Advertisment

Sonia Gandhi: ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗ, ସୋନିଆ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍

ରାଷ୍ଟ୍ରପତିଙ୍କ ସଂପର୍କରେ ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ ପାଇଁ ସ୍ବାଧୀନ ସାଂସଦ ତଥା କଂଗ୍ରେସ ସମର୍ଥକ ପପ୍ପୁ ଯାଦବଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ମାନଙ୍କ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଅଣାଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ସୋନିଆଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

ସୋନିଆଙ୍କୁ ସ୍ୱାଧିକାର ଭଙ୍ଗ ନୋଟିସ୍‌

ରାଷ୍ଟ୍ରପତିଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗରେ ଅଡ଼ୁଆରେ ସୋନିଆ ଗାନ୍ଧିକଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ସଂସଦରେ ସ୍ବାଧିକାରଭଙ୍ଗ ନୋଟିସ୍ ଆଣିଲେ ବିଜେପି ସାଂସଦ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂପର୍କରେ ଅପମାନଜନକ ଓ ନିନ୍ଦନୀୟ ମନ୍ତବ୍ୟ ଦେଇ, ସୋନିଆ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟର ଗରିମା କ୍ଷୁର୍ଣ୍ଣ କରିଥିବା ଅଭିଯୋଗ କରିଛି ବିଜେପି । ତେଣୁ ଘଟଣାକୁ ଗୁରୁତ୍ବର ସହ ନେଇ, ରାଜ୍ୟସଭା ସାଂସଦ ସୋନିଆଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉପରାଷ୍ଟ୍ରପତିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ।

Advertisment

ରାଷ୍ଟ୍ରପତିଙ୍କ ସଂପର୍କରେ ଅସମ୍ମାନସୂଚକ ଶବ୍ଦ ପ୍ରୟୋଗ ପାଇଁ ସ୍ବାଧୀନ ସାଂସଦ ତଥା କଂଗ୍ରେସ ସମର୍ଥକ ପପ୍ପୁ ଯାଦବଙ୍କ ବିରୋଧରେ ମଧ୍ୟ ବିଜେପି ସାଂସଦ ମାନଙ୍କ ପକ୍ଷରୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଅଣାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସଂସଦ ବାହାରେ ପୁଅର୍ ଲେଡି ବା ବିଚାରି ବୋଲି କହି ତାଚ୍ଛଲ୍ୟଭରା ମନ୍ତବ୍ୟ ଦେଇଥିଲେ ସୋନିଆ । ପପ୍ପୁ ଯାଦବ ତାଙ୍କୁ ଷ୍ଟାମ୍ପ ବୋଲି କହିବା ସହ ତାଙ୍କୁ କେବଳ ଲଭ୍ ଲେଟର୍ ପଢ଼ିବାକୁ ପଡ଼େ ବୋଲି ମନ୍ତବ୍ୟ ରଖିଥିଲେ, ଯାହାକୁ ନେଇ ବିବାଦ ଉପୁଜିଛି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଧାନସଭା ପଚାର ଶେଷ, ଦିଲ୍ଲୀ ଶିକ୍ଷା ମଡେଲର ପୋଲ୍ ଖୋଲିଦେଲେ ମୋଦି

Advertisment

ରାଷ୍ଟ୍ରପତିଙ୍କୁ ନେଇ ସୋନିଆ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ଉଭୟ ସୋନିଆ ଗାନ୍ଧି ଓ କଂଗ୍ରେସ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ମୋଦି କହିଥିଲେ, ରାଜକୀୟ ପରିବାର ସଦସ୍ୟ, ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ଆରମ୍ଭ କରିଛନ୍ତି । ଏହା ଦେଶର ୧୦ କୋଟି ଆଦିବାସୀଙ୍କ ପ୍ରତି ଅପମାନ ବୋଲି କହିଥିଲେ ମୋଦି ।

ସେପଟେ ଝିଅ ପ୍ରିୟଙ୍କା ଏ ମାମଲାରେ ସୋନିଆଙ୍କୁ ସମର୍ଥନ କରି ଏହାକୁ ମିଡିଆ ଟ୍ବିଷ୍ଟ ବୋଲି ମତ ରଖିଥିଲେ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୋନିଆ ଗାନ୍ଧିଙ୍କ ଏଭଳି ବୟାନ ଆଦୌ ଗ୍ରହଣୀୟ ନୁହେଁ ବୋଲି ଖୋଦ୍ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଥିଲା । ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଥିଲା ଅଭିଭାଷଣ ରଖିବାବେଳେ ରାଷ୍ଟ୍ରପତି ଥକି ଯାଇନଥିଲେ ବରଂ ସମାଜର ଅବହେଳିତ, ମହିଳା ଓ ଚାଷୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିଥିଲେ ।

ଅଧିକ ପଢ଼ନ୍ତୁ: କାଳ ସାଜିଲା ଚୋରା ପୀରତି, ଶେଷରେ ଲୋନ୍ ନେଇ ନିଜ ଶାଳୀକୁ ହତ୍ୟାକଲା ଭିଣୋଇ

India News BJP Congress Sonia Gandhi
Advertisment
Advertisment