Advertisment

Interim Bail to Asaram Bapu: ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ, ଅନୁଗାମୀଙ୍କୁ ଭେଟି ପାରିବେନି

ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ମେଡିକାଲ ଗ୍ରାଉଣ୍ଡରେ ଆଶାରାମଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏହା ସହିତ ବାହାରେ ଥିବା ସମୟରେ କୌଣସି ପ୍ରମାଣ ନଷ୍ଟ କରି ପାରିବେ ନାହିଁ କିମ୍ବା ନିଜର ଅନୁଗାମୀ ମାନଙ୍କୁ ଭେଟି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

author-image
Otv Khabar Bureau
ଅଦ୍ୟତନ ହୋଇଛି
ଆସାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ

ଆସାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ

ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ଆଶାରାମ ବାପୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ମେଡିକାଲ ଗ୍ରାଉଣ୍ଡରେ ଆଶାରାମଙ୍କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି। ଏହା ସହିତ ବାହାରେ ଥିବା ସମୟରେ କୌଣସି ପ୍ରମାଣ ନଷ୍ଟ କରି ପାରିବେ ନାହିଁ କିମ୍ବା ନିଜର ଅନୁଗାମୀ ମାନଙ୍କୁ ଭେଟି ପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୮୬ ବର୍ଷୀୟ ଆଶାରାମ ୨୦୧୩ ମସିହାର ଏକ ଦୁଷ୍କର୍ମ ମାମଲାରେ ଜେଲରେ ଅଛନ୍ତି। ମୃତ୍ୟୁ ପର୍ଯ୍ୟନ୍ତ ଜେଲରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଶାରାମଙ୍କ ଜାମିନ ଆବେଦନର ଶୁଣାଣି କରିଥିଲେ ଜଷ୍ଟିସ ଏମ୍ ଏମ୍ ସୁନ୍ଦ୍ରେଶ ଓ ରାଜେଶ ବିନ୍ଦଲଙ୍କ ଖଣ୍ଡପୀଠ। ଆଶାରାମ ବାପୁ ବିଭିନ୍ନ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବାରୁ ତାଙ୍କୁ ଜାମିନ ଦିଆଯାଉଥିବା ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଆଶାରାମଙ୍କୁ ଯୋଧପୁର କେନ୍ଦ୍ରୀୟ ଜେଲରେ ରଖା ଯାଇଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କୁ ଆରୋଗ୍ୟ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: ଫେବୃୟାରୀ ୫ରେ ଦିଲ୍ଲୀ ନିର୍ବାଚନ, ଗଣତି ୮ରେ

ଆଶ୍ରମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦୧୩ରେ ଏକ କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଆଶାରାମ ତାଙ୍କୁ ଯୋଧପୁର ସ୍ଥିତ ମଣାଇ ଅଞ୍ଚଳକୁ ଡକାଇଥିଲେ। ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ରାତିରେ ନାବାଳିକାଙ୍କ ସହ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ୨୦୧୩ରୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଆଶାରାମ ବନ୍ଦୀ ଅଛନ୍ତି। ୨୦୧୮ରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିଥିଲା। ଜାମିନ ପାଇଁ ସେ ଅନେକ ଥର ଆବେଦନ କରିଥିଲେ ମଧ୍ୟ ବାରମ୍ବାର ଏହା ଖାରଜ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: Tibet Earthquake: ସକାଳୁ ସକାଳୁ ଥରିଲା ତିବ୍ଦତ, ଭୂକମ୍ପରେ ଏଯାଏଁ ଗଲାଣି ୫୩ ଜୀବନ

ଆଶାରାମ ବାପୁ ୨୦୦୧ରୁ ୨୦୦୬ ମସିହା ଭିତରେ ଅହମଦ୍ଦାବାଦ ଆଶ୍ରମରେ ଥିବା ତାଙ୍କର ଜଣେ ମହିଳା ଅନୁଗାମୀଙ୍କୁ ବିଭିନ୍ନ ସୟମରେ ବଳାତ୍କାର କରି ଆସୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ମହିଳା ଜଣକ ଅହମ୍ମଦାବାଦର ଚନ୍ଦଖେଡ଼ା ଥାନାରେ ୨୦୧୩ ଅକ୍ଟୋବରରେ ଏତଲା ଦେଇଥିଲେ । ସୁରତରେ ରହୁଥିବା ୨ ଜଣ ଭଉଣୀ, ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ବଡ଼ ଭଉଣୀ, ଆଶାରାମଙ୍କ ବିରୋଧରେ ଓ ସାନ ଭଉଣୀ ନାରାୟଣଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଏନେଇ ପୋଲିସ୍‌ ଆଶାରାମଙ୍କ ବିରୋଧରେ ଚାର୍ଜସିଟ୍‌ ମଧ୍ୟ ଦାଖଲ କରିଥିଲା।

Asaram Bapu
Advertisment
Advertisment