ଦିଲ୍ଲୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହି ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜାରି ରହିଛି ।
ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଯାଉଛି ବିବାହ। ଶିବପୁରୀର ବାସିନ୍ଦା ପୁନମ ଗୁପ୍ତା ପ୍ରଥମ ଭାରତୀୟ ନାଗରିକ ଭାବେ ରାଷ୍ଟ୍ରପତି ଭବନରେ ବିବାହ କରିବାକୁ ଯାଉଛନ୍ତି। ମଧ୍ୟପ୍ରଦେଶ ଶିବପୁରୀର ବାସିନ୍ଦା ପୁନମ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ମହିଳା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ତଥା ରାଷ୍ଟ୍ରପତି ଭବନରେ ପିଏସଓ ଭାବରେ ସେ କାର୍ଯ୍ୟରତ ଅଛନ୍ତି ।
ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।
ଭୋଟ୍ ଦେବାକୁ ବୁଥରେ ପହଞ୍ଚିଛନ୍ତି ଦିଲ୍ଲୀ ବାସିନ୍ଦା। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ଭୋଟିଂ।
ଜାନୁଆରୀ ୨୭ ତାରିଖରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ସମୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ହରିୟାଣା ଦ୍ୱାରା ଦିଲ୍ଲୀକୁ ଯୋଗାଇ ଦିଆଯାଉଥିବା ନିମ୍ନମାନର ପାଣି ପ୍ରସଙ୍ଗ ଉଠାଇଥିଲେ। କେଜରିୱାଲ କହିଥିଲେ, 'ଲୋକମାନଙ୍କୁ ପାନୀୟ ଜଳରୁ ବଞ୍ଚିତ କରିବାଠାରୁ ବଡ଼ ପାପ ଆଉ କିଛି ନାହିଁ।'
ଜାନୁଆରୀ ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ଫେବ୍ରୁଆରୀ ୨୬ ମହାଶିବରାତ୍ରୀ ଯାଏଁ ଚାଲିବ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି । ମହାକୁମ୍ଭରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା।
୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିବେ ୧.୫୫ କୋଟି ଭୋଟର୍। ଏମାନଙ୍କ ମଧ୍ୟରେ ୮୩.୪୯ ଲକ୍ଷ ପୁରୁଷ ଭୋଟର ରହିଥିବା ବେଳେ ୭୧.୭୪ ଲକ୍ଷ ମହିଳା ଭୋଟର ରହିଛନ୍ତି।
ବେଙ୍ଗାଲୁରୁରେ ଜନୈକ ଚୋରର ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଚୋରି କରିଥିଲା ଆଉ ସେ ପଇସାରେ ପ୍ରେମିକା ପାଇଁ ତିଆରି କରିଥିଲା ଆଲିଶାନ ବଙ୍ଗଳା।
ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା ।
ଅଙ୍ଗନବାଡି କେନ୍ଦ୍ରରେ ଉପମା ପ୍ରଦାନ କରାଯାଏ। ତେବେ ଶଙ୍କୁ ନାମକ ଏହି ବାଳକକୁ ଉପମା ପସନ୍ଦ ନୁହେଁ। ତାକୁ ଆବଶ୍ୟକ ଥିଲା ବିରନାନି (ବିରିୟାନୀ) ଓ ପୋରିଚା କୋଝି (ଚିକେନ ଫ୍ରାଏ)। ଶଙ୍କୁର ମା’ ଏହି ଭିଡିଓଟିକୁ ଶୁଟ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓକୁ ସମସ୍ତେ ବେଶ ପସନ୍ଦ କରିଥିଲେ।
୨୦୨୬ରେ ଜାପାନକୁ ଭାରତ ଅତିକ୍ରମ କରିଯିବ ବୋଲି ରେଟିଂ ଏଜେନ୍ସି ଆକଳନ କରିଛନ୍ତି । ବର୍ତ୍ତମାନ ଆମେରିକା ସବୁଠୁ ବଡ଼ ଆର୍ଥିକ ମହାଶକ୍ତି ହୋଇଥିବାବେଳେ ତା’ପଛକୁ ରହିଛନ୍ତି ଚୀନ୍, ଜର୍ମାନୀ ଓ ଜାପାନ। ଭାରତର ଜିଡିପି ଅଭିବୃଦ୍ଧି ୨୦୨୫ରେ ୬.୬ ପ୍ରତିଶତ ରହିବ। ମୁଖ୍ୟତଃ ଅଧିକ ଘରୋଇ ଖର୍ଚ୍ଚ ଓ ନିବେଶ ପାଇଁ ଅର୍ଥନୀତିର ଅଭିବୃଦ୍ଧି ଏଭଳି ସ୍ତରରେ ରହିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।
ଦିନକ ପରେ ସମସ୍ତ ୭୦ ଆସନରେ ଭୋଟ୍। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ମନେଇବାକୁ ଜୋରଦାର କସରତ୍ କରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ଆପ୍ ଓ କଂଗ୍ରେସ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ଅବସରରେ ଆମେରିକାରେ ଟ୍ରମ୍ପ୍ ନୈଶ୍ୟଭୋଜିର ମଧ୍ୟ ଆୟୋଜନ କରିପାରନ୍ତି ବୋଲି କୁହାଯାଉଛି ।
