• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପୁଣି ଦେଶକୁ ଘାରିଲା ଭାଇରସ୍ ଚିନ୍ତା । ଭାରତର ୪ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ପରେ, ପୁଣି ଆଗକୁ ଲକଡାଉନ୍ ଲାଗୁ ହେବ କି ବୋଲି ବଢ଼ିଲା ଆଶଙ୍କା । ସୋସିଆଲ ମିଡିଆରେ ହାଶଟ୍ୟାଗ୍ ଲକଡାଉନ୍ ଟ୍ରେଣ୍ଡ୍ କରୁଛି । ବେଙ୍ଗାଲୁରୁରେ ୨ ଶିଶୁ, ଚେନ୍ନାଇରେ ୨ ଏବଂ ଅହମ୍ମଦାବାଦରେ ଜଣେ ୨ ମାସର ଶିଶୁ HMPV ରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି କୋଲକାତାରେ ମଧ୍ୟ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି। ଦେଶରେ HMPV ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ବଡ଼ କଥା ହେଉଛି ଯେ, କୌଣସି ଆକ୍ରାନ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ନଥିଲା ।

ଏହି ଭୂତାଣୁରେ ଅଧିକ ଶିଶୁ ଆକ୍ରାନ୍ତ ହେଉଥିବାରୁ ଚିନ୍ତା ବଢିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଏଥିପାଇଁ ଗାଇଡଲାଇନ୍ ଜାରି କରିସାରିଛନ୍ତି । କର୍ଣ୍ଣାଟକ ସରକାର ଲୋକଙ୍କ ମାସ୍କ ପିନ୍ଧିବା ପାଇଁ ଅପିଲ୍ କରିଥିବା ବେଳେ, ଗହଳି ସ୍ଥାନକୁ ନ ଯିବା ପାଇଁ ମହାରାଷ୍ଟ୍ରରେ କଟକଣା ଲାଗିଛି । ସେପଟେ HMPVକୁ ନେଇ ଭୟଭୀତ ନ ହେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପରାମର୍ଶ ଦେଇଛନ୍ତି । HMPV ନୂଆ ଭୂତାଣୁ ନୁହେଁ, ୨୦୦୧ରେ ପ୍ରଥମେ ଚିହ୍ନଟ ହୋଇଥିଲା। ସ୍ଥିତି ଉପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ, ICMR, NCDC ତୀକ୍ଷ୍ଣ ନଜର ରଖିଛି ବୋଲି କହିଛନ୍ତି ଜେପି ନଡ୍ଡା ।

ଅଧିକ ପଢ଼ନ୍ତୁ: HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି, ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲେ କର୍ଣ୍ଣାଟକ ସରକାର

ସେପଟେ ଦେଶରେ HMPV ସଂକ୍ରମଣ ସାମ୍ନାକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସାମିଲ ହୋଇଥିଲେ । HMPVକୁ ନେଇ କେହି ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେ କହିଛନ୍ତି, ଏ ଯାଏଁ ଏହି ଭାଇରସ୍ ଓଡ଼ିଶାରେ ଚି଼ହ୍ନଟ ହୋଇନାହିଁ । ସର୍ଭେଲାନ୍ସ ବଢ଼ାଯାଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଏହାସହ ଥଣ୍ଡା କାଶ ହେଲେ ପରୀକ୍ଷା କରିବା ସହ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ବେଙ୍ଗାଲୁରୁରେ HMPV ଭାଇରସ୍‌ ଚିହ୍ନଟ ହେବା ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି କର୍ଣ୍ଣାଟକ ସରକାର । ବେଙ୍ଗାଲୁରୁରେ ୨ HMPV ସଂକ୍ରମିତ ଚିହ୍ନଟ ପରେ ଆଡଭାଇଜରି ଜାରି କରି ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ଗହଳି ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । କର୍ଣ୍ଣାଟକ ଭଳି HMPV ଲକ୍ଷଣ ଥିଲେ ଗହଳି ସ୍ଥାନକୁ ଯିବା ବାରଣ କରିଛି ମହାରାଷ୍ଟ୍ର ସରକାର । ଛିଙ୍କ କାଶ ବେଳେ ପାଟି ଓ ନାକ କଭର କରିବାକୁ ପରାମର୍ଶ ଦିଆଯାଇଛି।

ଅଧିକ ପଢ଼ନ୍ତୁ: ଭାରତରେ ବ୍ୟାପିଲାଣି HMPV… ମାନନ୍ତୁ ଏହି ଘରୋଇ ଉପଚାର; ମାଡିବନି ପାଖ

OTV is now on Whatsapp

Join and get latest news update delivered to you via whatsapp

Join Now