ଦିଲ୍ଲୀରେ ଆପ୍ ଜିତିଲେ ବି କେଜ୍ରିୱାଲ ହୋଇପାରିବେନି ମୁଖ୍ୟମନ୍ତ୍ରୀ !
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଧାନସଭାରେ ଅରବିନ୍ଦ କେଜରିୱାଲଙ୍କ ଚେୟାର ମଧ୍ୟ ବଦଳିଛି । ବର୍ତ୍ତମାନ କେଜରିୱାଲଙ୍କ ସିଟ୍ ନମ୍ବର ୧ ରୁ ୪୧କୁ ବଦଳିଛି ।
ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା । ଆପ୍ ବିଧାୟକ ଦଳ ବୈଠକରେ ଆତିଶିଙ୍କ ନାଁକୁ ମୋହର ଲାଗିଛି ।
କେଜ୍ରିୱାଲଙ୍କ ଗିରଫଦାରି ପରେ ଆତିଶି ଆପ ସରକାରର ପ୍ରମୁଖ ଚେହେରା ଭାବେ ଉଭା ହୋଇଥିଲେ । ତାଙ୍କ ହାତରେ ଏବେ ଗୁରୁତ୍ବପୂର୍ଣ୍ଣ ୬ଟି ଗୁରୁତ୍ବପୂର୍ଣ୍ଣ ବିଭାଗ ସମେତ ୧୪ଟି ବିଭାଗ ରହିଛି ।
ଜେଲରୁ ବେଲରେ ଆସିବା ପରେ କେଜ୍ରିୱାଲଙ୍କ ବଡ଼ ଘୋଷଣା । ଦୁଇ ଦିନ ଭିତରେ ଛାଡ଼ିବି ମୁଖ୍ୟମନ୍ତ୍ରୀ ପଦ । ୪୮ ଘଣ୍ଟା ଭିତରେ ଇସ୍ତଫା ଦେବାକୁ ଘୋଷଣା କରିବା ସହ ଆସନ୍ତା ନଭେମ୍ବରରେ ମହାରାଷ୍ଟ୍ର ସହ ଏକାଠି ଦିଲ୍ଲୀ ବିଧାନସଭା ନିର୍ବାଚନ କରିବାକୁ ଦାବି କରିଛନ୍ତି । ତେବେ କେଜରିୱାଲଙ୍କ ଏହି ଘୋଷଣାକୁ ପିଆର୍ ଷ୍ଟଣ୍ଟ ବୋଲି କହିଛି ବିଜେପି । ଦଳ କହିଛି, ସୁପ୍ରିମକୋର୍ଟଙ୍କ କଡ଼ା ସର୍ତ୍ତମୂଳକ ଜାମିନ ପରେ କେଜରିୱାଲଙ୍କ ନିକଟରେ ଇସ୍ତଫା ଛଡ଼ା ଆଉ କିଛି ବିକଳ୍ପ ହିଁ ନଥିଲା ।...
