Advertisment

Women Eloped: ଭିକାରୀ ସହ ଚମ୍ପଟ ମାରିଲେ ମହିଳା, ଥାନାର ଦ୍ବାରସ୍ଥ ସ୍ବାମୀ

୬ ଛୁଆ ଓ ସ୍ବାମୀର ସଂସାରକୁ ପଛରେ ଛାଡି ଭିକାରୀ ସହ ଚମ୍ପଟ ମାରିଛନ୍ତି ଜଣେ ୩୬ ବର୍ଷୀୟା ମହିଳା। ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି।

author-image
Otv Khabar Bureau
ଅଦ୍ୟତନ ହୋଇଛି
woman eloped with Beggar

beggar

୬ ଛୁଆ ଓ ସ୍ବାମୀର ସଂସାରକୁ ପଛରେ ଛାଡି ଭିକାରୀ ସହ ଚମ୍ପଟ ମାରିଛନ୍ତି ଜଣେ ୩୬ ବର୍ଷୀୟା ମହିଳା। ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୬ ଛୁଆଙ୍କ ସହ ମହିଳାଙ୍କ ସ୍ବାମୀ ରାଜୁ ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ଭାରତୀୟ ନ୍ୟାୟ ସଂହିତାର ଧାରା ୮୭ ଆଧାରରେ ମାମଲା ରୁଜୁ କରାଯାଇଛି। ପରେ ପୋଲିସ ମହିଳାଙ୍କୁ ଖୋଜି ପାଇବାରେ ସଫଳ ହୋଇଥିଲା।

Advertisment

୪୫ ବର୍ଷୀୟ ରାଜୁ ହରଦୋଇର ହରପାଲପୁର ଅଞ୍ଚଳରେ ସ୍ତ୍ରୀ ରାଜେଶ୍ବରୀଙ୍କ ସହ ରହୁଥିଲେ। ଉକ୍ତ ଅଞ୍ଚଳରେ ଭିକ ମାଗୁଥିବା ୪୫ ବର୍ଷୀୟ ନନ୍ହେ ପଣ୍ଡିତ ଓ ରାଜେଶ୍ବରୀଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ଭିକ ମାଗିବା ସମୟରେ ନନ୍ହେ ପଣ୍ଡିତ ରାଜେଶ୍ବରୀଙ୍କ ସହିତ କଥାବାର୍ତ୍ତା କରିଥାନ୍ତି। ଏପରିକି ଉଭୟ ଫୋନରେ ମଧ୍ୟ କଥା ହୋଇଥାନ୍ତି।

ଅଧିକ ପଢ଼ନ୍ତୁ: ଠକ ହଂସିତା ଅଭିଲିପ୍ସାଙ୍କ ଘରେ IT ରେଡ୍‌, ଏକକାଳୀନ ୧୨ଟି ସ୍ଥାନରେ ଚାଲିଛି ଚଢ଼ାଉ

Advertisment

ଜାନୁୟାରୀ ୩ ତାରିଖରେ ରାଜେଶ୍ବରୀ ପରିବା ଓ କପଡା କିଣିବା ପାଇଁ ଝିଅ ଖୁସବୁକୁ ସୂଚନା ଦେଇଥିଲେ। ଫେରିବା ବିଳମ୍ବ ହେବା ପରେ ରାଜେଶ୍ବରୀଙ୍କୁ ଖୋଜି ନ ପାଇବା ପରେ ପୋଲିସର ଦ୍ବାରସ୍ଥ ହୋଇଥିଲେ ରାଜୁ। ମଇଁଷି ବିକ୍ରି କରି ଘରେ ରଖିଥିବା ସବୁ ଟଙ୍କା ମଧ୍ୟ ରାଜେଶ୍ବରୀ ନେଇ ଫେରାର ହୋଇ ଯାଇଥିବା ପୋଲିସ ନିକଟରେ ରାଜୁ ଅଭିଯୋଗ କରିଛନ୍ତି। ନନ୍ହେ ପଣ୍ଡିତ ତାଙ୍କ ସ୍ତ୍ରୀକୁ ନେଇ ଯାଇଥିବା ସେ ସନ୍ଦେହ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ପୋଲିସ ଖୋଜିବା ପରେ ମହିଳାଙ୍କ ସନ୍ଧାନ ପାଇଥିଲେ। ବରିଷ୍ଠ ଅଧିକାରୀ ଶିଳ୍ପା କୁମାରୀ କହିଛନ୍ତି ନନ୍ହେ ପଣ୍ଡିତଙ୍କୁ ବର୍ତ୍ତମାନ ପୋଲିସ ଖୋଜୁଛି।

ଭାରତୀୟ ନ୍ୟାୟ ସଂହିତାର ଧାରା ୮୭ ଆଧାରରେ ମାମଲା ରୁଜୁ କରାଯାଇଛି। କୌଣସି ମହିଳାଙ୍କୁ ଅପହରଣ କିମ୍ବା ଇଚ୍ଛା ବିରୋଧରେ ଯୌନ ସମ୍ପର୍କ ସ୍ଥାପନ କଲେ ଏହି ଧାରା ଆଧାରରେ ମାମଲା ରୁଜୁ କରାଯାଇଥାଏ। ଏଥି ପାଇଁ ୧୦ ବର୍ଷର କାରାଦଣ୍ଡ ବ୍ୟବସ୍ଥା ରହିଛି।

ଅଧିକ ପଢ଼ନ୍ତୁ: ସମ୍ବଲପୁର ଡବଲ ମର୍ଡର ଘଟଣା: ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତ

Mother Of Three Kids Elopes
Advertisment
Advertisment