Advertisment

PM Modi Takes Holy Dip: ସଙ୍ଗମରେ ବୁଡ଼ ପକାଇଲେ ମୋଦି; କଲେ ଗଙ୍ଗା ଆଳତୀ

ମୋଦି ପକାଇଲେ ଆସ୍ଥା ଓ ବିଶ୍ୱାସର ବୁଡ଼। ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ।

author-image
Sonali Ojha
ଅଦ୍ୟତନ ହୋଇଛି
PM Modi Mahakumbh Visit

PM Modi Mahakumbh Visit

ତୀର୍ଥରାଜ ପ୍ରୟାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂଗମ ଯାଇ ପକାଇଛନ୍ତି ଆସ୍ଥା ଓ ବିଶ୍ୱାସର ବୁଡ଼। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ମୋଦି ପ୍ରୟାଗରାଜରେ ପହଞ୍ଚି ବୁଡ଼ ପକାଇଛନ୍ତି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବୁଡ ପକାଇବା ପରେ ସେ ଗଙ୍ଗା ଆଳତି କରିଥିଲେ। ମୌନୀ ଅମାବାସ୍ୟାରେ ଦଳାଚକଟା ହେବା ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସସପେନ୍ସ ଲାଗି ରହିଥିଲା। ହେଲେ ଶେଷରେ ସେ ବୁଡ଼ ପକାଇଛନ୍ତି।

Advertisment

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ୧୦:୦୫ ରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚି ଡିପିଏସ୍ ହେଲିପ୍ୟାଡରେ ପହଞ୍ଚିଥିଲେ। ସେଠାରୁ ଏରିଆଲ ଘାଟ ଯାଇ ଡଙ୍ଗା ଯୋଗେ ମହାକୁମ୍ଭକୁ ଯାଇଥିଲେ। ମହାସ୍ନାନ ପରେ ସିଧାସଳଖ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ବୁଡ଼ ପକାଇ ପୂଣ୍ୟ ଅର୍ଜିବାକୁ ପ୍ରୟାଗରାଜରେ କୋଟି କୋଟି ହିନ୍ଦୁଙ୍କ ପ୍ରାଣ ଓ ମନ। ସାଧୁ ସନ୍ଥ ଓ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଉଛନ୍ତି । ଏଥିପାଇଁ ସଂଗମ ତଟରେ ଲାଗିଛି ସାଧୁ ସନ୍ଥ ଓ ଭକ୍ତଙ୍କ ଗହଳି। ବିଭିନ୍ନ ଆଖଡ଼ାର ସାଧୁ ସନ୍ଥଙ୍କ ହୋମ ଯଜ୍ଞ ଓ ମନ୍ତ୍ରଧ୍ବନୀରେ କଂପୁଛି ଚଉଦିଗ। ୟୁପି ସରକାରଙ୍କ ପକ୍ଷରୁ ମହା ଆୟୋଜନ ସହ କଡ଼ା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପୁଣି ୧୪୪ ବର୍ଷ ପରେ ଆସିବ; ସରିଲା ମହାକୁମ୍ଭରେ ଅମୃତ ସ୍ନାନର ମହାସୁଯୋଗ

ମହାକୁମ୍ଭରେ ଅନେକ ନେତା, ମନ୍ତ୍ରୀ, ସେଲିବ୍ରିଟି ଓ ନାମୀଦାମୀ ଲୋକ ବୁଡ଼ ପକାଇ ସାରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଏହାଛଡ଼ା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ତାଙ୍କର କ୍ୟାବିନେଟ୍ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ରାମଦେବ ବାବାଙ୍କଠାରୁ ଆରମ୍ଭ କରି ହେମାମାଳିନୀ ମଧ୍ୟ କୁମ୍ଭରେ ବୁଡ଼ ପକାଇଥିବା ଦେଖିବାକୁ ମିଳିଛି।

ମହାକୁମ୍ଭ ୧୩ ଜାନୁଆରୀରେ ଆରମ୍ଭ ହୋଇଥିଲା ଏବଂ ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ, ଭକ୍ତମାନେ ସଙ୍ଗମରେ ସ୍ନାନ କରିପାରିବେ। ଏଥର ମହାକୁମ୍ଭ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଛି। ତଥାପି, ପ୍ରୟାଗରାଜରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭ ଆୟୋଜନ କରାଯାଏ। ମହାକୁମ୍ଭରେ ୩ଟି ଯାକ ଅମୃତ ସ୍ନାନ ସରିଥିବା ବେଳେ, ଏଯାବତ୍ ୩୮ କୋଟିରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଲେଣି ।

ଅଧିକ ପଢନ୍ତୁ: Mahakumbh- 2025: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

Mahakumbh 2025 PM Modi
Advertisment
Advertisment