Advertisment

Income Tax Relaxation: ବାର୍ଷିକ ଆୟ ୧୨ ଲକ୍ଷ ୧୦ ହଜାର ଟଙ୍କା ହେଲେ, କେତେ ଟଙ୍କା ଦେବାକୁ ପଡ଼ିବ ଟିକସ?

ଅର୍ଥନୀତି ବିଶାରଦଙ୍କ କହିବା ଅନୁସାରେ ଏବେ ଦେଶରେ ଥିବା ଆୟକର ଆଇନ ପୁରୁଣା ହେଲାଣି ଏବଂ ଅଧିକ ଜଟିଳ ହୋଇଥିବାରୁ ଅନେକ ସମୟରେ ବହୁ ପରିମାଣର ଆୟକର ମାମଲା ବିବାଦରେ ଫସି ରହୁଛି। ଆୟକର ପ୍ରକ୍ରିୟାକୁ ଆହୁରି ସ୍ବଚ୍ଛ, ସରଳ ଓ ସହଜ କରିବାର ଆବଶ୍ୟକତା ଥିବାରୁ ସରକାର ଏବେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି।

author-image
Deviprasad Jena
ଅଦ୍ୟତନ ହୋଇଛି
New Tax Slabs Union Budget 2025

Income Tax Relaxation

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ବଜେଟ୍‌ରେ ଆୟକରଦାତାଙ୍କୁ ବଡ଼ ଆଶ୍ବସ୍ତି ଦେଇଛନ୍ତି । ବ୍ୟକ୍ତିଗତ ଆୟକର ଛାଡ଼ ସୀମାକୁ ୧୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଫଳରେ ଆସନ୍ତା ଆର୍ଥିକ ବର୍ଷରୁ ଟିକସଦାତା ଏହି ସୁବିଧା ପାଇବେ । ହେଲେ ୭ ଥାକିଆ ନୂଆ ଟିକସ ସ୍ଲାବ୍ ଆସିବା ପରେ କିଏ କେତେ ଗଣିବେ ଆୟକର ? କେତେ ପାଇବେ ରିହାତି ? ତାକୁ ନେଇ ଲାଗି ରହିଛି ଦ୍ବନ୍ଦ୍ବ । ସପ୍ତାହକ ଭିତରେ ନୂଆ ଆୟକର ବିଲ୍ ଆଣିବା ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ବଢ଼ିଛି ଆୟକରଦାତାଙ୍କ ଉତ୍କଣ୍ଠା ।

Advertisment

ଯଦି ଆପଣଙ୍କ ମାସିକ ଆୟ ଲକ୍ଷେ ଟଙ୍କା, ଅର୍ଥାତ୍ ବର୍ଷକୁ ରୋଜଗାର ୧୨ ଲକ୍ଷ, ତେବେ ଆପଣଙ୍କୁ ଦେବାକୁ ପଡ଼ିବନି କୌଣସି ଆୟକର । ହେଲେ ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ୧୦ ହଜାର ଟଙ୍କା, ତେବେ କେତେ ଗଣିବେ ଟିକସ ? କେଉଁ ସ୍ଲାବରେ ରହିବେ ଆପଣ? କ’ଣ ଅତିରିକ୍ତ ୧୦ ହଜାର ଟଙ୍କା ଆୟ ପାଇଁ ଗଣିବାକୁ ପଡ଼ିବ ୧୫ ପ୍ରତିଶତ ଟିକସ? ବଜେଟ୍‌ରେ ଆୟକର ଛାଡ଼କୁ ନେଇ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ଅଧିକାଂଶ ଏବେ ଏମିତି ଦ୍ବନ୍ଦ୍ବରେ ରହିଛନ୍ତି । ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ମତରେ, ଯଦି ବାର୍ଷିକ ଆୟ ୧୨ ଲକ୍ଷ ୧୦ ହଜାର ହୁଏ, ତେବେ ୪ ଲକ୍ଷ ଟଙ୍କାର ଆୟ ଟିକସ ଛାଡ଼ ରହିବାକୁ ଥିବା ବେଳେ ୪ ରୁ ୮ ଲକ୍ଷ ଟଙ୍କା ଆୟରେ ୫ ପ୍ରତିଶତ ଅର୍ଥାତ ୨୦ ହଜାର ଟଙ୍କା, ୮ରୁ ୧୨ ଲକ୍ଷ ଟଙ୍କା ଆୟରେ ୧୦ ପ୍ରତିଶତ ଅର୍ଥାତ ୪୦ ହଜାର ଟଙ୍କା ଟିକସ ଲାଗିବ । ସେହିପରି ବଳକା ୧୦ ହଜାର ଟଙ୍କା ଆୟରେ ୧୫ ପ୍ରତିଶତ ହିସାବରେ ଆଉ ୧୫୦୦ ଟିକସ ଦେବାକୁ ପଡ଼ିବ ।

