Advertisment

Viral Video: ବରଫ ହ୍ରଦରେ ଫସିଗଲେ ୪ ପର୍ଯ୍ୟଟକ, କେନ୍ଦ୍ର ମନ୍ତ୍ରୀ ସେୟାର କଲେ ଭିଡିଓ

ଏହି ବରଫ ଉପରେ କିଛି ପର୍ଯ୍ୟଟକ ଚାଲୁଥିବାବେଳେ ଏହା ହଠାତ୍‌ ଭାଙ୍ଗି ଯାଇଥିଲା । ଯାହାଫଳରେ ପର୍ଯ୍ୟଟକମାନେ ଏଥିରେ ଫସିଯାଇଥିଲେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ବରଫ ହ୍ରଦରେ ଫସିଲେ ପର୍ଯ୍ୟଟକ

ବରଫ ହ୍ରଦରେ ଫସିଲେ ପର୍ଯ୍ୟଟକ

ସାରା ଦେଶରେ ଜାରି ରହିଛି ଭୟଙ୍କର ଶୀତ ଲହରି । ପ୍ରବଳ ଥଣ୍ଡାରେ ହ୍ରଦ ବି ବରଫରେ ପରିଣତ ହୋଇଯାଉଛି । ତେବେ ଏହାରି ମଧ୍ୟରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଜିଲ୍ଲାରେ ଅବସ୍ଥିତ ସେଲା ହ୍ରଦରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଚାରିଜଣ ପର୍ଯ୍ୟଟକ ବରଫ ହ୍ରଦରେ ଫସି ରହି ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି କି ପ୍ରବଳ ଥଣ୍ଡା ହେତୁ ପୂରା ହ୍ରଦ ବରଫରେ ପରିଣତ ହୋଇଯାଇଛି ।

Advertisment

ତେବେ ଏହି ବରଫରେ ଉପରେ କିଛି ପର୍ଯ୍ୟଟକ ଚାଲୁଥିବାବେଳେ ଏହା ହଠାତ୍‌ ଭାଙ୍ଗି ଯାଇଥିଲା । ଯାହାଫଳରେ ପର୍ଯ୍ୟଟକମାନେ ଏଥିରେ ଫସିଯାଇଥିଲେ । ଫସି ରହିଥିବା ପର୍ଯ୍ୟଟକଙ୍କୁ ବଞ୍ଚାଇବା ପାଇଁ ସ୍ଥାନୀୟ ଲୋକ ଓ ଗାଇଡ୍‌ ତାଙ୍କୁ ବାଉଁଶ ବାଡ଼ି ସାହାଯ୍ୟରେ ସେମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ସୁରକ୍ଷିତ ଭାବରେ ଟାଣି ଆଣିଥିଲେ ।

ଅଧିକ ପଢ଼ନ୍ତୁ: ଭାରତକୁ ବ୍ୟାପିଲା HMPV, ରୁଟିନ୍ ସର୍ଭିଲାନ୍ସ ବେଳେ ବେଙ୍ଗାଲୁରୁରେ ୨ ପଜିଟିଭ ଚିହ୍ନଟ

Advertisment

ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର ମନ୍ତ୍ରୀ କିରନ ରିଜୁଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ପର୍ଯ୍ୟଟକଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଯାଉଥିବା ପର୍ଯ୍ୟଟକଙ୍କୁ ମୋର ପରାମର୍ଶ ହେଉଛି ବରଫ ହ୍ରଦରେ ଅଭିଜ୍ଞ ବ୍ୟକ୍ତିଙ୍କ ସହ ଭ୍ରମଣ କରିବା । ସେହିପରି ବରଫ ଜମିଥିବା ରାସ୍ତାରେ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ନିବେଦନ କରିଛନ୍ତି । ଏଥିସହ ସେ ଆହୁରି କହିଛନ୍ତି ଯେ, ତାପମାତ୍ର ବହୁତ୍ କମ୍‌, ତେଣୁ ଗରମ ପୋଷାକ ପିନ୍ଧନ୍ତୁ ଏବଂ ଉପଭୋଗ କରନ୍ତୁ । ଆପଣମାନଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

Tourist Arunachal Pradesh
Advertisment
Advertisment