ସୁନୀତା ୮ ଦିନ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ନେଇ ମହାକାଶକୁ ଯାଇଥିଲେ। ହେଲେ ତାଙ୍କୁ ମହାକାଶରେ ୯ ମାସ ରହିବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ସୁନୀତା ସେଠାରେ ବଭିନ୍ନ ପ୍ରକାରର ଖାଦ୍ୟ ଖାଉଥିଲେ।
ସବୁ ପ୍ରତୀକ୍ଷାର ଘଟିଲା ଅବସାନ। ସଫଳତାର ସହ ପୃଥିବୀ ପୃଷ୍ଠକୁ ଫେରିଲେ ସୁନୀତା ୱିଲିୟମ୍ସ। ମହାକାଶ ପରୀ ସୁନୀତାଙ୍କ ସମେତ ସାଥୀ ବୁଚ୍ ୱିଲମୋର ଏବଂ ଅନ୍ୟ ୨ ମହାକାଶଚାରୀ ସଫଳତାର ସହ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି
ଆସନ୍ତାକାଲି ଭାରତୀୟ ସମୟ ମାର୍ଚ୍ଚ ୧୯ ଭୋର୍ ୩ଟା ୨୭ରେ ଆମେରିକାର ଫ୍ଲୋରିଡ଼ା ତଟରେ ମହାକାଶରୁ ସମୁଦ୍ରରେ ଓହ୍ଲାଇବେ ସୁନୀତା। ଏହାର ୧୭ ଘଣ୍ଟା ପୂର୍ବରୁ ହେବ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନ୍-ଡକିଂ।
ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍ ଧର୍ମଘଟ । ୯ ଦଫା ଦାବିରେ UFBU ପକ୍ଷରୁ ଧର୍ମଘଟ ଡାକରା । ୬ ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ସାମିଲ୍ ହେବେ ।
ଆମେରିକାରେ ଜମିଲା ଓଡ଼ିଆ ପରମ୍ପରା। ସମ୍ୱଲପୁରୀ ଓ ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ। ବିଦେଶୀ କଳାକାର ମାନଙ୍କ ଦ୍ୱାରା ଭାରତୀୟ ଗୀତରେ ବେଲା ଡିଭା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।
ସଫଳ ହେଲା ମିଶନ। ହସ ଖୁସିରେ ଫାଟି ପଡ଼ିଲା ମହାକାଶ। ଝୁମି ଉଠିଲେ ସୁନୀତା। ମହାକାଶରେ ୯ମାସ ଫଶି ରହିବା ପରେ ଘର ବାହୁଡିବେ ।
୧୪ କେଜି ସୁନା ଚୋରା ଚାଲାଣରେ ଗିରଫ କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ପୋଲିସ ବିରୋଧରେ ଆଣିଛନ୍ତି ବଡ଼ ଅଭିଯୋଗ। ଡିଆର୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ସେ ନିଜକୁ ନିର୍ଦ୍ଦୋଷ ଦର୍ଶାଇଛନ୍ତି।
ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନଙ୍କର ଶନିଦଶା ଚାଲିଥିବା ପରି ଲାଗୁଛି । ପଟୌଦି ପରିବାର ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଘନେଇ ଆସୁଛି । ନିକଟରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଆହତ ହୋଇ ୫ଦିନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । ଏହାରି ମଧ୍ୟରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗୋଟିଏ ନିର୍ଦ୍ଦେଶରେ ଭୋପାଳର ତତ୍କାଳୀନ ରାଜପରିବାର ସହ ସଂପୃକ୍ତ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି, ଯାହାର ମୁଖ୍ୟ ସଦସ୍ୟ ଅଛନ୍ତି ସୈଫ ଅଲ୍ଲୀ ଖାନ ।
