Advertisment

Modi slammed Delhi Education: ଦିଲ୍ଲୀ ବିଧାନସଭା ପଚାର ଶେଷ, ଦିଲ୍ଲୀ ଶିକ୍ଷା ମଡେଲର ପୋଲ୍ ଖୋଲିଦେଲେ ମୋଦି

ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।

author-image
Saroj Kumar Jena
ଅଦ୍ୟତନ ହୋଇଛି
undefined

delhi Election

ଦିଲ୍ଲୀ ବିଧାନସଭା ନିର୍ବାଚନ ନିର୍ବାଚନ ପାଇଁ ଆଜି ସଂଧ୍ୟାରୁ ଥମିଯାଇଛି ପ୍ରଚାର ତାତି। ଦିନକ ପରେ ସମସ୍ତ 70 ଆସନରେ ଭୋଟ୍। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା ବେଳେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ମନେଇବାକୁ ଜୋରଦାର କସରତ୍ କରିଛନ୍ତି ତିନି ପ୍ରମୁଖ ଦଳ ବିଜେପି, ଆପ୍କଂଗ୍ରେସ। ହାଇଭୋଲଟେଜ୍ କ୍ୟାମ୍ପେନରେ କମ୍ପିଛି ଦେଶର ରାଜଧାନୀ।

Advertisment

ଭୋଟ୍ ଗ୍ରହଣର ଦିନକ ପୂର୍ବରୁ ଦିଲ୍ଲୀ ଦଖଲ ପାଇଁ ତିନି ଦଳର ଇଏ ଅନ୍ତିମ ପ୍ରଚାର ଲଢ଼େଇ। ଶେଷ ମୁହୂର୍ତ୍ତରେ ଜନତାଙ୍କୁ ମନାଇ ଦୀର୍ଘ ୨୫ ବର୍ଷ ପରେ କ୍ଷମତାକୁ ଫେରିବାକୁ ତ ସାରା ଦିଲ୍ଲୀରେ ଯେମିତି ପୂରା ରଣନୀତି ସହ ଛାଇ ଯାଇଥିଲେ କେନ୍ଦ୍ରୀୟ ବିଜେପିର ଟପ୍ ବ୍ରିଗେଡ୍। ଖୋଦ୍ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି କାଲି ଆର.କେ ପୁରମ୍ ସଭାରେ ଦିଲ୍ଲୀରେ ବିକାଶର ନୂଆ ବସନ୍ତ ଆସିବ ବୋଲି କହିବା ପରେ ଆଜି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ କଥା ହେବା ଛଳରେ ଦିଲ୍ଲୀ ସରକାରର ଶିକ୍ଷା ମଡେଲର କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି, ନିଜ ଛବି ବଞ୍ଚାଇବାକୁ ଦଶମରେ ପାସ୍ ପ୍ରତିଶତ କମିଯିବା ଡରରେ କମ୍ ମାର୍କ ଆଣୁଥିବା ପିଲାଙ୍କୁ ଦଶମ ଶ୍ରେଣୀକୁ ଯିବାକୁ ଦେଉନି ଦିଲ୍ଲୀ ସରକାର।

ଅଧିକ ପଢ଼ନ୍ତୁ : ପାଣ୍ଡିଆନଙ୍କ ପିଛା ଛାଡୁନି ଚର୍ଚ୍ଚା, ନିଆଁରେ ଘିଅ ଢାଳିଲେ ମନ୍ମଥ

ମୋଦି ପିଲାଙ୍କ ସହ କଥା ହୋଇ ଦିଲ୍ଲୀ ଶିକ୍ଷା ମଡେଲର ପୋଲ୍ ଖୋଲୁଥିଲେ ତ ଏପଟେ 22ଟି ରୋଡ୍ ସୋ ଓ ଜନସଭା ସହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କଠୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ଗୋଆ ସିଏମ୍ ପ୍ରମୋଦ ସାୱନ୍ତ, ସ୍ମୃତି ଇରାନୀ ପ୍ରମୁଖ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ଆପ୍ ସରକାରକୁ ଆପ୍-ଦା କହି, ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଥିଲେ।

