• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଅନେକ ସମୟରେ ଲୋନ୍ କରିଥା'ନ୍ତି । ଲୋକେ ଗାଡି କିଣିବା ପାଇଁ , ଘର ନିର୍ମାଣ ପାଇଁ ଏବଂ ଝିଅ ବାହାଘର କରିବା ପାଇଁ ସାଧାରଣତଃ ଋଣ ନିଅନ୍ତି । ଲୋନ୍ ନେବାପାଇଁ ବାରମ୍ବାର ବ୍ୟାଙ୍କ୍‌କୁ ଦୌଡିବା ପାଇଁ ପଡିଥାଏ । ସେଥିପାଇଁ ନିହାତି ଆବଶ୍ୟକ ନହେଲେ କେହି ଲୋନ୍ କରନ୍ତି ନାହିଁ । ଜଣେ ବ୍ୟକ୍ତି ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ଜୀବନରୁ ମାରିବା ପାଇଁ ଲୋନ୍ ନେଇଛି । ଏହି କଥାଟି ଆପଣଙ୍କୁ ନିଶ୍ଚିତ ବିଚଳିତ କରୁଥିବ । ଉତ୍ତରପ୍ରଦେଶର ମୁଜାଫରନଗରରେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି । ତେବେ ଆସନ୍ତୁ ଜାଣିବା କ'ଣ ଥିଲା ଘଟଣା..

ନିଜ ଶାଳୀକୁ ମାରିବା ପାଇଁ ଯୋଜନା କରିଥିଲା ଭିଣୋଇ । ଏଥିପାଇଁ ସେ ୪୦ହଜାର ଟଙ୍କା ଲୋନ୍ କରିଥିଲା । ଏହାପରେ ସେ ଦୁଇ ଜଣ କିଲରଙ୍କୁ ନିଜ ଶାଳୀର ହତ୍ୟା ପାଇଁ ୩୦ହଜାର ଟଙ୍କା ଦେବ ବୋଲି କହିଥିଲା । ଏଥିପାଇଁ ସେ ଦୁଇ କିଲରଙ୍କୁ ଅଗ୍ରୀମ (Advance) ଭାବରେ ୧୦ହଜାର ଟଙ୍କା ଦେଇଥିଲା ଏବଂ ମର୍ଡର ପରେ ଆଉ ୨୦ହଜାର ଟଙ୍କା ଦେବ ବୋଲି କହିଥିଲା ।

ଏହାପରେ ତିନିଜଣ ମିଶି ପ୍ରସ୍ତୁତ କରିଥିଲେ ଯୋଜନା । ହତ୍ୟା ପରେ ଶବ ପୋଡି ଦେବା ପରେ ସବୁ ପ୍ରମାଣ ଲିଭିଯିବ ଏବଂ ସେମାନେ ଆରାମରେ ଖସିଯିବେ ବୋଲି ଭାବିଥିଲେ । କିନ୍ତୁ ,ଆଇନ ହାତରୁ ଖସିଯିବା ଏତେ ସହଜ ନୁହେଁ ଏକଥା ପୁଣିଥରେ ପ୍ରମାଣିତ ହୋଇଛି । ଏହି ହତ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । କେବଳ ହତ୍ୟାନୁହେଁ , ହତ୍ୟା ପୂର୍ବରୁ ଏହି ୨୧ବର୍ଷୀୟା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ୩ ଅଭିଯୁକ୍ତ । ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିବାପରେ ଯୁବତୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ପରେ ପ୍ରମାଣ ଲିଭାଇବା ପାଇଁ ଶବକୁ ନିଆଁ ଲଗାଇ ଜାଳି ଦେଇଥିଲେ ।

ଅଧିକ ପଢ଼ନ୍ତୁ: କାହାକୁ ନମିଳନ୍ତୁ ଏମିତି ପୁଅ: ବାପର ଦାହସଂସ୍କାର ପାଇଁ ଶବକୁ ଦୁଇଗଡ଼ କରୁଥିଲେ ଦୁଇଭାଇ

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଶିଷ ଗିରଫ ହେବାପରେ ପୋଲିସ ଜେରା କରିବା ସମୟରେ ସବୁ ସତ ଓଗାଳିଥିଲା । ଅଭିଯୁକ୍ତର ନିଜ ଶାଳୀ ସହ ପୂର୍ବରୁ ଅବୈଧ ସମ୍ପର୍କ ରହିଥିଲା । ତେବେ ପୀଡିତା ଯୁବତୀ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ରଖି ଅଭିଯୁକ୍ତଙ୍କୁ ବ୍ଲାକମେଲ କରୁଥିଲା । ଅଭିଯୁକ୍ତ ନିଜର ଅବୈଧ ସମ୍ପର୍କ ବାହାରକୁ ଆସିଯିବା ଭୟରେ ଏମିତି କରିଥିବା ପୋଲିସ ନିକଟରେ ପ୍ରକାଶ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଶୁଭମ ଏବଂ ଦୀପକ ଫେରାର ଥିବା ଜଣାପଡିଛି ।

ଯୁବତୀଙ୍କୁ ସ୍କୁଟର ଯୋଗେ ନେଇଥିଲେ ଅଭିଯୁକ୍ତ । ମୁଜାଫରନଗର ଏସପି ଆଦିତ୍ୟ ବଂଶଲଙ୍କ କହିବା ଅନୁସାରେ ଯୁବତୀଙ୍କ ପରିବାର ଯୁବତୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ପୀଡ଼ିତାଙ୍କୁ ଶେଷଥର ପାଇଁ ଜାନୁଆରୀ ୨୧ତାରିଖରେ ତାଙ୍କ  ଭିଣୋଇଙ୍କ ସହିତ ସ୍କୁଟରରେ ଯାଉଥିବା ସମୟରେ ଦେଖିବାକୁ ମିଳିଥିଲା । ଏହାପରେ ଯୁବତୀ ଜଣକ ନିଖୋଜ ଥିଲା ।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

OTV is now on Whatsapp

Join and get latest news update delivered to you via whatsapp

Join Now