• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

୨୦୨୫ର ଏହା ଏକ ଛାତିଥରା ଅପରାଧ କାହାଣୀ । ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦୁର୍ନୀତିର ପର୍ଦ୍ଦାଫାସ କରିଥିବା ଜଣେ ସାମ୍ବାଦିକଙ୍କୁ ଗୁଣ୍ଡା ଲଗାଇ ହତ୍ୟା କରିଛନ୍ତି ଛତିଶଗଡ଼ର ଜଣେ ଠିକାଦାର । ଅଭିଯୁକ୍ତ ଠିକାଦାର ସୁରେଶ ଚନ୍ଦ୍ରାକାରଙ୍କ ପାଇଖାନା ଟାଙ୍କିରୁ ମିଳିଥିଲା ସାମ୍ୱାଦିକ ମୁକେଶ ଚନ୍ଦ୍ରାକାରଙ୍କ ମୃତଦେହ । ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର କହିଛନ୍ତି, ଦୁର୍ବୃତ୍ତମାନେ ମୁକେଶଙ୍କ ବେକ ମୋଡି ଭାଙ୍ଗି ଦେଇଛନ୍ତି । ହାର୍ଟ ବାହାର କରିଦେଇଛନ୍ତି । ଲିଭରକୁ ୪ ଖଣ୍ଡ କରିଦେଇଛନ୍ତି । ମୁଣ୍ଡକୁ ପ୍ରବଳ ପ୍ରହାର କରିଛନ୍ତି । ମୁଣ୍ଡରେ ୧୫ଟି ଫ୍ରାକ୍ଚର ଅଛି । ପିଟି ପିଟି ପଞ୍ଜରା ହାଡ଼ ଭାଙ୍ଗି ଦେଇଛନ୍ତି । ଏହି ଡାକ୍ତରଜଣକ କହିଛନ୍ତି, ମୋ ଜୀବନରେ ମୁଁ ଅନେକ ଶବ ବ୍ୟବଚ୍ଛେଦ କରିଛି । କିନ୍ତୁ ଏଭଳି ଶବ ବ୍ୟବଚ୍ଛେଦ କେବେ କରିନାହିଁ । ୨୮ ବର୍ଷୀୟ ଏହି ସାମ୍ୱାଦିକଙ୍କୁ ହତ୍ୟା ଘଟଣା ଜଣେ ଅଭିଯୁକ୍ତ ଦ୍ୱାରା କେବେ ବି ହୋଇନଥିବ । ଏଥିରେ ଦୁଇରୁ ଅଧିକ ଅଭିଯୁକ୍ତ ନିଶ୍ଚିତ ଭାବେ ସାମିଲ୍ ଥିବେ ବୋଲି ଡାକ୍ତର କହିଛନ୍ତି ।

ଏହି ଘଟଣାର ମାଷ୍ଟରମାଇଣ୍ଡ ଠିକାଦାର ସୁରେଶ ଚନ୍ଦ୍ରାକାରକୁ ପୋଲିସ ହାଇଦ୍ରାବାଦରୁ ଗିରଫ କରିଛି । ତେବେ କେତେ ବୀଭତ୍ସ ଥିଲା ଏହି ହତ୍ୟାକାଣ୍ଡ, ତାହା ଏହି ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ବୟାନ କରୁଛି ।

ଛତିଶଗଡ଼ରେ ୧୨୦ କୋଟି ଟଙ୍କାର ସଡ଼କ ବିକାଶ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିକୁ ସାମନାକୁ ଆଣିଥିଲେ ସାମ୍ୱାଦିକ ମୁକେଶ । ପ୍ରତିଶୋଧ ପରାୟଣ ହୋଇ ସୁରେଶ ଏହା ହତ୍ୟାକାଣ୍ଡ ଭିଆଇଥିବା ପୋଲିସ୍ କହିଛି । ଗତ ୩ ତାରିଖରେ ଏହି ହତ୍ୟା ଘଟଣା ପଦାକୁ ଆସିବା ପରେ ସଂପୃକ୍ତ ଠିକାଦାର ନିଖୋଜ ଥିଲେ । ଛତିଶଗଡ଼ର ସ୍ପେଶାଲ ଟାସ୍କ ଫୋର୍ସ ଏହି ପ୍ରଭାବଶାଳୀ ଠିକାଦାରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଅଧିକ ପଢ଼ନ୍ତୁ: ଦୁର୍ନୀତିକୁ ପଦାକୁ ଆଣିଲେ ସାମ୍ବାଦିକ; ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲେ କଣ୍ଟ୍ରାକ୍ଟର...

