ବରଯାତ୍ରୀ ଭୋଜି ଖାଉଥିଲେ । କିନ୍ତୁ ଅଧାରେ ସରିଗଲା ଭୋଜି । ସେତେବେଳକୁ କିଛି ବରଯାତ୍ରୀ ଖାଇବା ପ୍ଲେଟ ବି ଧରିନଥିଲେ । ଖାଇବା ସରିଗଲା ପରେ ଆରମ୍ଭ ହୋଇଗଲା ପାଟିତୁଣ୍ଡ। ବର ଘର ଓ କନ୍ୟା ଘର ଲୋକଙ୍କ ମଧ୍ୟରେ ବଚସା ହେଲା । ପରିସ୍ଥିତି ଏମିତି ହେଲା ଯେ, ବର ଘର ଲୋକ ଘରକୁ ଫେରିଗଲେ । ବର ବି ସେମାନଙ୍କ ସହ ଘରକୁ ଫେରିଗଲା ।
ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।