Delhi Assembly Election: ଭୋଟ୍ ଦେଉଛି ଦିଲ୍ଲୀ,ସବୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି
ଦିଲ୍ଲୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହି ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜାରି ରହିଛି ।
ଭୋଟ୍ ଦେଉଛନ୍ତି ରାଜଧାନୀର ଭୋଟର । ମତାଧିକାର ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀବାସିନ୍ଦା । କାହାକୁ ବିଜୟର ମୁକୁଟ ପିନ୍ଧାଇବେ ଦେଢ଼ କୋଟି ଜନତା ? ହାଟ୍ରିକ୍ ମାରିବ ଆପ୍ ? ନା ବଦଳିଯିବ ଖେଳ? ୨୭ ବର୍ଷ ପରେ କ୍ଷମତାକୁ କମବ୍ୟାକ୍ କରିବ କି ବିଜେପି ? ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଚାଲିଛି ମତଦାନ । ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରୁଛନ୍ତି ଦିଲ୍ଲୀ ଭୋଟର ।
ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ଏଥିପାଇଁ ସକାଳୁ ସକାଳୁ ସବୁ ମତଦାନ କେନ୍ଦ୍ରରେ ଲମ୍ବାଧାଡ଼ି ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଏହି ନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ଆପ୍ ଓ କଂଗ୍ରେସ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ନେଇ ରାଜନୈତିକ କରିଡରରେ ଚର୍ଚ୍ଚା ଜାରି ରହିଛି ।
ଅପରପକ୍ଷରେ ଅପରାହ୍ନ ଗୋଟାଏ ସୁଦ୍ଧା ୩୩.୩୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏବେ ବି ଅନେକ ବୁଥ୍ ରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ୍ ଦେଉଛନ୍ତି ଜନତା । ସମସ୍ତ ୭୦ ଆସନରେ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଛି । ୧୩ ହଜାର ୩୩ ପୋଲିଂ ବୁଥରେ ମତଦାନ କରିବେ ଦେଢ଼ କୋଟିରୁ ଅଧିକ ଭୋଟର୍ । ହେଲେ ଏଥର ଭୋଟ୍ ପ୍ରତିଶତ କେତେ ହେବ ? ଦିଲ୍ଲୀବାସୀ କେତେ ସଚେତନ ତା ଉପରେ ଉପରେ ସମସ୍ତଙ୍କ ନଜର ।
ଦିଲ୍ଲୀରେ ଆପ୍ ତୃତୀୟ ଥର କ୍ଷମତା ବଜାୟ ରଖିବାକୁ କସରତ ଚଳାଇଥିବା ବେଳେ, ଦିଲ୍ଲୀ ଗଡ଼ରୁ ଆପ୍ ହଟାଇବାକୁ ଅଣ୍ଟା ଭିଡ଼ିଛି ବିଜେପି । ସେପଟେ କଂଗ୍ରେସର ଶିଲ୍ଲା ଦିକ୍ଷୀତ ସରକାର ପରେ ଦିଲ୍ଲୀରେ ବିଜେପି ଆଉ ବିଜୟର ସ୍ବାଦ ଚାଖିନାହିଁ । ବିଜେପିର ଫୋକସରେ ଦିଲ୍ଲୀ ରହିଥିବାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିର୍ବାଚନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଦିଲ୍ଲୀରେ ଭୋଟିଂ ଚାଲିଥିବା ବେଳେ ବୁଥ୍ ସ୍ତରର ଅଙ୍କକଷା କରିଛି ବିଜେପି । ଏନେଇ ଆଜି ଦିଲ୍ଲୀ ପାର୍ଟି ମୁଖ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚ୍ଚଦେବାଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଗ୍ରାଉଣ୍ଡରୁ ଭୋଟରଙ୍କୁ ସହାୟତା କରିବା ଓ ଅଧିକରୁ ଅଧିକ ଭୋଟ୍ ଦେବାକୁ ସଚେତନ କରିଛି ଦଳ ।
OTV is now on Whatsapp
Join and get latest news update delivered to you via whatsapp
Join Now