Advertisment

ଏପଟେ ଦୁର୍ନୀତି ଅଭିଯୋଗର କାଳିମା ଭିତରେ ଲଗାତର ଚତୁର୍ଥ ଥର ପାଇଁ କ୍ଷମତାକୁ ଫେରିବାକୁ ଅନ୍ତିମ କ୍ଷଣରେ ଜି, ଜାନ୍ ଲଗାଇ ଦେଇଥିଲା ଆମ୍ ଆଦମୀ ପାର୍ଟି। ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଆତିସି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, ହରଭଜନ ସିଂ, ପୂର୍ବ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ସଂଜୟ ସିଂ ପ୍ରମୁଖ ସଭା, ଶୋଭାଯାତ୍ରା କରି ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବାକୁ ଜୋରଦାର କସରତ୍ କରିଥିଲେ। କେବଳ ସେତିକି ନୁହେଁ ସମାଜବାଦୀ ପାର୍ଟି ପ୍ରମୁଖ ଅଖିଳେଶ ଯାଦବ ଓ ଟିଏମ୍ସି ସାଂସଦ ଶତ୍ରୁଘ୍ନ ସିହ୍ନା ମଧ୍ୟ ଆପ୍ ପାଇଁ ପ୍ରଚାରକୁ ଓହ୍ଲାଇଥିଲେ।...ଆଉ ଇଏ 2013 ପରେ ଦିଲ୍ଲୀ ଦଙ୍ଗଲରେ ପୁଣି ନିର୍ଣ୍ଣାୟକ ଭୂମିକାକୁ ଫେରିବାକୁ ଇଏ କଂଗ୍ରେସର ଫାଇନାଲ୍ ପୁସ୍। ଶେଷ ଦିନରେ ଆଜି କମାଣ ସମ୍ଭାଳିଥିଲେ ସାଂସଦ ପ୍ରିୟଙ୍କା ଗାନ୍ଧି। ଡୋର ଟୁ ଡୋର୍ କ୍ୟାମ୍ପେନ୍ ସହ ରୋଡ ସୋ ଜରିଆରେ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ ପ୍ରିୟଙ୍କା।

ଏସବୁ ଭିତରେ ଚର୍ଚ୍ଚାରେ ଥିଲା ଦିଲ୍ଲୀ ଯମୁନା ପାଣିକୁ ନେଇ ରାଜ୍ୟସଭା ସାଂସଦ ତଥା ଏକଦା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ସ୍ବାତୀ ମଲିୱାଲଙ୍କ କେଜ୍ରିୱାଲଙ୍କୁ ହମଲା। ସ୍ବାତୀ ଆଜି ପୂର୍ବାଞ୍ଚଳର ମହିଳାମାନଙ୍କୁ ଧରି ଯମୁନା ଯାଇ ସେଠାରେ କେଜ୍ରିୱାଲଙ୍କ ପୁତ୍ତଳିକାକୁ ଡୁବକି ଲଗାଇବା ସହ ଯମୁନା ଜଳ ଧରି କେଜ୍ରିୱାଲଙ୍କ ବାସଭବନ ଯାଏଁ ଶୋଭାଯାତ୍ରାରେ ଯାଇ ତାଙ୍କ ଅଡୁଆ ବଢ଼ାଇ ଥିଲେ। ଏସବୁ କ୍ୟାମ୍ପେନ୍ ଓ ନିଆରା ବିକ୍ଷୋଭ ଭିତରେ ଆଜି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର ସରିଥିଲା ବେଳେ ଏବେ ଅପେକ୍ଷା ୫ ତାରିଖର ଭୋଟ ଗ୍ରହଣ ଓ ୮ ତାରିଖ ଭୋଟ୍ ଗଣତିର ଫଳାଫଳକୁ।

ଅଧିକ ପଢ଼ନ୍ତୁ : ବ୍ରହ୍ମପୁରରେ ଅସମ୍ଭାଳ ବିଜେଡି କଳି ! ନିଜ ଦଳ ମେୟରଙ୍କ ଚେର କାଟିବାକୁ କାଉନସିଲରଙ୍କ ହଙ୍ଗାମା

BJP AAP Delhi Elections
Advertisment
Advertisment