Advertisment

ଖଣ୍ଡଗିରି ଯାତ୍ରାରେ ଡବଲ ଶୋ'କୁ ନେଇ ହଙ୍ଗାମା, ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ପୋରେଟର

ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ପୋରେଟର।

author-image
Santosh Kumar Sahoo
Khandagiri Yatra

Khandagiri Yatra

ଖଣ୍ଡଗିରି ଯାତ୍ରାରେ ଡବଲ ଶୋ’କୁ ନେଇ ହଙ୍ଗାମା। ରାସ୍ତାକୁ ଓହ୍ଲାଇଲେ ବିଜେପି କର୍ପୋରେଟର। ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଯାତ୍ରାରେ ଡବଲ ଶୋ’ କିଭଳି ପରିସ୍ଥିତିରେ ହେଉଛି ଏଥିଲାଗି କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି ୬୩ ନମ୍ବର ୱାର୍ଡର କର୍ପୋରେଟର ସୁଜାତା ଛୋଟରାୟ।

Advertisment

ଏହାର ପ୍ରତିବାଦରେ ୬୩ ନମ୍ବର ୱାର୍ଡର କର୍ପୋରେଟର ସୁଜାତା ଛୋଟରାୟ ଏବଂ ତାଙ୍କ ସ୍ୱାମୀ ତଥା ବିଜେପି ଭୁବନେଶ୍ୱର ଜିଲ୍ଲା ସଂପାଦକ ଖଣ୍ଡଗିରି ଠାରେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ କିଛି ସମୟ ଲାଗି ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିଥିଲା। ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅବରୋଧ ହଟିଛି। ତେବେ ଏ ନେଇ ପୋଲିସ ପ୍ରଶାସନ କି ବିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Matric Exam Khandagiri Mela Road Block
Advertisment
Advertisment