/odishatv-khabar/media/post_attachments/uploadimage/library/16_9/16_9_0/Odisha__1650549060.jpg)
Odisha
ନ୍ୟାୟ ପାଇବାରୁ ବଞ୍ଚିତ ହେବାରୁ ଶେଷରେ ରାଷ୍ଟ୍ରପତିଙ୍କୁ ମାଗିଲେ ଇଚ୍ଛାମୃତ୍ୟୁ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ । ୩୭ ବର୍ଷୀୟ ଅମିତ ଜୈନ ବର୍ତ୍ତମାନ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ଗୁହାରି କରିଛନ୍ତି । ୨୦୦୯ ମସିହାରେ ଏକ ଦୁର୍ଘଟଣାରେ ଅମିତଙ୍କ ଗୋଟିଏ ଗୋଡ଼ କଟିଯାଇଥିଲା । ଆଉ ପରେ ପରେ ଗୋଟିଏ ହାତ ବି କାମ ଦେଲାନି l
Advertisment
ଏମିତିକି ବାପା କର୍କଟ ରୋଗରେ ଚାଲିଗଲେ ଓ ଏବେ ବଡ଼ ଭାଇ କର୍କଟ ରୋଗରେ ଆକ୍ରାନ୍ତ ଅଛନ୍ତି । ଅମିତ ନିଜେ ଜଣେ ଦିବ୍ୟାଙ୍ଗ । ଦୁର୍ଘଟଣାର ଇନ୍ସ୍ୟୁରାନ୍ସ ଟଙ୍କା ଓ ନିଜର ଉନ୍ନତ ଚିକିତ୍ସା ପାଇଁ ଅନେକ ବର୍ଷରୁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନାହିଁ l ଶେଷରେ ଦୀର୍ଘ ବର୍ଷ ହେଲା ନ୍ୟାୟ ଅପେକ୍ଷା କରିବା ପରେ ତାଙ୍କୁ କୌଣସି ସରକାରୀ ସୁବିଧା ନ ମିଳିବାରୁ ଶେଷରେ ନିରାଶ ହୋଇ ଅମିତ ଜୈନ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)