• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୋବାଇଲ ଦିଅ, ଷ୍ଟ୍ରେଚର ନିଅ । ଷ୍ଟ୍ରେଚର ପାଇଁ ବନ୍ଧା ପଡୁଛି ମୋବାଇଲ । କଟକ ବଡ଼ ମେଡିକାଲରେ ରୋଗୀଙ୍କୁ ନେବା ଆଣିବା ପାଇଁ ଦରକାର ପଡୁଥିବା ଷ୍ଟ୍ରେଚର ଓ ହ୍ୱିଲ ଚେୟାର ଲାଗି ମୋବାଇଲ ବନ୍ଧା ପଡୁଛି ।  ମୋବାଇଲ୍ ନରଖିଲେ ରୋଗୀଙ୍କୁ ମିଳୁନି ଷ୍ଟ୍ରେଚର ଓ ହୁଇଲ ଚେୟାର । ଏସସିବିର ଟ୍ରମା କାଜୁଆଲିଟିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।  ଏଠାକୁ ଆସୁଥିବା ଗୁରୁତର ରୋଗୀ ମାନଙ୍କୁ କାଜୁଆଲିଟିରୁ ସିଟି ସ୍କାନ, ଏକ୍ସରେ, ଅଲଟ୍ରାସାଉଣ୍ଡ, ଏମ୍ଆରଆଇ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ବିଭିନ୍ନ ବିଭାଗକୁ ଯିବାକୁ ପଡିଥାଏ ।

ତେବେ ଏହା କାଜୁଆଲିଟିଠାରୁ ଦୂରରେ ଥିବା ଯୋଗୁଁ ଷ୍ଟ୍ରେଚର କିମ୍ବା ହୁଇଲ ଚେୟାର ଆବଶ୍ୟକ । ଏଥିପାଇଁ ସେଠାରେ ଥିବା ଘରୋଇ ଠିକା ସଂସ୍ଥା ପାଖରେ ନିଜ ମୋବାଇଲକୁ ରଖିବା ପାଇଁ ପଡିଥାଏ । ଫଳରେ ରୋଗୀଙ୍କ ସମ୍ପର୍କୀୟମାନେ ନାନା ଅସୁବିଧାର ସାମ୍ନା କରୁଛନ୍ତି । ଏସସିବି ଟ୍ରମା କାଜୁଆଲିଟିରେ ଷ୍ଟ୍ରେଚର ଓ ହୁଇଲ ଚେୟାର ଅଭାବ ଯୋଗୁଁ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । 

ତେବେ ଠିକା ସଂସ୍ଥାର ଏପରି କଠୋର ପଛରେ ବଡ଼ କାରଣ ରହିଛି । ସମ୍ପର୍କୀୟମାନେ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ବା ହୁଇଲ ଚେୟାରରେ ନେଉଛନ୍ତି ସତ, ହେଲେ ଠିକରେ ଫେରାଉ ନାହାନ୍ତି । କାମ ସରିଗଲା ପରେ ଯେଉଁଠି ପାରୁଛନ୍ତି, ସେଠି ଷ୍ଟ୍ରେଚର ବା ହୁଇଲ ଚେୟାରକୁ ପକାଇ ଦେଇ ପଳାଉଛନ୍ତି । ଫଳରେ ସେସବୁ ଚୋରି ହୋଇଯାଉଛି। ଏଥିପାଇଁ ଅନ୍ୟ ରୋଗୀମାନେ ନାନା ହଇରାଣ ହେବା ସହ ଠିକା ସଂସ୍ଥା ମଧ୍ୟ କ୍ଷତି ସହୁଛି । ଏଥିପାଇଁ ମେଡିକାଲରେ ନିୟୋଜିତ ଠିକା ସଂସ୍ଥା ମୋବାଇଲ ବନ୍ଧକ ପରି ବ୍ୟବସ୍ଥା କରିଥିବା ଜଣାପଡ଼ିଛି।