/odishatv-khabar/media/post_attachments/uploadimage/library/16_9/16_9_0/IMAGE_1736159868.jpg)
ନକ୍ସଲ ଆକ୍ରମଣରେ ୮ ଯବାନ ସହିଦ
ମାଲକାନଗିରି ସୀମାନ୍ତ ବିଜାପୁରରେ ନକ୍ସଲମାନେ ଭୟଙ୍କର ବିସ୍ଫୋରଣ ଘଟାଇଛନ୍ତି । ଏଥିରେ ୮ ଜଣ ଯବାନ ଓ ଗାଡ଼ି ଡ୍ରାଇଭରଙ୍କର ପ୍ରାଣହାନି ଘଟିଛ । ୫ରୁ ଅଧିକ ଯବାନ ଗୁରୁତର ଆହତ ହୋଇଛନ୍ତି । ମାଓ ଅପରେସନ ସାରି ଡିଆରଜି ଯବାନମାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ, ଯବାନଙ୍କ ଗାଡିଟି ଭୂମିଠାରୁ ପ୍ରାୟ ୨୦ ଫୁଟ ଉପରକୁ ଉଠିଯାଇଥିଲା । ଗାଡିର କିଛି ଅଂଶ ଗଛରେ ଲାଗିଥିବା ବେଳେ ତଳେ ପଡିଥିବା ଅଂଶ ଚୁରମାର୍ ହୋଇଯାଇଛି । କୁଟୁରୁ- ବେନ୍ଦ୍ରେ ରାସ୍ତାରେ ଏହି ଅଘଟଣ ଘଟିଛି । ଏହା ପରେ ସରକାରଙ୍କ ପକ୍ଷରୁ ଘଟଣାସ୍ଥଳକୁ ଅଧିକ ସୁରକ୍ଷା କର୍ମୀଙ୍କୁ ପଠାଯିବା ସହ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)