ନକ୍ସଲ ପ୍ରଭାବିତ ବସ୍ତର ଜିଲ୍ଲାରେ ଏହି ରାସ୍ତା କାମ ହେଉଥିଲା । ମୁକେଶଙ୍କୁ ହତ୍ୟା ଘଟଣାର ବିଧିବଦ୍ଧ ତଦନ୍ତ ଦାବି କରିଛି ବେଆଇନ ଘୋଷିତ ସଂଗଠନ ‘ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ( ମାଓଇଷ୍ଟ )’। ସାମ୍ୱାଦିକ ମୁକେଶ ରାସ୍ତାକାମର ଦୁର୍ନୀତି ଘଟଣାର ପର୍ଦ୍ଦାଫାସ କରି ଓ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ତାଙ୍କ କର୍ତ୍ତବ୍ୟ ପାଳନ କରିଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ପାଇଖାନା ଟାଙ୍କିରୁ ମିଳିଥିଲା ମୃତଦେହ

ଗତ ୩ ତାରିଖରେ ଠିକାଦାର ସୁରେଶଙ୍କ ଘର ଅଗଣାରେ ଥିବା ପାଇଖାନା ଟାଙ୍କିରୁ ମୁକେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏକ ସ୍ଥାନୀୟ ଘରୋଇ ଚାନେଲରେ କାମ କରୁଥିବା ମୁକେଶ ରାସ୍ତା କାମରେ ହୋଇଥିବା ଦୁର୍ନୀତି ନେଇ ଖବର ପ୍ରସାରଣ କରିଥିଲେ । ଏହି ରିପୋର୍ଟ ଆଧାରରେ ରାଜ୍ୟ ସରକାର ସଂପୃକ୍ତ ଠିକାଦାରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଜାନୁଆରୀ ୧ ତାରିଖରୁ ନିଖୋଜ ଥିଲେ ମୁକେଶ ଚନ୍ଦ୍ରାକାର । ମୁକେଶଙ୍କ ଫୋନ୍ ସ୍ୱିଚଅଫ୍ ଥିବାରୁ ତାଙ୍କ ବଡ ଭାଇ ଯୁକେଶ ଥାନାରେ ଏକ ମିସିଂ ରିପୋର୍ଟ କରିଥିଲେ । ଏହା ପରେ ଜଣାପଡିଥିଲା ଯେ, ଠିକାଦାର ସୁରେଶଙ୍କ ଭାଇ ରିତେଶ ଏକ ବୈଠକର ଆୟୋଜନ କରିଥିଲେ । ସେଥିରେ ମୁକେଶ ଯୋଗ ଦେଇଥିଲେ । ତା ପରଠୁ ତାଙ୍କର ଆଉ ପତ୍ତା ମିଳୁନାହିଁ । ତେଣୁ ସନ୍ଦେହରେ ପୋଲିସ୍ ଠିକାଦାରଙ୍କ ଘରେ ପହଞ୍ଚିଥିଲା । ଠିକାଦାରଙ୍କ ଉପରେ ସନ୍ଦେହ ଦୃଢୀଭୂତ ହେଉଥିବାରୁ ପୋଲିସ୍ ପାଇଖାନା ଟାଙ୍କି ମଧ୍ୟ ଯାଞ୍ଚ କରିଥିଲା । ପାଇଖାନା ଟାଙ୍କିରୁ ମିଳିଥିଲା ମୃତଦେହ ।

ଏହାପରଠୁ ଫେରାର ଥିଲେ ଠିକାଦାର ସୁରେଶ । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି । ଏହା ଉପରେ ଅଧିକ ତଦନ୍ତ ଜାରି ରହିଛି ।

ଅଧିକ ପଢ଼ନ୍ତୁ: ପିଶାଚ ସାଜିଲା ସ୍ବାମୀ, ସ୍ତ୍ରୀକୁ ମାରି ଖଟରେ ଲୁଚାଇଲା

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result