ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପରିବହନ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ କହିଛନ୍ତି, ବିନା ଫିଟନେସରେ ଚାଲୁଥିବା ଗାଡ଼ି ଗୁଡ଼ିକୁ କେବଳ ଜରିମାନା ନୁହେଁ, ଆଇନ ଅନୁଯାୟୀ ଜବତ କରାଯିବା ସହ ମାମଲା ରୁଜୁ କରାଯିବ।
ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।
ଭୁବନେଶ୍ୱରରେ ଏକ ସ୍କୁଲ୍ ବସ୍କୁ ପରିବହନ ବିଭାଗ ୨ ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରିଛି। ଭୁବନେଶ୍ୱର ଡମଣା ଛକରେ ଯାଞ୍ଚ ବେଳେ ଆରଟିଓ-୨ ଏହି ଫାଇନ୍ କାଟିଛି।
ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି ।