ପେଷା ରୋଗୀସେବା, ନିଶା ଅଭିନୟ । ଜଣେ ନମ୍ର ସ୍ୱଭାବୀ ଓ ମିଷ୍ଟଭାଷୀ ଡାକ୍ତରରୁ ମହାପରାକ୍ରମୀ ରାବଣ ଚରିତ୍ରରେ ଅଭିନୟ । ଆଜିକୁ ଦୀର୍ଘ ୧୫ ବର୍ଷ ହେବ ହଜି ଯାଇଥିବା ପୁରୁଣା ଲୋକକଳା ରାମଲୀଳାକୁ ପୁନର୍ଜିବିତ କରିବା ଉଦ୍ଦେଶ୍ୟରେ ବଲାଙ୍ଗିର ରାମଜୀପଡ଼ାରେ ନିଜେ ମଞ୍ଚକୁ ଓହ୍ଲାଇଛନ୍ତି ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ରୂଦ୍ର ନାରାୟଣ ପଟେଲ । ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।
Published: Satyendu Shekher Mishra
Last updated: 21 April 2022, 09:17 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।