ଅବୁ କତାଲ ଭାରତରେ ମଧ୍ୟ ଅନେକ ବଡ଼ ଆକ୍ରମଣ କରିଛି । ସେ NIAର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିଲା । ଆତଙ୍କୀ ଅବୁ କତାଲ ସେନା ସମେତ ସମସ୍ତ ସୁରକ୍ଷା ଏଜେନ୍ସି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।
ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ, ୧୦-୧୫ ଥର ଚାପୁଡ଼ା ମାରିଥିଲେ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଦଲିଲରେ ଦସ୍ତଖତ ନ କଲେ, ତାଙ୍କ ବାପାଙ୍କ ପରିଚୟ ପ୍ରଘଟ କରାଯିବା ସହ ଏନେଇ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରାଯାଇଛି।
ପଞ୍ଜାବ ଅମୃତସରରେ ମନ୍ଦିର ଉପରକୁ ଗ୍ରେନେଡ୍ ମାଡ଼ । ବିଳମ୍ବିତ ରାତିରେ ଠାକୁରଦ୍ୱାର ମନ୍ଦିର ଉପରକୁ ଗ୍ରେନେଡ୍ ମାଡ଼ କରି ଫେରାର୍ ହୋଇଗଲେ ଦୁର୍ବୃତ୍ତ । ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ ।
ଭାରତୀୟ ବଂଶୋଦ୍ଭବ ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥୀ ୱିଲମୋର ବୁଚଙ୍କର ଫେରିବା ଆହୁରି ବିଳମ୍ବ ହେବ । ତେବେ ଚଳିତ ମାସ ୧୯ ସୁଦ୍ଧା ନାସାର ଦୁଇ ମହାକାଶଚାରୀ ସୁନିତା ୱିଲିୟମସ ଓ ୱିଲମୋର ପୃଥିବୀପୃଷ୍ଠକୁ ଫେରିବେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି।
ଉଡ଼ାଜାହଜରେ ହଠାତ ଲାଗିଗଲା ନିଆଁ। ବିମାନବନ୍ଦରରେ ହୁ ହୁ ହୋଇ ଜଳିଲା ବିମାନ। ଫ୍ଲାଇଟ୍ ଭିତରେ ଥିଲେ ୧୭୨ ଜଣ ଯାତ୍ରୀ। ଛାନିଆ ହୋଇ ଓ୍ୱିଙ୍ଗ୍ ଉପରେ ଚଢିଗଲେ ।
ବଲୁଚ୍ ଲିବରେସନ୍ ଆର୍ମି ବି ବିଏଲ୍ଏ। ବଲୁଚିସ୍ତାନରେ ସକ୍ରିୟ ଥିବା ଚରମପନ୍ଥୀ ବା ଉଗ୍ରବାଦୀ ସଂଗଠନ। ଯାହାକୁ ପାକିସ୍ତାନ ଓ ଆମେରିକା କରିଛନ୍ତି ବ୍ୟାନ୍। ଏବେ ପାକିସ୍ତାନ ବେକରେ ଏମାନେ ସାଜିଛନ୍ତି କଣ୍ଟା। ଗରିଲା ଯୁଦ୍ଧ ଲଢୁଛି ବିଏଲ୍ଏ। ପାକିସ୍ତାନ ସେନା ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇ ଆସୁଛି।
ଭାଷା ବିବାଦ ମଧ୍ୟରେ ତାମିଲନାଡୁ ସରକାର ରାଜ୍ୟରେ ରୁପି ବା ଟଙ୍କା ଚିହ୍ନ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି । ବଜେଟରେ ଟଙ୍କା ଚିହ୍ନ ବଦଳରେ ତାମିଲରେ ଅକ୍ଷର 'ରୁ' ବ୍ୟବହାର କରିଛନ୍ତି । ଏହାକୁ ନେଇ ସାରା ଦେଶରେ ଦେଖାଦେଇଛି ରାଜନୈତିକ ହଟଚମଟ ।
କୋଏଟାରୁ ପେଶାୱାର ଯାଉଥିବା ଜାଫର ଏକ୍ସପ୍ରେସକୁ ନିଜ ଅକ୍ତିଆରକୁ ନେଇ ନିଜର କିଛି ରାଜନୈତିକ ବନ୍ଦୀଙ୍କୁ ମୁକୁଳାଇବାକୁ ଦାବି କରିଥିଲା ବଲୁଚ୍ ଲିବରେସନ୍ ଆର୍ମି। ବଲୁଚ୍ ଲିବରେସନ୍ ଆର୍ମିଠାରୁ ଲୋକଙ୍କୁ ମୁକୁଳାଇବାକୁ ପାକିସ୍ତାନ ସେନା ସ୍ଥଳ ଓ ଆକାଶମାର୍ଗରୁ ହମଲା କରିଥିଲା।
