ନାରୀ ହୋଇଛି ସ୍ୱାବଲମ୍ବୀ। ପୁରୁଷ ସହ କାନ୍ଧରେ କାନ୍ଧ ମିଳେଇ ଚାଲୁଛି ବାଟ। ନିଜର ଉଦ୍ୟମ ବଳରେ ସମାଜର ମାନସିକତାରେ ବଡ଼ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛି ନାରୀ। ସେମିତି ଜଣେ ନାରୀ ହେଲେ ଦମୟନ୍ତୀ ନାଏକ। ପରିବାର ବୋଝ ସମ୍ଭାଳିବା ପାଇଁ ସେ କିପରି ସାଜିଲେ ଅଟୋ ଚାଳକ ଆସନ୍ତୁ ସେ ବିଷୟରେ ଜାଣିବା।
ପେଷା ରୋଗୀସେବା, ନିଶା ଅଭିନୟ । ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ ।
ଖୋର୍ଦ୍ଧା ସହରରେ ସନ୍ଧ୍ୟା ବେଳେ କରେଣ୍ଟ ନଥିବାରୁ ମୋବାଇଲ୍ ଲାଇଟ୍ରେ ଚାଲିଛି ପାଠପଢ଼ା । ଏହାସହ ଫ୍ୟାନ୍ ବୁଲୁନଥିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ମଣିଷ ବିଞ୍ଚଣା ହିଁ ଭରସା । ଦିନବେଳା ପ୍ରବଳ ଖରା କୋପ ଯେତିକି ଅକ୍ତାମାକ୍ତା କରୁଛି, ବିଦ୍ୟୁତ୍ କାଟ୍ ତାକୁ ଦ୍ୱିଗୁଣିତ କରି ଦେଉଛି ।
ବିକଳ ହେଉଛନ୍ତି ରୋଗୀ ଓ ସମ୍ପର୍କୀୟ । କହୁଛନ୍ତି ଜମିପଟ୍ଟା ପଛେ ନିଅ, ମୋବାଇଲ୍ ନିଅନି । ପୂର୍ବରୁ ରୋଗୀ ଓ ସମ୍ପର୍କୀୟଙ୍କ ପରିଚୟପତ୍ର ରଖାଯାଉଥିଲା । ଏବେ କିନ୍ତୁ ବନ୍ଧକ ପଡୁଛି ମୋବାଇଲ୍ । ରୋଗଦୁଃଖ ସମୟରେ ଆଉ ବିକଳ୍ପ ନଥିବା ସଂପର୍କୀୟ ବା କରିବେ କଣ ? ବାଧ୍ୟ ହେଉଛନ୍ତି ମୋବାଇଲ ଦାଖଲ କରିବାକୁ ।
ମାଟି ଖୋଳି ଯେଉଁ ଐତିହ୍ୟକୁ ମାଟି ବାହାରକୁ ଅଣାଯାଇଥିଲା, ରକ୍ଷଣାବେକ୍ଷଣ ଅଭାବରୁ ପୁଣି ମାଟି ହେବାକୁ ବସିଲାଣି । ଦିନେ ଏଠି ଉତ୍କଳର ସମୃଦ୍ଧ ରାଜବାଟୀଟିଏ ଥିବାର ପ୍ରମାଣ ମିଳିଥିଲା । ଖାଲି ସେତିକି ନୁହେଁ ଅନ୍ଧାଧୁନ ଜବରଦଖଲରୁ ଆଧୁନିକ କଲୋନି ଭିତରେ ଯେମିତି ଲୁଚିଗଲାଣି ଏ ଐତିହ୍ୟସ୍ଥଳୀ ।
କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ ।
୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି ।
୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଭୁବନେଶ୍ୱର ସହରର ଅତି ପାଖରେ, ଲିଙ୍ଗିପୁର ପଞ୍ଚାୟତ ଅଧିନରେ ଥିବା ୫୬୨.୬୮୧ ଏକର ଜମିରେ ଗଢ଼ି ଉଠିଥିଲା ଏ ଗଡ଼ । ଯାହା, ଏବେ ମାତ୍ର ୭୭୫ ଡିସିିମିଲ ବା ଏକ ଏକରରୁ କମ୍ରେ ସୀମିତ ରହିଯାଇଛି ।
ସାମନ ସ୍ଥିତି ବାଲେଶ୍ୱରରେ । ସଞ୍ଜ ନଇଁବା ମାତ୍ରେ ରାଜୁତି କରୁଛି ଅନ୍ଧକାର । ଏଠି ପାଓ୍ୱାରକଟ୍ ନିତିଦିନିଆ ହେଲାଣି । ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ଅଚଂଳରେ ବି ଘନ ଘନ ପାଓ୍ୱାରକାଟ୍ରେ ଅସ୍ତବ୍ୟସ୍ତ ହୋଇଗଲେଣି ବିଦ୍ୟୁତ୍ ଉପଭୋକ୍ତା ।
ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।
୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l
କେନ୍ଦୁଝର କୋଡ଼ପଡ଼ା ନିକଟରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ଟ୍ରକ୍
କିଛି ଦିନର ନୀରବତା ପରେ ପୁଣିଥରେ ଆନ୍ଧ୍ର ସରକାର କୋଟିଆ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି ।
ବିସ୍ଫୋରଣ ଯୋଗୁ କବାଡ଼ିଖାନାରେ ଥିବା ଜିନିଷ ଛିନଛତ୍ର ହୋଇ ବାହାରେ ପଡିବା ସହିତ ଦୋକାନ ଧୂଆଁମୟ ହୋଇଯାଇଥିଲା ।
ଯଦି କେହି ଏହି ଦୋକାନରୁ ମୋବାଇଲ୍ କିମ୍ବା ଅନ୍ୟ କୌଣସି ଆସେସୋରିଜ୍ କିଣନ୍ତି, ତେବେ ସେ ମାଗଣା ପେଟ୍ରୋଲ ଏବଂ ଲେମ୍ବୁ ପାଇବେ। ଆସନ୍ତୁ ଜାଣିବା କେଉଁଠି ଅଛି ଏହି ଦୋକାନ।
ଶ୍ରଦ୍ଧାଳୁଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ନେଇ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ କିନ୍ତୁ ନିର୍ମାଣାଧୀନ କାମ ପାଇଁ ଏଏସ୍ଆଇ ସହ ସମନ୍ୱୟ ରକ୍ଷା କରିବା ଉଚିତ୍ ବୋଲି ସେ କହିଛନ୍ତି ।
ଛାତ୍ରାବାସରେ ୭୦ରୁ ଅଧିକ ପିଲା ନିଜେ ରୋଷେଇ କରି ଖାଉଛନ୍ତି
ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ...
କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।
ଉତ୍କଟ ହୋଇଛି ପାଣି ସମସ୍ୟା। ଶୁଖିଲା ନାଳରେ ଚୁଆ ଖୋଳି ଗାଁ ଲୋକେ ମେଣ୍ଟାଉଛନ୍ତି ଶୋଷ। ପିଇବା ପାଣି ସମସ୍ୟା ଯୋଗୁ ଅନେକ ବର୍ଷ ହେବ କଲବଲ ହେଉଛନ୍ତି ଆନନ୍ଦପୁର ଉପଖଣ୍ଡ କଲାବିଲା ଗାଁ ଲୋକେ..
ଜରୁରୀ ବ୍ୟବହାର ପାଇଁ ରୋଗୀଙ୍କୁ ସହଜରେ ମିଳୁନି ଷ୍ଟ୍ରେଚର
ୟୁକ୍ରେନ-ଋଷିଆ ମହାଯୁଦ୍ଧ ବେଳେ ସୈନ୍ୟଙ୍କ ଜୀବନ ବଞ୍ଚାଇ ଦେଲା ସ୍ମାର୍ଟ ଫୋନ୍। ଋଷ୍ର ପ୍ରଚଣ୍ଡ ଆକ୍ରମଣରେ ଆକ୍ଚାମାକ୍ଚା ହେଉଥିଲେ ସୈନ୍ୟ...ଏତିକି ବେଳେ ଛାତିରେ ବାଜିଥିଲା ଗୁଳି, ହେଲେ ପକେଟ୍ ଭିତରେ ଥିବା ମୋବାଇଲ ପାଇଁ ଅଳ୍ପକେ ବର୍ତ୍ତିଗଲା ପ୍ରାଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ଅନଲାଇନରେ ଟିଭି ରିଚାର୍ଜ କରୁଥିଲେ, ଆକାଉଣ୍ଟରୁ କଟିଗଲା ଲକ୍ଷେ ଟଙ୍କା। ସାଇବର ଠକଙ୍କ ଅନ୍ଧାରି ଜାଲ ସମ୍ପର୍କରେ ଟେର୍ ପାଇଲେନି, ବରଂ ଟଙ୍କା ହରାଇଲେ। ଏହାପରେ ହେଲା କଣ?
ଭୁବନେଶ୍ୱରରେ ଏକ ସ୍କୁଲ୍ ବସ୍କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଛି। ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍ କାଟିଛି।
ରୋଷେୟା ଲଳିତ ସାହୁ ପାଖକୁ ଏତେ ଟଙ୍କା କିଏ ଓ କାହିଁକି ପଠାଇଥିଲା? କେଉଁ ଆକାଉଣ୍ଟରୁ ଆସିଥିଲା ଟଙ୍କା? ଲଳିତଙ୍କ ଫୋନ କିଏ କଲା ଲକ୍? ଏସବୁ ପ୍ରଶ୍ନର ଉତ୍ତର କହିବ ମୃତ୍ୟୁର ରହସ୍ୟ...