Advertisment

Unworthy Sons: କାହାକୁ ନମିଳନ୍ତୁ ଏମିତି ପୁଅ: ବାପର ଦାହସଂସ୍କାର ପାଇଁ ଶବକୁ ଦୁଇଗଡ଼ କରୁଥିଲେ ଦୁଇଭାଇ

ମଲାବେଳେ ବାପା ମୁହଁରେ ପୁଅ ନିଆଁ ଦେବାର ବିଧି ରହିଛି। ତେବେ ମଧ୍ୟ ପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରିଯିବ। ବାପାଙ୍କ ମୃତ୍ୟୁ ପରେ ବିବାଦ କାରଣରୁ ଶବକୁ ଦୁଇଖଣ୍ଡ କରି କାଟି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।

author-image
Saroj Kumar Jena
ଅଦ୍ୟତନ ହୋଇଛି
Father

Father

ପୁଅ ଜନ୍ମ କଲେ ସ୍ବର୍ଗ ମିଳିଥାଏ ବୋଲି ଭାରତୀୟ ଜନମତରେ ଏକ ବିଶ୍ବାସ ରହିଥାଏ। ମଲାବେଳେ ବାପା ମୁହଁରେ ପୁଅ ନିଆଁ ଦେବାର ବିଧି ରହିଛି। ତେବେ ମଧ୍ୟପ୍ରଦେଶରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ ଥରିଯିବ। ବାପାଙ୍କ ମୃତ୍ୟୁ ପରେ ବିବାଦ କାରଣରୁ ଶବକୁ ଦୁଇ ଖଣ୍ଡ କରି କାଟି ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରିବାକୁ ଚେଷ୍ଟା କରିଥିଲେ ଦୁଇ ଭାଇ।

Advertisment

ଅଧିକ ପଢ଼ନ୍ତୁ: ହାଇ-ପ୍ରୋଫାଇଲ ଠକ ହଂସିତା-ଅନୀଲଙ୍କୁ ଜେରା କରୁଛି ଆୟକର ବିଭାଗ, ଖୋଲିବ ସବୁ ଗୁମର

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଟାଲ ଲିଧୋରା ଗ୍ରାମରେ ଏହି ଘଟଣା ଘଟିଥିଲା। ଟାଲ ଲିଧୋରାର ୮୫ ବର୍ଷୀୟ ଧ୍ୟାନୀ ସିଂ ଘୋଷଙ୍କ ମୃତ୍ୟୁ ପରେ ଏହି ବିବାଦ ଦେଖା ଦେଇଥିଲା। ରବିବାର ଧ୍ୟାନୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କ ମଧ୍ୟରେ ଅନ୍ତିମ ସଂସ୍କାରକୁ ନେଇ ବିବାଦ ଦେଖା ଦେଇଥିଲା।

Advertisment

ଧ୍ୟାନୀଙ୍କ ଦୁଇ ଜଣ ପୁଅ ରହିଛନ୍ତି। ଦାମୋଦର ସିଂ ଓ କିଶାନ ସିଂଙ୍କ ମଧ୍ୟରେ ବିବାଦ କାରଣରୁ ଉଭୟ ଅଲଗା ରହୁଥିଲେ। ପିତାଙ୍କ ଅନ୍ତିମ ସମୟରେ ଦାମୋଦର ହିଁ ତାଙ୍କର ସେବା କରୁଥିଲେ। ରବିବାର ମୃତ୍ୟୁ ପରେ ଦାମୋଦର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ କିଶାନ ନିଜ ପରିବାର ସହ ପହଞ୍ଚି ଶବଦାହ କରିବାକୁ ଜିଦ୍ କରିଥିଲେ।

ଦୁଇ ଭାଇଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିବା ବେଳେ କୌଣସି ସମାଧାନ ବାହାରି ପାରି ନ ଥିଲା। ଏହି ସମୟରେ କିଶାନ ସମାଧାନର ରାସ୍ତା ବତାଇଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ପିତାଙ୍କ ଶରୀରକୁ ଦୁଇଟି ଭାଗ କରି ଉଭୟ ଅଲଗା ଅଲଗା ଅନ୍ତିମ ସଂସ୍କାର ପାଇଁ ପରାମର୍ଶ ଦେଇଥିଲେ।

ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ଅନୁରୋଧ ସତ୍ତ୍ବେ କିଶାନ କାହା କଥା ଶୁଣି ନ ଥିଲେ। ଏପରି ପରସ୍ଥିତିରେ ଶବ ପ୍ରାୟ ୫ ଘଣ୍ଟା ଧରି ପଡି ରହିଥିଲା। ଗ୍ରାମବାସୀଙ୍କ ପକ୍ଷରୁ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିଥିଲା। ପୋଲିସର ନୀରିକ୍ଷଣରେ ଅନ୍ତିମ ସଂସ୍କାର ହୋଇଥିଲା। ପୋଲିସର ନିଷ୍ପତ୍ତି ଅନୁସାରେ ଦାମୋଦର ଅନ୍ତିମ ସଂସ୍କାର କରିଥିବା ବେଳେ କିଶାନ ଓ ତାଙ୍କ ପରିବାରକୁ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବାକୁ ସୁଯୋଗ ମିଳିଥିଲା।

ଅଧିକ ପଢ଼ନ୍ତୁ: NAAC ରେଟିଂ ଲାଂଚ ମାମଲା; ୧୦ ଜଣଙ୍କୁ ଗିରଫ କଲା CBI

Dead Body
Advertisment
Advertisment