ରାଷ୍ଟ୍ରପତିଙ୍କ ସଂପର୍କରେ ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ ପାଇଁ ସ୍ବାଧୀନ ସାଂସଦ ତଥା କଂଗ୍ରେସ ସମର୍ଥକ ପପ୍ପୁ ଯାଦବଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ମାନଙ୍କ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଅଣାଯାଇଛି ।
ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।
ନିଜ ଶାଳୀକୁ ମାରିବା ପାଇଁ ଯୋଜନା କରିଥିଲା ଭିଣୋଇ । ଏଥିପାଇଁ ସେ ୪୦ହଜାର ଟଙ୍କା ଲୋନ୍ କରିଥିଲା ।
ମଲାବେଳେ ବାପା ମୁହଁରେ ପୁଅ ନିଆଁ ଦେବାର ବିଧି ରହିଛି। ତେବେ ମଧ୍ୟ ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରିଯିବ। ବାପାଙ୍କ ମୃତ୍ୟୁ ପରେ ବିବାଦ କାରଣରୁ ଶବକୁ ଦୁଇଖଣ୍ଡ କରି କାଟି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।
ପ୍ରୟାଗରାଜରେ ଚାଲିଛି ମହା କୁମ୍ଭମେଳା। ଏଠାକୁ ଦେଶ ତଥା ଦେଶ ବାହାରୁ କୋଟି କୋଟି ଶ୍ରଦ୍ଧାଳୁ ଆସୁଛନ୍ତି। ହିନ୍ଦୁ ଧର୍ମ ପ୍ରତି ଆକର୍ଷତ ହୋଇ ମେଳା ବୁଲିବାକୁ ରୁଷିର ଏହି ଯୁବତୀ ଜଣକଙ୍କ ମଧ୍ୟ ଆସିଥିଲେ। ଏତିକି ବେଳେ ସେ ଭେଟିଥିଲେ ଜଣେ ଅଘୋରୀ ବାବାଙ୍କୁ। ପ୍ରଥମ ଦେଖାରେ ହିଁ ବାବାଙ୍କ ପ୍ରେମରେ ପଡିଯାଇଥିଲେ ବିଦେଶିନୀ।
ଡାକ୍ତର ବାବୁଙ୍କ ଅନୁରୋଧ କ୍ରମେ ଅନେକ ଟ୍ରଷ୍ଟ ରୋଗୀଙ୍କୁ ଅସ୍ତ୍ରୋପଚାରରେ ବ୍ୟବହୃତ ଯନ୍ତ୍ରପାତି ମାଗଣାରେ ଯୋଗାଇବାକୁ ରାଜି ହୋଇଥିଲେ। ଯନ୍ତ୍ରପାତି ଉପଲବ୍ଧ ହେବା ପରେ ମନୀଷ ନିଜ ଡାକ୍ତରଖାନାରେ ରୋଗୀମାନଙ୍କ ପାଇଁ ମାଗଣା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ଅସ୍ତ୍ରୋପଚାର ପାଇଁ ମନୀଷଙ୍କୁ ଅନ୍ୟ ଡାକ୍ତରଙ୍କ ସାହାଯ୍ୟ ମଧ୍ୟ ଆବଶ୍ୟକ ଥିଲା।
ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ତ୍ରିମ୍ବକେଶ୍ୱରରୁ ଗୁଜରାଟର ଦ୍ୱାରିକା ଅଭିମୁଖେ ଯାଉଥିଲେ। ସାପୁତାରା ହିଲ୍ ଷ୍ଟେସନ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିଥିଲା।
ଆଜି ଶେଷ ଦିନରେ ଜୋରଦାର ପ୍ରଚାର କରିବେ ସବୁ ଦଳ। ସକାଳୁ ସନ୍ଧ୍ୟା ଯାଏ ଜନସଭା, ରାଲି, ରୋଡ ଶୋ, ପଦଯାତ୍ରା, ଜନସଂପର୍କ ଯାତ୍ରାରେ ପ୍ରଚାର ରାଜନୀତି ସରଗରମ ରହିବ।
ମୌନୀ ଅମାବାସ୍ୟାରେ ଦଳା ଚକଟା ପରେ ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଯେଭଳି କୌଣସି ଦଳାଚକଟା ଭଳି ସ୍ଥିତି ନଉପୁଜିବ ସେଥିପାଇଁ ୱାନ୍ ୱେ ବ୍ୟବସ୍ଥା କରାଯାଇଛି।
ଜାଣନ୍ତୁ ମହାକୁମ୍ଭ ମେଳାରେ ବୁଲୁଥିବା ବାଇକ୍ ବାବାଙ୍କ ବିଷୟରେ....
ଅର୍ଥନୀତି ବିଶାରଦଙ୍କ କହିବା ଅନୁସାରେ ଏବେ ଦେଶରେ ଥିବା ଆୟକର ଆଇନ ପୁରୁଣା ହେଲାଣି ଏବଂ ଅଧିକ ଜଟିଳ ହୋଇଥିବାରୁ ଅନେକ ସମୟରେ ବହୁ ପରିମାଣର ଆୟକର ମାମଲା ବିବାଦରେ ଫସି ରହୁଛି। ଆୟକର ପ୍ରକ୍ରିୟାକୁ ଆହୁରି ସ୍ବଚ୍ଛ, ସରଳ ଓ ସହଜ କରିବାର ଆବଶ୍ୟକତା ଥିବାରୁ ସରକାର ଏବେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି।
ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ପାଇଁ ଅନଲାଇନ ଟିକେଟ୍ ବିକ୍ରି। ୱେଟିଂ ନମ୍ବରକୁ ନେଇ ବହୁ କ୍ରିକେଟପ୍ରେମୀ ନିରାଶ। ୪ ହଜାର ଟିକେଟ କିଣିବାକୁ ୱେଟିଂ ତାଲିକାରେ ୪୦ ହଜାର ଉପରେ ପ୍ରଶଂସକ।