ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ ।
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ...
ସରକାରଙ୍କ ବଡ଼ ଘୋଷଣା । ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଯାହାଫଳରେ ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି ।
ନିଆଁ ସିନା ସବୁ ଜାଳିପୋଡ଼ି ସାରିଦେଲା... କିନ୍ତୁ ସଂପର୍କର ବନ୍ଧନ ସାତ ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ମଣିଷ, ବଦଳିଲାନି... କେବଳ ଶାଢୀ ଖଣ୍ଡିଏରେ ସବୁଦିନ ପାଇଁ ହୀରାମଣିଙ୍କୁ ବୋହୂ କରି ନେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ଆଉ ଏ କଥା ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ।
ସଜେଇ ହୋଇଛି କୋରାପୁଟ । ନିର୍ମଳ ଆକାଶ, ପୁଷ୍ପରାଜି, ପକ୍ଷୀ କାକଳିରେ ପୁରି ଉଠୁଛି ପରିବେଶ । ବାଟରେ ଯାଉଥିବା ପଥିକଟିଏ ବି ଅଟକି ଯାଉଛି । ଆମ୍ବ ଗଛରେ ହସୁଥିବା ବଉଳର ବାସ୍ନାରେ ସେ ହେଉଛି ବିମୋହିତ ।
ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ।
ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ । ସୁଦୂର ଲଣ୍ଡନରେ ଜଣେ ଲୋକପ୍ରିୟ ଡାକ୍ତର । ବିପୁଳ ସଫଳତା, ଅର୍ଥ, ପଦମର୍ଯ୍ୟାଦା, ପ୍ରାଚୁର୍ଯ୍ୟର ଗହଳି ଭିତରେ ସହଦେବ ଭୁଲି ନାହାନ୍ତି ନିଜର ଗାଁ ମାଟି, ପ୍ରିୟ ବିଦ୍ୟାଳୟ ଓ ପ୍ରିୟ ପରିଜନଙ୍କୁ । ବିଦ୍ୟାଳୟରେ ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଖୋଲିଛନ୍ତି ଶୋଭାଦେବୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ।
ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର।
ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି। ଏମିତିକି ଆବର୍ଜନା ପାଣି ପଶି ଗନ୍ଧରେ ଫାଟୁଛି ଅଠରନଳା ପରିବେଶ। ଏହାକୁ ନେଇ ବୁଦ୍ଧିଜୀବୀ ଓ ଗବେଷକ ଅସନ୍ତୋଷ ଝାଡ଼ିଥିବା ବେଳେ ASI କହିଛି, ସୃଷ୍ଟି ହୋଇଥିବା ଫାଟ ଯୋଗୁଁ କୌଣସି ବିପଦ ଆଶଙ୍କା ନାହିଁ। ଖୁବ୍ଶୀଘ୍ର ମରାମତି କରାଯିବ ।
ବିଏମ୍ସି, ବିଜୟ ଆଉ ବଦଳି। ଭାରି ପଡ଼ିଲା କର୍ପୋରେଟରଙ୍କ ବୈଠକ ଭତ୍ତା ବୃଦ୍ଧି ଘୋଷଣା। ଗଣମାଧ୍ୟମକୁ ଗତକାଲି ସକାଳେ ବୟାନ ଦେଲେ, ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଉ ଆଜି ସରକାର ସିଧାସଳଖ ବଦଳି କରିଦେଲେ। ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ହଠାତ୍ ବଦଳିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଚର୍ଚ୍ଚା କାହିଁକି ଯେକେହି ବିଏମ୍ସି କମିଶନର ବନୁଛନ୍ତି, ତାଙ୍କର ଶନିଦଶା ଆରମ୍ଭ ହୋଇଯାଉଛି।
୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍।
ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି।
ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।
ମାଟ୍ରିକ୍ ପରୀକ୍ଷା ପିଛା ଛାଡୁନି ବିବାଦ। ଇଂରାଜୀ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ହଇଚଇ। ଅଭିଭାବକଙ୍କ ଉଦବେଗ, ବୋର୍ଡ କର୍ତ୍ତୃପକ୍ଷଙ୍କ ଖଣ୍ଡନ। ସମୟ ଆଗରୁ ପ୍ରଶ୍ନପତ୍ର ଖୋଲାଯାଇଥିବା ଧରିଲା AI ।
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର । ରାଜେଶ ପ୍ରଭାକର ପାଟିଲ ହେଲେ BMC କମିଶନର । ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ
ବଦଳିଲେ ଭୁବନେଶ୍ବର ମହାନଗର ନିଗମ କମିଶନର । ନୂଆ କମିଶନର ହୋଇଛନ୍ତି ୨୦୦୫ ବ୍ୟାଚର ଆଇଏଏସ୍ ରାଜେଶ ପ୍ରଭାକର ପାଟିଲ୍ ।
ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା କହିଲେ ନିହାର ରଂଜନ ମହାନ୍ତି ।
ରାଜ୍ୟରେ ଆଉ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ୫ ଏନ୍ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ମାଟ୍ରିକ ପରୀକ୍ଷା ଇଂରାଜୀ ବିଷୟରେ ପରୀକ୍ଷା ବେଳେ ବିଭ୍ରାଟ ଓ ତ୍ରୁଟି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ଦ୍ୱାରା ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି । ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର ପୂର୍ବରୁ ଖୋଲାଯାଇଥିଲା ।
ବଢୁଥିବା ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି । ମେଘୁଆ ପାଗ ସହ ଗତକାଲି ରାତିରୁ ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ହୋଇଛି ବର୍ଷା । ଫଳରେ ତଳ ମୁହାଁ ହୋଇଛି ପାରଦ । ଆଜିଠୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।
କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବି ଝିଅ ଘର ଲୋକଙ୍କ ହାତ ଛାଡ଼ିନାହାନ୍ତି ପୁଅ ଘର ଲୋକେ ।
ପୁରୀବାସୀଙ୍କୁ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାଟିଆପଡ଼ାଠାରେ ରେଳ ଓଭର ବ୍ରିଜ୍ ନର୍ମାଣ ଲାଗି ଜୋରସୋରରେ ଆଗେଇ ଚାଲିଛି କାମ । ଏପଟେ ପୁରୀରୁ କୋଣାର୍କକୁ ଟ୍ରେନ୍ ଗଡ଼ିବା ନେଇ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିସାରିଛନ୍ତି ।
ଶ୍ରୀମନ୍ଦିରରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି ଗଜପତି । ଏହାସହ ନାଟମଣ୍ଡପର କାର୍ଯ୍ୟକୁ ଅନୁଧ୍ୟାନ ମଧ୍ୟ କରିଛନ୍ତି ।
ଚର୍ଚ୍ଚାରେ ରାଜଧାନୀର ଅଟୋଚାଳକଙ୍କ ମହତପଣ...ବ୍ରେନଡେଡ୍ ଘୋଷଣା ପରେ ଦାନ କଲେ ଝିଅର ଅଙ୍ଗ...ପ୍ରତ୍ୟାରୋପଣ ପାଇଁ ନୂଆଦିଲ୍ଲୀ ILBS ଗଲା ଲିଭର୍...
ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ । ବ୍ୟୋମକେଶ କରଙ୍କ ସ୍ମୃତି ଦିବସରେ ଉନ୍ମୋଚିତ ହେଲା ଶିଶୁ ଗଳ୍ପ ସଂକଳନ ‘ଗଳ୍ପମାଳା’ ।