକ୍ଷରୁ ଅଧିକ ଆୟ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୧.୮୫ ଲକ୍ଷ ଥିବା ବେଳେ ବର୍ତ୍ତମାନ ଅର୍ଥାତ ୨୦୨୩-୨୪ ମସିହାରେ ଏହା ୯.୩୯ ଲକ୍ଷରୁ ଅଧିକରେ ପହଞ୍ଚିଛି। ଯାହାକି ପ୍ରାୟ ୫ଗୁଣ ଅଧିକ।
ବିଭିନ୍ନ କମ୍ପାନିଗୁଡ଼ିକର ଦ୍ୱିତୀୟ ତ୍ରୈମାସିକ କାରବାର ଦୁର୍ବଳ ରହିଛି । ଏସିଆର ବିଭିନ୍ନ ଷ୍ଟକ୍ ବଜାରରେ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ପଡ଼ିଛି ।
ପ୍ରଥମ ପର୍ଯ୍ୟାୟରେ ୪୩ ବିଧାନସଭା ସିଟରେ ପଡ଼ିଲା ଭୋଟ୍ । ମତାଧିକାର ସାବ୍ୟସ୍ତ କଲେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ।
ମେଡ଼ିକାଲ୍ରେ ଚାଲିଲା ଖଣ୍ତଯୁଦ୍ଧ । କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ ।
ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପରେ ଦେଶର ଅନେକ ରାଜ୍ୟ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ‘ବୁଲଡୋଜର’ ଆକ୍ସନ ନେଉଛନ୍ତି। ତେବେ ସୁପ୍ରିମକୋର୍ଟ ଏହାକୁ ‘ଅସାମ୍ବିଧାନିକ’ ଘୋଷଣା କରିବା ସହ ଏହାକୁ ଭର୍ତ୍ସନା କରିଛନ୍ତି।
ରାହୁଲ ଚୌଧୁରୀ ନାମକ ଜଣେ ବ୍ୟକ୍ତି ଅତ୍ୟାଧୁନିକ ଚାଷ ସେଟ୍ଅପ୍ ସହ ଆପାର୍ଟମେଣ୍ଟର ଦଶମ ମହଲାରେ ଥିବା ତାଙ୍କ ଫ୍ଲାଟ୍ରେ ବିଭିନ୍ନ ପ୍ରକାରର ଗଞ୍ଜେଇ ଚାଷ କରୁଥିଲେ ।
ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ସିଟରେ ନିର୍ବାଚନ ହେଉଛି।
ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା। ଭାରତୀୟ ଷ୍ଟକ୍ ମାର୍କେଟରୁ ଫରେନ୍ ପୋର୍ଟଫୋଲିଓ ଇନଭେଷ୍ଟମେଣ୍ଟ ଶେୟାର୍ ବିକ୍ରି ବଢିଚାଲିଛି । ଏଥିରେ ହସ୍ତକ୍ଷେପ କରିପାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ।
ପରିଚୟ ହରାଇଲା ‘ଭିସ୍ତାରା’। ଗତକାଲି ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସରେ ବିଲୟ ହୋଇଛି ‘ଭିସ୍ତାରା ଏୟାର ଲାଇନ୍ସ’ । ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି ।
ମହାବିକାଶ ଅଘାଡ଼ି ଦଳର ଭୋଟରଙ୍କୁ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି। ଯୁବକଙ୍କୁ ପ୍ରତି ମାସରେ ମିଳିବ ୪ ହଜାର ଟଙ୍କା ବେକାରୀ ଭତ୍ତା। ମହିଳାଙ୍କୁ ପ୍ରତି ମାସରେ ୩ ହଜାର ଟଙ୍କା ପ୍ରଦାନ। ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା। କୃଷକଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼। ନିୟମିତ ଋଣ ପରିଶୋଧ ଉପରେ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି।
