Advertisment

ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାଲକାନଗିରି ଗସ୍ତ

ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।

author-image
Otv Khabar Bureau
Railway Minister Ashwini Vaishnaw To Visit Odisha’s Malkangiri on Today

Railway Minister Ashwini Vaishnaw To Visit Odisha’s Malkangiri on Today

ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ । କେନ୍ଦ୍ରୀୟ ଯୋଜନା ଗୁଡ଼ିକ କେମିତି କାର୍ଯ୍ୟକାରୀ ହେଉଛି, ତାର ତଦାରଖ କରିବେ କେନ୍ଦ୍ରମନ୍ତ୍ରୀ । ଏହି ବୈଠକରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ଜନ ପ୍ରତିନିଧି ମଧ୍ୟ ଉପସ୍ଥିତି ରହିବେ ।

Advertisment

ଏହି ସମୀକ୍ଷା ଆଜି ସକାଳ ୧୦ଟାରେ ବୈଠକ ହେବ । ଏହାସହ ବିଶାଖାପାଟଣା-କୋରାପୁଟ ଦୈନିକ ପାସେଞ୍ଜର ଟ୍ରେନ୍‌ର ଉଦ୍ଘାଟନ କରିବେ । ଯାହା ପରେ ପରେ ସେ ସଂସ୍କୃତି ଭବନରେ ବିଜେପି କର୍ମୀଙ୍କୁ ଭେଟିବେ ।

ଅପରାହ୍ନରେ ଏକ ସାମ୍ବାଦିକ ସମ୍ମଳନୀ କରିବା ପରେ ଅଶ୍ୱିନୀ ବୈଷ୍ଣବ ବିଶାଖାପାଟଣା ଦେଇ ରାଜଧାନୀ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି ।

Advertisment

ରାଜ୍ୟର ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ବିକାଶ କାମ ବିଶେଷ କରି କେନ୍ଦ୍ରୀୟ ଯୋଜନାଗୁଡ଼ିକ କେମିତି କାର୍ଯ୍ୟକାରୀ ହେଉଛି, ଏହାର ତଦାରଖ କରିବାକୁ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ‌ଆସୁଛନ୍ତି ।

Railway Minister Aswini Vaishnaw
Advertisment
Advertisment