ଭାରତର ଦୁର୍ଗମ ଏବଂ ଗ୍ରାମାଞ୍ଚଳରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ ପାଇଁ ଜେପିଏଲ ଓ ସ୍ପେସଏକ୍ସ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଦେଶର ଦୁର୍ଗମ ଅଞ୍ଚଳରେ ମଧ୍ୟ ଇଣ୍ଟରନେଟ ସୁବିଧା ସହଜରେ ମିଳିପାରିବ।
ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ ବଡ଼ ଉପହାର। ମାଲାମାଲ ହେବେ ବାପା-ମା’। ଏଭଳି କିଛି ବଡ଼ ଅଫର ଦେଇଛନ୍ତି ଖୋଦ ସାଂସଦ। ଜନିସଂଖ୍ୟା ବୃଦ୍ଧି ପାଇଁ ସେ କରିଛନ୍ତି ବଡ଼ ଅପିଲ୍।
ବଞ୍ଚାଇବାର ଅଛି ତ ଲକ୍ଷେ ଟଙ୍କା ଆଣ। ହେଲେ ହଠାତ ହେଲା ଚମତ୍କାର। ୟୁରିନ ବ୍ୟାଗ ଧରି ବାହାରକୁ ଦୌଡିଲେ କୋମା ପେସେଣ୍ଟ୍। ଆଉ ସର୍ବ ସମ୍ମୁଖରେ ଖୋଲିଦେଲେ ହସ୍ପିଟାଲର ପୋଲ୍ ।
ସତରେ କ'ଣ ସୁନାର ଦେଶ ଦୁଇବାରୁ ସୁନା ଆଣିବା ସହଜ ? ସାଧାରଣ ଭାରତୀୟ କ'ଣ ଦୁବାଇ ଯାଇ ସୁନା ଆଣିପାରିବ ? ନା କଷ୍ଟମ ହାତରେ ଧରାପଡ଼ି ଅଭିନେତ୍ରୀ ରାନ୍ୟା ରାଓଙ୍କ ଭଳି ଜେଲ୍ ଯିବେ ? ସେ ସମ୍ପର୍କରେ ଆସନ୍ତୁ ଜାଣିବା ଏହି ଆଲେଖ୍ୟରେ ...
ଗତକାଲି ଜାଫର ଏକ୍ସପ୍ରେସ ଟ୍ରେନରୁ ଅପହରଣ କରିଥିଲେ ଆତଙ୍କବାଦୀ। ଟ୍ରେନଟି କୋଏଟାରୁ ପେଶାୱର ଯାଉଥିବା ବେଳେ ବେଲୁଚି ଲିବରେସନ ଆର୍ମିର ଆତଙ୍କବାଦୀ ହାଇଜାକ୍ କରିଥିଲେ। ଟ୍ରେନକୁ ଟନେଲ ନମ୍ବର ୮ ପାଖରେ ବାଲୋଚ ଲିବରେସନ ଆର୍ମିର ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କୀ ଅଟକାଇଥିଲେ।
ଭାରତରେ ଇନ୍ଦିରା ଗାନ୍ଧିଙ୍କ ଶାସନ କାଳରେ ଦିଆଯାଇଥିଲା ଆମେ ଦୁଇ ଆମର ଦୁଇ ନାରା। ଏହାର ଉଦ୍ଧେଶ୍ୟ ଥିଲା ଜନସଂଖ୍ୟା ନିୟନ୍ତ୍ରଣ।
ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।
ରୋଶନି ନାଦାର ମାଲହୋତ୍ରା ଏଚସିଏଲ କମ୍ପାନୀର ବର୍ତ୍ତମାନ ସବୁଠାରୁ ବଡ଼ ସେୟାର ହୋଲ୍ଡର । ରାତାରାତି କେବଳ ଭାରତ ନୁହେଁ ବରଂ ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ହୋଇଗଲେ। ବାପାଙ୍କ ଉପହାର ଯୋଗୁଁ ସେ ଏହି ସଫଳତା ପାଇଛନ୍ତି। ଏଚସିଏଲ ମାଲିକ ଶିବ ନାଦାର ତାଙ୍କର ସମୁଦାୟ ସମ୍ପତ୍ତିର ୪୭ ପ୍ରତିଶତ ଅଂଶଧନ ଝିଅ ରୋଶନି ନାଦାର ମାଲହୋତ୍ରାଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି ।
୧୫ରୁ ୩୦ ଏପ୍ରିଲ ମଧ୍ୟରେ ରାମ ଦରବାର ସଂପୂର୍ଣ୍ଣ ସ୍ଥାପନ ପାଇଁ କାମ ଚାଲିଛି । ୩୦ ଏପ୍ରିଲ ସୁଦ୍ଧା ମନ୍ଦିର ବିଭିନ୍ନ ଭାଗରେ ସମସ୍ତ ମୂର୍ତ୍ତ ସ୍ଥାପନା କାମ ସରିବ । ପରକୋଟାର ୬ ମନ୍ଦିର କାମ ଜାରି ରହିବ ବୋଲି କହିଛନ୍ତି ନୃପେନ୍ଦ୍ର ମିଶ୍ର ।