ଅର୍ଥାତ ମୋଟ୍ ୬୧ ହଜାର ୫୦୦ ଟଙ୍କା ଆୟକର ଦେବାକୁ ପଡ଼ିବ । କିନ୍ତୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଟିକସ ଛାଡ଼ ଘୋଷଣା ହୋଇଥିବାରୁ, କରଦାତା ପ୍ରଭାବିତ ହେବେ । ତେଣୁ ଏ କ୍ଷେତ୍ରରେ ଲାଗୁ ହେବ ମାର୍ଜିନାଲ ରିଲିଫ୍ । ଅର୍ଥାତ୍ ୧୨ ଲକ୍ଷ ଟଙ୍କା ଉପରେ ତାଙ୍କ ଆୟ ଯେତିକି ଅଧିକ ଥିବ, ଆୟକର ତା’ଠୁ ଅଧିକ ହୋଇପାରିବନି । ତେଣୁ ୬୧ ହଜାର ୫୦୦ ଟଙ୍କା ପରିବର୍ତ୍ତେ ସେ ମାତ୍ର ୧୦ ହଜାର ଟଙ୍କା ଆୟକର ଦେବେ । ଯଦି ଆୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହୁଏ, ଟିକସ ସ୍ଲାବ ଅନୁସାରେ ତାଙ୍କ ଟିକସ ପରିମାଣ ୬୭ ହଜାର ୫୦୦ ଟଙ୍କା ହେଉଛି । କିନ୍ତୁ କରାଦାତା ଗଣିବେ ମାତ୍ର ୫୦ ହଜାର ଟଙ୍କା ଟିକସ । ସେହିପରି ୧୨ ଲକ୍ଷ ୭୦ ହଜାର ଟଙ୍କା ଆୟରେ ୭୦ ହଜାର ୫୦୦ ଟଙ୍କା ଟ୍ୟାକ୍ସ ହେଉଥିବା ବେଳେ ମାର୍ଜିନାଲ ରିଲିଫ୍ ଅନୁଯାୟୀ କରଦାତା ଦେବେ ୭୦ ହଜାର ଟଙ୍କା । ଅନ୍ୟପକ୍ଷରେ ୧୨ ଲକ୍ଷ ୭୫ ହଜାର ଟଙ୍କାର ଆୟ କ୍ଷେତ୍ରରେ ଆୟକର ପରିମାଣ ୭୧ ହଜାର ୨୫୦ ଟଙ୍କା ।

Advertisment

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

ଯେହେତୁ ଏହି ଟିକସ ପରିମାଣ ଆୟକର ଛାଡ଼ ସୀମା ବାଦ୍, ହୋଇଥିବା ଅତିରିକ୍ତ ଆୟ ତୁଳନାରେ କମ୍ ରହିଛି, ତାଙ୍କୁ ୭୧ ହଜାର ୨୫୦ ଟଙ୍କା ଆୟକର ଦେବାକୁ ପଡ଼ିବ । ଅନ୍ୟପକ୍ଷରେ ଚାକିରିଆଙ୍କ କ୍ଷେତ୍ରରେ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସୁବିଧା ଥିବାରୁ ସେମାନଙ୍କ କ୍ଷେତ୍ରରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ରାଶି ବାଦ୍ ଦିଆଯାଇ, ଏହି ନିୟମ ଲାଗୁହେବ । ଅପରପକ୍ଷରେ ବଜେଟ୍ ଉପସ୍ଥାପନା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସପ୍ତାହକ ମଧ୍ୟରେ ନୂଆ ଆୟକର ବିଲ୍ ଆସିବ । ନୂଆ ବିଲ୍‌କୁ ବୁଝିବା ସହଜ ହେବା ସହ ଟିକସ ବିବାଦ କମିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ତେବେ କାହିଁକି ଆବଶ୍ୟକ ନୂଆ ଆୟକର ବିଲ୍ ? ଏହି ବିଲ୍‌ରେ କ’ଣ ରହିପାରେ ?

ଅର୍ଥନୀତି ବିଶାରଦଙ୍କ କହିବା ଅନୁସାରେ ଏବେ ଦେଶରେ ଥିବା ଆୟକର ଆଇନ ପୁରୁଣା ହେଲାଣି ଏବଂ ଅଧିକ ଜଟିଳ ହୋଇଥିବାରୁ ଅନେକ ସମୟରେ ବହୁ ପରିମାଣର ଆୟକର ମାମଲା ବିବାଦରେ ଫସି ରହୁଛି । ଆୟକର ପ୍ରକ୍ରିୟାକୁ ଆହୁରି ସ୍ବଚ୍ଛ, ସରଳ ଓ ସହଜ କରିବାର ଆବଶ୍ୟକତା ଥିବାରୁ ସରକାର ଏବେ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି । ଏଥର ବଜେଟ୍‌ରେ ଆୟକରରେ ଅଣାଯାଇଥିବା ପରିବର୍ତ୍ତନ ମଧ୍ୟବିତ୍ତଙ୍କୁ ଖୁସି କରିଥିବା ବେଳେ ଆସିବାକୁ ଥିବା ନୂଆ ଆୟକର ବିଲ୍‌ର ରୂପରେଖ କ’ଣ ରହୁଛି, ତାକୁ ଅପେକ୍ଷା କରି ରହିଛନ୍ତି କରଦାତା ।

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

Union Budget Income Tax Returns
Advertisment
Advertisment