ଓଟିଭିର ଟିଟିଲାଗଡ ପ୍ରତିନିଧି ଅବିନାଶ ନନ୍ଦଙ୍କୁ ଆକ୍ରମଣ, ଆଉ ଜଣେ ସାମ୍ବାଦିକ ସଂଜୟ ବେହେରାଙ୍କୁ ତଣ୍ଟିଚିପି ହତ୍ୟା କରିବାର ଉଦ୍ୟମ ମଧ୍ୟ କଲେ ।
ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡ଼ି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ କହିଛନ୍ତି, ମୋ ଜୀବନରେ ମୁଁ ଅନେକ ଶବ ବ୍ୟବଚ୍ଛେଦ କରିଛି । କିନ୍ତୁ ଏଭଳି ଶବ ବ୍ୟବଚ୍ଛେଦ କେବେ କରିନାହିଁ ।
ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ଯୋଜନାର ଅବଧି ବୃଦ୍ଧି । ବୀମା ଯୋଜନାରେ ୭୦୪୧ ଜଣ ସାମ୍ବାଦିକ ଅନ୍ତର୍ଭୁକ୍ତ ।
ଓଡ଼ିଶାର ସାମ୍ବାଦିକଙ୍କ ପାଇଁ ଏକ ବଡ଼ ଦିନ । ଆଜିର ଦିନକୁ ଅର୍ଥାତ୍ ପ୍ରତିବର୍ଷ ଅଗଷ୍ଟ ୪ ତାରିଖକୁ ଓଡ଼ିଶା ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି ।
ସ୍ୱାମୀର ପରକୀୟା ପ୍ରେମରେ ଉଜୁଡ଼ିଗଲା ସାମ୍ବାଦିକା ପତ୍ନୀର ସଂସାର । ନିର୍ଯାତନାର ଲୁହଭିଜା ଭିଡ଼ିଓ ଜାରି କରିବା ପରେ ମିଳିଲା ମୃତଦେହ । ବାୟୁସେନାରେ କାର୍ଯ୍ୟରତ ସ୍ୱାମୀଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍ ।
୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ୨୦୨୦ ମାର୍ଚ୍ଚ ମାସଠାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା ।
ନିର୍ବାଚନ ସମୟରେ ଅନେକ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀଠୁ ଦୂରରେ ରହି କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିଥାଏ। ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରିପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ସାମ୍ବାଦିକଙ୍କ ମନା ଓଡ଼ିଶା ସରକାରଙ୍କ ଦୂଆର। କୋଭିଡ୍ କଟକଣା ଆଳରେ ପ୍ରାୟ 3 ବର୍ଷରୁ ଅଧିକ ହେବ ସାମ୍ବାଦିକଙ୍କୁ ଲୋକସେବା ଭବନ ବା ସଚିବାଳୟକୁ ପ୍ରବେଶ ନିଷିଦ୍ଧ ଥିବା ବେଳେ, ଏବେ ନୂଆ ଓ କାର୍ଯ୍ୟକ୍ରମକୁ ବି ଯାଇ ପାରୁନି ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ
ଗୃହରେ ଉଠିଲା ସାମ୍ବାଦିକ ଅଧିକାର ପ୍ରସଙ୍ଗ 'ଲୋକସେବା ଭବନରୁ ହଟୁ ସାମ୍ବାଦିକଙ୍କ ପ୍ରବେଶ କଟକଣା'..'ପ୍ରତିବନ୍ଧକ ହଟାଇ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରିର ବ୍ୟବସ୍ଥା କରନ୍ତୁ ସରକାର'।
ଲୋକସେବା ଭବନକୁ ସାମ୍ବାଦିକଙ୍କ ପାଇଁ ଫ୍ରି ଏଣ୍ଟ୍ରି ବ୍ୟବସ୍ଥା କରନ୍ତୁ ସରକାର । ତା’ସହ ସାମ୍ବାଦିକଙ୍କୁ ମିଳୁ ପେନସନ୍ । ଆଜି ବିଧାନସଭା ଶୂନ୍ୟକାଳରେ ସାମ୍ବାଦିକଙ୍କ ବିଭିନ୍ନ ଦାବି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।
ଚଳିତ ବର୍ଷ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ଅମରେଶ ବିଶ୍ୱାଳ ପେସାରେ ଜଣେ ଟିଭି ସାମ୍ବାଦିକ ହୋଇଥିଲେ ମଧ୍ୟ ଗଳ୍ପ ଏବଂ ଉପନ୍ୟାସ ଲିଖନ କ୍ଷେତ୍ରରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।
ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।
ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।
ଆବେଦନକାରୀଙ୍କ ପିଟିସନ୍ ଅନୁଯାୟୀ, ରାଜ୍ୟରେ ସାମ୍ବାଦିକଙ୍କୁ କ୍ବାର୍ଟର୍ସ ମିଳିବା ନେଇ କୌଣସି ସ୍ପଷ୍ଟ ନୀତି ବି ନାହିଁ। 30ରୁ 40 ବର୍ଷ ଧରି ବହୁ ସାମ୍ବାଦିକ ନାମମାତ୍ର ମାସିକ ଭଡ଼ା ଦେଇ କ୍ୱାର୍ଟର୍ସ ମାଡ଼ି ବସିଥିଲା ବେଳେ ଇଲେକଟ୍ରୋନିକ ଓ ମହିଳା ସାମ୍ବାଦିକ ଏଥିରୁ ବଞ୍ଚିତ ହେଉଛନ୍ତି।
ପୂର୍ବରୁ ଅଫଲାଇନରେ ଏହି ପ୍ରକ୍ରିୟା ହେଉଥିବା ବେଳେ ଚଳିତ ବର୍ଷରୁ ଏହାକୁ ଅନଲାଇନ ମାଧ୍ୟମରେ କରାଯାଉଛି।
ନିଜ ଜୀବନକୁ ବାଜି ଲଗେଇ କାମ କରୁଥିବା ସାମ୍ବାଦିକଙ୍କ ସ୍ୱରକୁ ଯେପରି କୌଣସି ପ୍ରଭାବ ଦାବି ନଦିଏ ଏନେଇ ସେମାନଙ୍କୁ ସ୍ୱାଧୀନତା ଦେବା ଅତ୍ୟନ୍ତ ଜରୁରୀ। ଏହି ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୩ ମେ’ରେ ‘ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ’ ପାଳନ କରାଯାଏ।
ସରକାରୀ କାର୍ଯ୍ୟକ୍ରମରେ ନୋ ଏଣ୍ଟ୍ରି, ଲୋକସେବା ଭବନରେ ପ୍ରବେଶ ନିଷେଧ । ବିଧାନସଭା ଚାଲିଥିବା ବେଳେ ଦଉଡି ଧରି ରାସ୍ତା କଲେ ଅବରୋଧ। ସବୁ ଦେଖାଇବେ...କିନ୍ତୁ କୋଉଠିକୁ ପ୍ରବେଶ କରିପାରିବେନି। ସାମ୍ବାଦିକଙ୍କୁ କାହିଁକି ଏତେ ଡରୁଛନ୍ତି ସରକାର?
ସୋମବାର ଦିନ ରାଜଧାନୀରେ ମୁଖ୍ୟମନ୍ତ୍ରୀ ଆଦିବାସୀ ମେଳାର ଉଦଘାଟନ କରିବା ଅବସରରେ ସାମ୍ବାଦିକଙ୍କୁ ଛଡ଼ାଯାଇନଥିଲା। ସେହିପରି ମଙ୍ଗଳବାର ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭରେ ସୁରକ୍ଷାକର୍ମୀ ଦଉଡି ଧରି ଯେମିତି ସାମ୍ବାଦିକଙ୍କୁ ରୋକିଲେ ତାକୁ ନେଇ ବି ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା। ଗଣମାଧ୍ୟମ, ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ। ଗଣମାଧ୍ୟମ ବିନା ସୁସ୍ଥ ଗଣତନ୍ତ୍ର ଚାଲିବା ଅସମ୍ଭବ।
ସାମ୍ବାଦିକଙ୍କୁ ମାଡ଼ ମାରିବାକୁ ଧମକ ଦେବା ସହ ମାରି ଶୁଆଇ ଦେବି ବୋଲି ଧମକ ଦେଇଛନ୍ତି। OTV ପ୍ରତିନିଧିଙ୍କୁ ଯାଜପୁର ଥାନାଧିକାରୀ ଏହି ଧମକ ଦେଇଛନ୍ତି।
ମହିଳା ପୋଲିସଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କେମିତି ଧମକ୍ ଦେଉଛନ୍ତି ଶୁଣନ୍ତୁ.. ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହିଲେ ଛି.. ଛି..
ଆଜି ଆଉ ନାହିଁ କରୋନା କଟକଣା। ସବୁକିଛି ହୋଇଗଲାଣି ସ୍ୱାଭାବିକ। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ। କାହିଁକି ଏମିତି ମନୋଭାବ?
ସାମ୍ବାଦିକମାନେ ସ୍କୁଲ ଯାଇପାରିବେ, କିନ୍ତୁ କ୍ଲାସ ଟାଇମ୍ରେ ଯାଆନ୍ତୁନି
ୱେବ୍ ମିଡିଆ ଉପରେ ଦୋଷ ଲଦି ମନ୍ତ୍ରୀ ସମୀର ଦାଶ କହିଛନ୍ତି, କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶ୍ୟକତାରୁ ବେଶୀ ହେଉଛି। କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠପଢ଼ାରେ ବାଧା ସୃଷ୍ଟି କରୁଛନ୍ତି।
ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମ୍ୟାନ୍ ବିନା ଅନୁମତିରେ ସ୍କୁଲରେ ପ୍ରବେଶ କରନ୍ତି ତେବେ ପ୍ରଧାନ ଶିକ୍ଷକ ତୁରନ୍ତ ତାଙ୍କ ନାଁରେ ଥାନାରେ FIR ଦେବାକୁ କୁହାଯାଇଛି।