ଜାମିନରେ ଜେଲରୁ ମୁକୁଳିବା ପରେ ପଦ ଛାଡ଼ିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଆଉ ଏହି ଘୋଷଣା ଭିତରେ ଦିଲ୍ଲୀବାସୀଙ୍କୁ ପରୋକ୍ଷରେ ଭୋଟ୍ ମାଗିଛନ୍ତି କେଜରିୱାଲ।
ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସିଏମ୍ ପଦରେ ରହିବିନି । ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନି ।
ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତିହାର ଜେଲରୁ ବାହାରିବା ପରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା।
ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି । ଜାମିନ ପାଇଁ ସମାନ ସର୍ତ୍ତ ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେବ, ଯାହା ଇଡି ମାମଲାରେ ଜାମିନ ପ୍ରଦାନ କରିବା ସମୟରେ ଲାଗୁ କରାଯାଇଥିଲା ।
ଅରବିନ୍ଦ କେଜ୍ରିୱାଲଙ୍କୁ ମିଲିଲା ଅନ୍ତରୀଣ ଜାମିନ । ଅନ୍ତରୀଣ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ ।
ଅରବିନ୍ଦ କେଜ୍ରିୱାଲଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ । ରିମାଣ୍ଡ ଅନୁମତି ଦେଲେ ରାଉଜ୍ ଆଭେନ୍ୟୁ କୋର୍ଟ । ଆଜି ତିହାର ଜେଲରେ ପଚରାଉଚରା କରିବ ସିବିଆଇ ଟିମ୍ ।
ଗତକାଲି କେଜ୍ରିୱାଲଙ୍କୁ ଜାମିନ ମଞ୍ଜୁର କରିଥିଲେ ଦିଲ୍ଲୀ କୋର୍ଟ। ଦିଲ୍ଲୀ କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଂଜ କରିଥିଲା ଇଡି।
ଜାମିନ ବିରୋଧରେ ଇଡି ଜୋରଦାର ଯୁକ୍ତି ଉପସ୍ଥାପନ କରିଥିଲା। ଜାମିନ ନିର୍ଦ୍ଦେଶ ଉପରେ ୪୮ ଘଣ୍ଟାର ରୋକ ଲଗାଇବାକୁ ମଧ୍ୟ ତଦନ୍ତକାରୀ ସଂସ୍ଥା କହିଥିଲା।
ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ଅନ୍ତରୀଣ ଜାମିନ ୭ ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଉପରେ ଶୁଣାଣି କରିବେନି କୋର୍ଟ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ PS ଗିରଫ । PS ବୈଭବ କୁମାରଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ମାମଲାରେ ଗିରଫ ହୋଇଛନ୍ତି ।
ଗତକାଲି ଦିଲ୍ଲୀ AIIMS ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି ସ୍ବାତୀ । ସ୍ୱାତୀ ମାଲିୱାଲ ନିଜ ସହ ଘଟିଥିବା ଘଟଣାର ପ୍ରଥମ ପ୍ରତିକ୍ରିୟା ଜାରି କରିଛନ୍ତି । ଆପ ସାଂସଦ ନିଜ ଏକ୍ସ ଆକାଉଣ୍ଟର ପୋଷ୍ଟରେ କହିଛନ୍ତି ଯେ, ପୋଲିସକୁ ସେ ବୟାନ ଦେଇଛନ୍ତି ।
ଜୁନ ୨ରେ ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ସରେଣ୍ଡର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମକୋର୍ଟ। ଜୁନ୍ ୧ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଛି।
ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଆସନ୍ତା ୭ ତାରିଖରେ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ବିଚାର କରାଯିବ।
ଡାକ୍ତର ଯୋଗାଇବାକୁ AIIMSକୁ ଚିଠି ଲେଖିଲେ ଜେଲ କର୍ତ୍ତୃପକ୍ଷ । ଡାକ୍ତରଙ୍କ କାହିଁକି ଆବଶ୍ୟକତା ପଡିଲା, ଆପର ପ୍ରଶ୍ନ ।
ଲୋକଙ୍କୁ ଉଦବୋଧନ ଦେବା ସହ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ କଥା ମଧ୍ୟ ଉପସ୍ଥାପିତ କରିଛନ୍ତି। କେଜ୍ରିୱାଲ ଓ ହେମନ୍ତ ଉଭୟ ଦୋଷୀ ସାବ୍ୟସ୍ତ ନହୋଇ ମଧ୍ୟ ଜେଲରେ ଅଛନ୍ତି। ଏହାକୁ ସେ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି।
ଦୀର୍ଘ ସମୟ ଧରି ଅମାନତୁଲାଙ୍କୁ ଇଡି କାର୍ଯ୍ୟାଳୟରୁ ନବାହାରିବା ଦେଖି ତାଙ୍କୁ ଗିରଫ କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଆପ୍ ବିଧାୟକ ଓ ମନ୍ତ୍ରୀ।
ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାକୁ ଅନୁମତି ଦେବାକୁ ଦାବି କରାଯାଇଛି ।