Advertisment

Anita Anand In Canada PM Race: କାନାଡା ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ଅନୀତା ଆନନ୍ଦ, ଜାଣନ୍ତୁ ତାଙ୍କ ପରିଚୟ

ଉଭୟ ଜନତା ଓ ଦଳ ମଧ୍ୟରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ସେ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Anita Anand Pm race

Anita Anand

କାନାଡାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନୋ ଟ୍ରୁଡ଼ୋ। ସେ ବର୍ତ୍ତମାନ କେୟାର ଟେକର ପ୍ରଧାନମନ୍ତ୍ରୀ ରହିଛନ୍ତି। ଉଭୟ ଜନତା ଓ ଦଳ ମଧ୍ୟରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ସେ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ଟ୍ରୁଡୋଙ୍କ ଲିବେରାଲ ପାର୍ଟି ବର୍ତ୍ତମାନ ନୂତନ ନେତୃତ୍ବ ସନ୍ଧାନରେ ରହିଛି। ଏହି ରେସରେ ଅନ୍ୟାନ୍ୟ ନେତା ରହିଥିଲେ ମଧ୍ୟ ପରିବହନ ମନ୍ତ୍ରୀ ରହିଥିବା ଅନୀତା ସମସ୍ତଙ୍କ ଠାରୁ ଆଗରେ ରହିଛନ୍ତି।

Advertisment

ଅନୀତା ନିଜ ରାଜନୈତିକ କ୍ୟାରିୟରେ ସର୍ବଦା ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଛନ୍ତି। ୨୦୧୯ରେ ପ୍ରଥମ ଥର ପାଇଁ ଓକଭିଲେରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୯ -୨୦୨୧ ଯାଏ ପବ୍ଲିକ ସର୍ଭିସ ଓ ପ୍ରୋକ୍ୟୁରମେଣ୍ଟ ବିଭାଗର ମନ୍ତ୍ରୀ ରହିଥିଲେ ଅନୀତା। ଏହା ସହିତ ସେ ଟ୍ରେଜେରୀ ବୋର୍ଡ ଓ ପ୍ରତିରକ୍ଷା ବିଭାଗର ମନ୍ତ୍ରୀ ପଦ ତୁଲାଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରହିଥିବା ସମୟରେ ସେ ମିଲିଟାରୀରେ ହେଉଥିବା ଯୌନ ନିର୍ଯାତନା ରୋକିବା ପାଇଁ ଆଇନ ପ୍ରଣୟନ କରିଥିଲେ। ସେପ୍ଟେମ୍ବର ୨୦୨୪ରେ ଟ୍ରୁଡୋ କ୍ୟାବିନେଟରେ ତାଙ୍କୁ ପରିବହନ ବିଭାଗର ଦାୟିତ୍ବ ମିଳିଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଡୋମିନିକ ଲେବ୍ଲାଙ୍କ ଓ ପିଏର ପଲିଭେରା ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି।

ଅଧିକ ପଢ଼ନ୍ତୁ;ଆମେରିକାର ୫୧ ତମ ଷ୍ଟେଟ ହେବ କାନାଡା:ଟ୍ରମ୍ପ

ଅନୀତାଙ୍କର ଉଭୟ ପଞ୍ଜାବ ଓ ବେଙ୍ଗାଲୁରୁ କନେକ୍ସନ ରହିଛି। ଅନୀତାଙ୍କ ପିତା ଓ ମାତା ଉଭୟ ଡାକ୍ତର। ବାପା ତାମିଲନାଡୁର ଚେନ୍ନାଇରୁ ଆସିଥିବା ବେଳେ ମା’ ପଞ୍ଜାବର ଏକ ଛୋଟ ଗ୍ରାମରୁ ଆସିଛନ୍ତି। ସାଂସଦ ହେବା ପୂର୍ବରୁ ଜଣେ ରିସର୍ଚ୍ଚର ଓ ଓକିଲ ଭାବରେ କାମ କରିଥିଲେ ଅନୀତା। ଉଭୟ ତାମିଲ ଓ ପଞ୍ଜାବ ସଂସ୍କୃତି ସହ ସେ ଜଡିତ ବୋଲି ଘୋଷଣା କରିଛନ୍ତି। ପ୍ରତ୍ୟୋକ କାନାଡିଆନ ନାଗରିକଙ୍କ ଭଳି ସେ ମଧ୍ୟ ଭାରତୀୟ କନେକ୍ସନରେ ବିଶ୍ବାସ ରଖନ୍ତି ବୋଲି କହିଛନ୍ତି।

Advertisment

ଏବେ ଆୟର୍ଲାଣ୍ଡରେ ତାଙ୍କ ପିତା ମାତା ଡାକ୍ତର ଭାବେ କାମ କରୁଥିବା ବେଳେ ପ୍ରେମ ବିବାହ କରିଥିଲେ। ଉଭୟ ଇଂଲଣ୍ଡରେ ବିବାହ କରିଥିବା ବେଳେ ଭାରତ ଓ ନାଇଜେରିଆରେ କିଛି ଦିନ ବସବାସ କରିଥିଲେ। ପ୍ରଥମେ ଉତ୍ତର ଆମେରିକାକୁ ସ୍ଥାନାନ୍ତର ହେବା ପରେ  କାନାଡାର ସ୍ଥାୟୀ ବାସିନ୍ଦା ହୋଇ ଯାଇଥିଲେ। ୩ ଭଉଣୀଙ୍କ ମଧ୍ୟରେ ଅନୀତା ସବୁଠାରୁ ବଡ଼। ଅନ୍ୟ ଜଣେ ଭଉଣୀ ନାଇଜେରିଆରେ ଜନ୍ମ ନେଇଥିବା ବେଳେ ତାଙ୍କର ସବୁଠୁ ସାନ ଭଉଣୀ ନୋଭା ସ୍କଟିଆରେ ଜନ୍ମ ଗ୍ରହଣ କରିଛନ୍ତି।

ଅଧିକ ପଢ଼ନ୍ତୁ;ଟ୍ରମ୍ପଙ୍କ ଦ୍ୱିତୀୟ ପାଳିରେ ବନ୍ଦ ହେବ ଯୁଦ୍ଧ, କମିବ ଭୂ-ରାଜନୈତିକ ଅସ୍ଥିରତା ଓ ତେଲ ଦର !

Justin Trudeau Anita Anand Canada PM
Advertisment
Advertisment