• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଓଡ଼ିଆ ଝିଅ ଦିଲ୍ଲୀରେ ଦେଖାଇଛନ୍ତି କମାଲ। ତାଙ୍କ ହାତର ଯାଦୁରେ ଗଢିଛନ୍ତି ପ୍ରାୟ ଦୁଇ ଶହରୁ ଅଧିକ ଦେବଦେବୀ। ପ୍ରତିମୃର୍ତ୍ତୀ ସହିତ ବନ୍ୟ ଜୀବଜନ୍ତୁ ଓ ବାଦ୍ୟଯନ୍ତ୍ର ବି ତିଆରି କରିଛନ୍ତି ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରର ସୂଦୀକ୍ଷା ନନ୍ଦ। ଏବେ ସୂଦୀକ୍ଷା ଓ୍ୱାଲର୍ଡ ଓ୍ୱାଇଡ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି।

କ୍ଷୁଦ୍ର, ଅତି କ୍ଷୁଦ୍ର ଓ ସୂକ୍ଷ୍ମ ପ୍ରତିମୂର୍ତ୍ତିକୁ ବିନା ତାଲିମରେ ତିଆରି କରୁଛନ୍ତି ସୁଦୀକ୍ଷା। ଛୋଟ ବେଳୁ ସେ ଅଟା ଗୁଳାରେ ବିଭିନ୍ନ ପ୍ରକାର ମୂର୍ତ୍ତି ଗଢିବା ଆରମ୍ଭ କରିଥିଲେ। ଯାହାକୁ ପରିବାର ଲୋକେ ବାରଣ କରିଥିଲେ ବି ପ୍ରୟାସ ଜାରି ରଖିଥିଲେ । ପରେ ଝିଅ ସୁଦୀକ୍ଷାର ସୁନ୍ଦର କାରୁକାର୍ଯ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ବାପା-ମାଆ।

କରୋନା ପାଇଁ ଦୁଇ ବର୍ଷ ସ୍କୁଲ ବନ୍ଦ ହୋଇଯିବା ଯୋଗୁ ସୁଦୀକ୍ଷାକୁ ବହୁତ ସମୟ ମିଳିଥିଲା। ପାଠ ପଢିବା ସହିତ ପ୍ରତିମୂର୍ତ୍ତି ତିଆରି କରିବାରେ ଲାଗି ପଡିଥିଲେ। ଯେଉଁ ନିଶା ଆଜି ତାଙ୍କୁ ସମ୍ମାନ ଦେଇଛି।

ସୁଦୀକ୍ଷା ଜଣେ ମେଧାବୀ ଛାତ୍ରୀ। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ଅନେକ ଥର ପୁରସ୍କୃତ ହୋଇଛନ୍ତି । ପାଠରେ ଯେମିତି ସାଠରେ ବି ସେମିତି ସୁଦୀକ୍ଷା ।

ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରୁ ବିଶ୍ଵକେତନ ରାୟଙ୍କ ରିପୋର୍ଟ