ପୁଣି ମଣିପୁରରେ ହିଂସା । CRPF କ୍ୟାମ୍ପ ଉପରେ ଆକ୍ରମଣ କଲେ କୁକି ସମ୍ପ୍ରଦାୟର କେତେକ ଆତଙ୍କୀ ।
ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି ।
ସାଧାରଣତଃ ଅନେକ ଲୋକ ୧୧:୧୧ କୁ ଶୁଭ ବୋଲି ମାନି ଥାଆନ୍ତି । ଘଣ୍ଟାରେ ଏହି ସମୟ ଦେଖି ମନ ଭିତରେ କିଛି ମାଗିଲେ ତାହା ପୂର୍ଣ୍ଣ ହୁଏ ବୋଲି ଅନେକଙ୍କ ବିଶ୍ୱାସ ରହିଛି ।
ମଙ୍ଗଳବାର ଠାରୁ ଭିସ୍ତାରା ବିମାନ ଏୟାର ଇଣ୍ଡିଆ ନାଁରେ ଉଡ଼ିବ। ଏହି ପରିବର୍ତ୍ତନ ସହିତ ଭାରତୀୟ ବିମାନ ଚଳାଚଳ କ୍ଷେତ୍ରରେ ଫୁଲ୍ ସର୍ଭିସ୍ ଏୟାର୍ଲାଇନ୍ରେ ବିମାନ ସଂଖ୍ୟା ଗୋଟିଏକୁ ହ୍ରାସ ପାଇବ।
ନେତା ଓଡ଼ିଶାର କିନ୍ତୁ ମଇଦାନ ଝାଡ଼ଖଣ୍ଡ । ଓଡ଼ିଆ ଭୋଟରଙ୍କ ମନ ଜିଣିବାକୁ ଓଡ଼ିଶାର କଂଗ୍ରେସ ଓ ବିଜେପି ନେତା ଡେରା ପକାଇଛନ୍ତି ଝାଡଖଣ୍ଡରେ ।
ଆଗକୁ ଆସୁଛି ବିବାହ ଋତୁ । ସୁନା କିଣିବାକୁ ଗହଣା ଦୋକାନରେ ଭିଡ଼ । ଗତକାଲି ଅପେକ୍ଷା ଆଜି କମିଛି ସୁନାର ଦାମ୍ । ତେବେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଦିଲ୍ଲୀ ଆୟକର ବିଭାଗର ସିନୟର ଷ୍ଟାଣ୍ଡିଂ କାଉନସେଲ୍ ଭାବେ ସେ ୨୦୦୪ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ସହକାରୀ ସରକାରୀ ଓକିଲ ଭାବେ ମଧ୍ୟ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରିଥିଲେ ।
ଜାମସେଦପୁର ଇଷ୍ଟ୍ ଆସନରେ ନିର୍ବାଚନ ଲଢୁଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଓ ପୂର୍ବତନ ସାଂସଦ ତଥା ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର ।
ଷ୍ଟେସନ୍ ମାଷ୍ଟର୍ କଲେ ଭୁଲ୍, ରେଳବାଇର କ୍ଷତି ହେଲା ୩ କୋଟି ଟଙ୍କା । ସାମାନ୍ୟ OK କହିବାକୁ ଭୁଲ ରାସ୍ତାରେ ଟ୍ରେନ୍ ଯାଇ ରେଳବାଇର ପ୍ରାୟ ୩ କୋଟି ଟଙ୍କା କ୍ଷତି ହୋଇଛି ।
ଦିଲ୍ଲୀର ଏକ ଦମ୍ପତି ତାଙ୍କର ନିଖୋଜ କୁକୁରକୁ ଖୋଜି ଦେବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।
ଗିରଫ ଅଭିଯୁକ୍ତ ୟୁଟ୍ୟୁବରୁ ନକଲି ନୋଟ୍ ଛାପିବାର ପଦ୍ଧତି ଶିଖିଥିଲେ। ଉଭୟ ପୂର୍ବରୁ ମିନେରାଲ୍ ୱାଟରର ବିଜ୍ଞାପନ ଛାପିବା ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ୟୁଟ୍ୟୁବରେ ନକଲି ନୋଟ୍ ଛାପିବାର କୌଶଳ ଦେଖିଥିଲେ। ଭିଡିଓ ଦେଖିବା ପରେ ସେମାନେ ନୋଟ୍ ଛାପିବା ଆରମ୍ଭ କଲେ ।