/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738721760.jpg)
Delhi Elections
ଭୋଟ୍ ଦେଉଛି ଦିଲ୍ଲୀ । ସକାଳ ୭ଟାରୁ ଆରମ୍ଭ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ। ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟିଂ। ସମସ୍ତ ୭୦ ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି।
Advertisment
୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିବେ ୧.୫୫ କୋଟି ଭୋଟର୍। ଏମାନଙ୍କ ମଧ୍ୟରେ ୮୩.୪୯ ଲକ୍ଷ ପୁରୁଷ ଭୋଟର ଥିବା ବେଳେ ୭୧.୭୪ ଲକ୍ଷ ମହିଳା ଭୋଟର ରହିଛନ୍ତି।
ଏଥର ଦିଲ୍ଲୀ ବିଧାନସଭା ନିର୍ବାଚନରେ ୨ ଲକ୍ଷ ଭୋଟର ପ୍ରଥମ କରି ନିଜର ମତାଧିକାର ସାବ୍ୟସ୍ତ କରିବେ। ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୬୯୯ ଜଣ ପ୍ରାର୍ଥୀ।
Advertisment
ଭୋଟ ଗ୍ରହଣ ପ୍ରକ୍ରିୟା ଶୃଙ୍ଖଳିତ କରିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀରେ ଆପ୍ ତୃତୀୟ ଥର କ୍ଷମତା ବଜାୟ ରଖିବାକୁ କସରତ ଚଳାଇଥିବା ବେଳେ, ଦିଲ୍ଲୀ ଗଡ଼ରୁ ଆପ୍ ହଟାଇବାକୁ ଅଣ୍ଟା ଭିଡ଼ିଛି ବିଜେପି। କଂଗ୍ରେସ ଶିଲ୍ଲା ଦିକ୍ଷୀତ ସରକାର ପରେ ଦିଲ୍ଲୀରେ ଆଉ ବିଜୟର ସ୍ୱାଦ ଚାଖିନାହିଁ।
ଅଧିକ ପଢ଼ନ୍ତୁ: ମୋଦିଙ୍କ ଦମ୍ଭୋକ୍ତି; ବିଦା ହେବ ଆପ ; ଆସିବ ବିଜେପି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)