Advertisment

HMPV : ଚୀନ୍ ଭାଇରସ ଶିଶୁ ମାନଙ୍କ ପାଇଁ ବିପଦ...

୨ ମାସର ଶିଶୁ, ବେଙ୍ଗାଳୁରୁରେ ଜଣେ ୩ମାସର ଶିଶୁ କନ୍ୟା ଏବଂ ଆଉ ଜଣେ ୮ ମାସର ଶିଶୁ ପୁତ୍ର ଚୀନ୍ ଭାଇରସ୍ HMPVରେ ଆକ୍ରାନ୍ତ। ଭାରତରେ ଏଣ୍ଟ୍ରି କରିସାରିଛି ଚୀନ୍ ରେ ବ୍ୟାପିଥିବା କରୋନା ଭଳି ନୂଆ ଭାଇରସ୍। ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

author-image
Pallipuspa Samal
ଅଦ୍ୟତନ ହୋଇଛି
undefined

HMPV virus

ଡରାଇଲା ଚୀନ୍ ଭାଇରସ୍। ଦେଶରେ ଆଜି ଗୋଟିଏ ଦିନରେ ତିନି ତିନିଟି ମାମଲା ଚିହ୍ନଟ ହୋଇଛି। ବେଙ୍ଗାଳୁରୁରେ ୨ ଶିଶୁ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛି। ବଡ଼ କଥା ହେଉଛି ଯେ, ସମସ୍ତ ଆକ୍ରାନ୍ତଙ୍କ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିଲା। ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ବଢିଛି ଚିନ୍ତା। କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। ଯେକୌଣସି ସ୍ବାସ୍ଥ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଅହମ୍ମଦାବାଦରେ ୨ ମାସର ଶିଶୁ, ବେଙ୍ଗାଳୁରୁରେ ଜଣେ ୩ମାସର ଶିଶୁ କନ୍ୟା ଏବଂ ଆଉ ଜଣେ ୮ ମାସର ଶିଶୁ ପୁତ୍ର ଚୀନ୍ ଭାଇରସ୍ HMPVରେ ଆକ୍ରାନ୍ତ। ଭାରତରେ ଏଣ୍ଟ୍ରି କରିସାରିଛି ଚୀନ୍ ରେ ବ୍ୟାପିଥିବା କରୋନା ଭଳି ନୂଆ ଭାଇରସ୍। ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏନେଇ ସ୍ପଷ୍ଟ କରିଛି ଆଇସିଏମଆର। ୩ ମାସର ଶିଶୁଟି ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବାବେଳେ ୮ ମାସର ଶିଶୁଟି ଚିକିତ୍ସାଧୀନ ରହିଛି। ସେପଟେ ଅହମ୍ମଦାବାଦରେ ଚିହ୍ନଟ ହୋଇଥିବା ୨ ମାସର ଶିଶୁର ଚିକିତ୍ସା ଜାରି ରହିଛି।

ଅଧିକ ପଢ଼ନ୍ତୁ: ମୋଦିଙ୍କୁ ଚିଠି, ଇଣ୍ଡିଆ ଗେଟର ନାମ ବଦଳାଅ

ଏହି ଚୀନ୍ ଭୂତାଣୁ କେତେ ମାରାତ୍ମକ ? ଏହାର ଲକ୍ଷଣ କଣ ? ସବୁଠୁ ଗୁରୁତ୍ବପୂର୍ଣ୍ଣ ଏବଂ ଚିନ୍ତାଜନକ ହେଉଛି ଯେ, ଏହି ଭାଇରସ୍ ଶିଶୁଙ୍କୁ ଅଧିକ ପରିମାଣରେ ଆକ୍ରାନ୍ତ କରୁଛି। HMPV- ହ୍ୟୁମାନ୍ ମେଟାନିମୋ ଭାଇରସ। ୨୦୦୧ରେ ଏହି ଭୂତାଣୁ ପ୍ରଥମ ଥର ପାଇଁ ଠାବ ହୋଇଥିଲା। ଲକ୍ଷଣ ଠିକ୍ କରୋନା ଭଳି। କାଶ, ଛିଙ୍କ ସହ ପାଟି ଓ ନାକରୁ ନିର୍ଗତ ତରଳ କଣିକା ଦ୍ବାରା ଏହା ବ୍ୟାପିଥାଏ। ଆକ୍ରାନ୍ତଙ୍କ ଠାରେ ଥଣ୍ଡା, କାଶ, ତଣ୍ଟି ବ୍ୟଥା, ନାକ ବନ୍ଦ, ନିଶ୍ବାସ ନେବାରେ କଷ୍ଟ ଅନୁଭବ ଏବଂ ଜ୍ବର ଭଳି ଲକ୍ଷଣ ଦେଖାଯାଉଛି।

Advertisment

କିଛି ଆକ୍ରାନ୍ତଙ୍କୁ ବ୍ରୋଙ୍କାଇଟିସ୍ ଓ ନିମୋନିଆ ବି ହେଉଛି। ରୋଗୀର ରୋଗ ପ୍ରତିରୋଧକ ଶକ୍ତି କମିଯାଉଛି। ସବୁ ବୟସର ଓ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିଙ୍କୁ ଏହା ଆକ୍ରାନ୍ତ କରୁଛି। କୋଭିଡ-19 ଭୂତାଣୁରେ ଶିଶୁଙ୍କ ସଂକ୍ରମିତ ହେବା ଆଶଙ୍କା କମ୍ ଥିବା ବେଳେ HMPVରେ କିନ୍ତୁ ୫ ବର୍ଷର ତଳକୁ ପିଲା ବେଶି ଆକ୍ରାନ୍ତ ହେଉଛନ୍ତି।

ଏହି ଭୂତାଣୁ ସଂକ୍ରମଣରୁ ବର୍ତ୍ତିବାର ବାଟ। କୋଭିଡ୍ ଭଳି ଏହି ଭାଇରସରୁ ବଂଚିବା ଲାଗି ହାତକୁ ବାରମ୍ୱାର ସଫା କରନ୍ତୁ। ଆକ୍ରାନ୍ତଙ୍କଠାରୁ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧନ୍ତୁ।.. କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି। ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଣେ ଯେକୌଣସି ସ୍ବାସ୍ଥ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ କହିଛନ୍ତି, କେନ୍ଦ୍ରରୁ ଯେଉଁ ଆଡଭାଇଜରି ଆସିବ, ସେହି ଅନୁସାରେ ପଦକ୍ଷେପ ନିଆଯିବ। HMPV ପରୀକ୍ଷା ଲାଗି ଭୁବନେଶ୍ୱର AIIMS ଓ MRCରେ ବ୍ୟବସ୍ଥା ଅଛି।

ଅଧିକ ପଢ଼ନ୍ତୁ: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ

New Cases HMPV Virus
Advertisment
Advertisment