• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ଦର। ଗତକାଲି ଅପେକ୍ଷା ଆଜି ସୁନାଦର ସାମାନ୍ୟ ବୃଦ୍ଧି ପାଇଛି ।  ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୮,୭୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୬୦ ଟଙ୍କା ହୋଇଥିବା ବେଳେ ୮ ଗ୍ରାମ ପିଛା ୫୭,୭୨୦ ଟଙ୍କା ରହିଛି

କଟକରେ ମଧ୍ୟ ସୁନା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୨,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୭,୨୧୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୭,୭୨୦ ଟଙ୍କା ରହିଛି । ଏହାଛଡା ରୁପା ଦରରେ ସାମାନ୍ୟ ହ୍ରାସ ପାଇଛି  । ଶୁଦ୍ଧ ରୂପା ୧ ଗ୍ରାମ୍ ପିଛା ୯୮.୯୦ ଟଙ୍କା ରହିଥିବା ବେଳେ ୮ ଗ୍ରାମ୍ ପିଛା ୭୯୨ ଟଙ୍କା, ୧୦୦ ଗ୍ରାମ୍ ପିଛା ୯,୯୦୦ ଓ ୧ କେଜି ପିଛା ୯୯,୦୦୦ ଟଙ୍କା ରହିଛି। 

ଦେଶର ବିଭିନ୍ନ ସହରରେ ସୁନାର ଦାମ୍:

ଭୁବନେଶ୍ୱର- ୭୨,୧୫୦

କଟକ-  ୭୨,୧୫୦

ମୁମ୍ୱାଇ- ୭୨,୧୫୦

ନୂଆଦିଲ୍ଲୀ- ୭୨,୧୫୦ 

କୋଲକାତା- ୭୨,୧୫୦

କେମିତି ଜାଣିବେ ସୁନାର ଶୁଦ୍ଧତା:

  • ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।
  • ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।
  • ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ। 

ସଠିକ୍ ଦାମ୍‌ରେ କେମିତି କିଣିବେ ସୁନା....ଜାଣନ୍ତୁ କିଛି ଟିପ୍ସ୍....

  • ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
  • ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ।
  • ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।
  • ଅଫ୍ ସିଜନରେ ସୁନା କିଣନ୍ତୁ... କମ୍ ଦାମ୍‌ରେ ସୁନା ଗହଣା କିଣିବାର ଲାଭ ପାଇପାରିବେ।

OTV is now on Whatsapp

Join and get latest news update delivered to you via whatsapp

Join Now

Total Seats 70

BJP 48
AAP 22
INC 0
OTHERS 0

Delhi Vidhan Sabha Election Result