ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ କାନାଡାର ବୈଦେଶିକ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଏହା ପୂର୍ବରୁ ଜଷ୍ଟିନ ଟ୍ରୁଡୋଙ୍କ ସରକାରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ । ଭାରତ-କାନାଡା ମଧ୍ୟରେ ସମ୍ପର୍କ ମଜବୁତ ହେବା ନେଇ ଆଶା କରାଯାଉଛି ।
ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଥିଲେ ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ। ହେଲେ ଏହି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇଥିବା କହିଛନ୍ତି।
ଉଭୟ ଜନତା ଓ ଦଳ ମଧ୍ୟରେ ଟ୍ରୁଡୋଙ୍କ ଲୋକପ୍ରିୟତା ହ୍ରାସ ପାଇଥିବା ବେଳେ ସେ ଓହରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ରେସରେ ଆଗୁଆ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଅନୀତା ଆନନ୍ଦ।