/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736167371.jpg)
ଫେରିଲା ମାସ୍କ
ଭାରତରେ ବ୍ୟାପୁଛି ଚୀନ୍ ଭାଇରସ HMPV । ବେଙ୍ଗାଲୁରୁ ପରେ ଅହମ୍ମଦାବାଦରେ ଜଣେ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ୨ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି । ବେଙ୍ଗାଲୁରୁରେ ୨ ଶିଶୁ ଚିହ୍ନଟ ପରେ ଦେଶରେ ୩ୟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ଆସିଛି ।
ତେବେ ଏହା ପୂର୍ବରୁ ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ICMR ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ବେଙ୍ଗାଲୁରୁରେ ଜଣେ ୩ ମାସ ଓ ଅନ୍ୟ ଜଣେ ୮ ମାସର ଶିଶୁ ପଜିଟିଭ୍ ଚିହ୍ନଟ ହୋଇଥିଲେ । ୩ ମାସର ଶିଶୁଟି ଡାକ୍ତରଖାନାରେ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି ।
ସେପଟେ ବେଙ୍ଗାଲୁରୁରେ HMPV ଭାଇରସ୍ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କର୍ଣ୍ଣାଟକ ଭଳି HMPV ଲକ୍ଷଣ ଥିଲେ ଗହଳି ସ୍ଥାନକୁ ଯିବା ବାରଣ କରିଛି ମହାରାଷ୍ଟ୍ର ସରକାର । ଛିଙ୍କ କାଶ ବେଳେ ପାଟି ଓ ନାକ କଭର କରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଆସିନାହିଁ ଗାଇଡଲାଇନ୍, ଆଗରୁ ଏହି ଭାଇରସ୍ ନେଦରଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା
ଅନ୍ୟପଟେ HMPV ଭାଇରସ୍କୁ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ହ୍ୟୁମାନ୍ ମେଟାନିମୋ ଭାଇରସ୍ ନେଇ ଏପର୍ଯ୍ୟନ୍ତ କୌଣସି ଆଡଭାଇଜରି ଜାରି ନାହାନ୍ତି କେନ୍ଦ୍ର ସରକାର । ତେଣୁ ଏଥିରେ ଡରିବାର କିଛି ନାହିଁ । ତେବେ ଯେକୌଣସି ସ୍ବାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଯେତେବେଳ କେନ୍ଦ୍ର ସରକାରଙ୍କ ଠାରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ। ଆମର ସ୍ବାସ୍ଥ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ସୁଦୃଢ଼ ହୋଇଛି। HMPV ପରୀକ୍ଷା ଲାଗି ଭୁବନେଶ୍ବର AIIMS ଓ ICMR- RMRCରେ ବ୍ୟବସ୍ଥା ରହିଛି। ତେବେ ଏହି ଭୂତାଣୁ ପୂର୍ବରୁ ଥିଲା ଓ ରହିଛି ଏବଂ ଏହାକୁ ନେଇ ଡରିବାର ନାହିଁ ବୋଲି ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ।
ସୂଚନା ଅନୁସାରେ ଏବେ ଚୀନରେ ଆତଙ୍କ ଖେଳାଇଛି ଏହି ନୂଆ ଭାଇରସ୍ । ଏହାର ଲକ୍ଷଣ ମଧ୍ୟ ଫ୍ଲୁ ଓ କୋଭିଡ୍ ଭଳି କୁହାଯାଉଛି। ଆକ୍ରାନ୍ତଙ୍କ ଠାରେ କାଶ, ଜ୍ବର, ନାକ ବନ୍ଦ, ନିଶ୍ବାସ-ପ୍ରଶ୍ବାସ ବେଳେ ହ୍ବିସିଲ୍ ବାଜିବା ଭଳି ଶବ୍ଦ ହେବା ଏବଂ ଜଟିଳ କ୍ଷେତ୍ରରେ ବ୍ରୋଙ୍କାଇଟିସ୍ କିମ୍ବା ନିମୋନିଆ ଭଳି ଲକ୍ଷଣ ପ୍ରକାଶ ପାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)