• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ନେପାଳରେ ଭୟଙ୍କର ଭୂକମ୍ପ । ଆଜି ସକାଳୁ ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । କିଛି ସମୟ ବ୍ୟବଧାନ ମଧ୍ୟରେ ଲଗାତର ୭ ଥର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା ନେପାଳର ଲୋବୁଚେ। ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ କରାଯାଇଥିଲା । ଏହି ଭୟଙ୍କର ଭୂମିକମ୍ପ ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନ ମିଳିଛି । ଏହି ଭୂକମ୍ପରେ ବର୍ତ୍ତମାନ ସୁଦ୍ଧା ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଆଜି ଘୋଷଣା ହେବ ଦିଲ୍ଲୀ ନିର୍ବାଚନ ତାରିଖ, ଅପରାହ୍ନ ୨ଟାରେ ପ୍ରେସ୍‌ମିଟ୍‌ କରିବେ EC

ସୂଚନା ଅନୁସାରେ ଆଜି ସକାଳ ୬ଟା ୩୫ମିନିଟରେ ପ୍ରଥମେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାପରେ ଲଗାତାର କିଛି ସମୟ ବ୍ୟବଧାନ ମଧ୍ୟରେ ୭ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାଫଳରେ ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ । ଦୋହଲି ଯାଇଥିଲା ଘରର ଆସବାବପତ୍ର । ବଡ଼ବଡ଼ କୋଠା ଭୁଶୁଡ଼ିବାରୁ ଚାପି ହୋଇ ୫୩ ଜଣଙ୍କ ମୃତ୍ୟୁ ହୋଇଛି ।

ରଏଟର୍ସର ସୂଚନା ମୁତାବକ, ଏହି ଭୂକମ୍ପ ତିବ୍ଦତର ଶିଗାତ୍ସେ ସହରରେ ବ୍ୟାପକ ଧ୍ୱଂସ ଘଟାଇଛି। ଅନେକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ତିବ୍ଦତର ଡିଙ୍ଗରି କାଉଣ୍ଟିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି । ସେହିପରି ଅନେକ ଘର ଦ୍ୱାର ଭୁଶୁଡି ପଡିଛି। ଭଗ୍ନାବଶେଷ ତଳେ ଏବେ ବି ଅନେକ ଲୋକ ଚାପି ହୋଇ ରହିଥିବା ଅନୁମାନ କରଯାଉଛି । ଯାହାଫଳରେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ । ତେବେ ଏହି ଭୂକମ୍ପ ଝଟକା ନେପାଳ ସମେତ ଭାରତର ବିହାର, ସିକିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା । ବିହାରର ମୋତିହାରି ଓ ସମସ୍ତିପୁର ସମେତ ବିଭିନ୍ନ ଅଞ୍ଚଳରେ ସକାଳ ୬ଟା ୪୦ ବେଳକୁ ଲୋକ ଝଟକା ଅନୁଭବ କରିଥିଲେ । ତେବେ ଏହି ଭୂମିକମ୍ପ ଯୋଗୁ ନେପାଳରେ ଅତି କମ୍‌ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳର ରାଜଧାନୀ କାଠମାଣ୍ଡୁରେ ପ୍ରବଳ କମ୍ପନ ଅନୁଭବ କରିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । 

ଅଧିକ ପଢ଼ନ୍ତୁ: ଦେଶର HMPV ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଭୟଭୀତ ନ ହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

OTV is now on Whatsapp

Join and get latest news update delivered to you via whatsapp

Join Now