• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Nata Mandap Repair
ଆଜିଠୁ ନାଟ ମଣ୍ଡପ ମରାମତି: ମାର୍ଚ୍ଚ ୨୦ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ

ମାର୍ଚ୍ଚ ୧୯ ତାରିଖ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏଏସଆଇ ଅଧୀକ୍ଷକ ଦିବିଷଦ ବ୍ରଜସୁନ୍ଦର ଗଡ଼ନାୟକ ସୂଚନା ଦେଇଛନ୍ତି।

Hirakud Dam
ହୀରାକୁଦ କେନାଲ ଭାଙ୍ଗିଯିବା ଭୟ

ହୀରାକୁଦ କେନାଲ ଭାଙ୍ଗିଯିବା ଭୟ । ଆଡ଼ିବନ୍ଧର କିଛି ଅଂଶ ଦବିଯିବାପରେ ବାଲିବସ୍ତା ପକାଇଛି ଜଳସେଚନ ବିଭାଗ । ବନ୍ଧ ପ୍ରତି ବଡ଼ଧରଣର ବିପଦ ଥିବାରୁ ଘୋର ବିରୋଧ କରିଛନ୍ତି ଚାଷୀ ।

Sri Mandir
ରାତି ୨ରୁ 'ଦ୍ୱାରଫିଟା' ଶଙ୍କା

ଶ୍ରୀମନ୍ଦିରରେ ପୁଣି ନୀତି ବିଭ୍ରାଟ । ସିଂହ ଦୁଆରେ ଜଗା ଦର୍ଶନ ପାଇଁ ଅପେକ୍ଷା କରି ଭକ୍ତ ବିରକ୍ତ..

Sri Mandir
ଶ୍ରୀମନ୍ଦିର ନୀତି ବିଭ୍ରାଟରେ ନୋ ବ୍ରେକ !  ବିଳମ୍ବ ବନକଲାଗି ଯୋଗୁଁ ଭୋର୍ ୪ଟାରେ ରାତ୍ରପହୁଡ଼

ନାଟମଣ୍ଡପ ମରାମତି ପାଇଁ କେମିତି ରାତି ୨ରେ ହେବ ଦ୍ୱାରଫିଟା? ନୀତି ପ୍ରଶାସକ କହିଲେ ଅସୁବିଧା ହେବନି ।

Chhatra Bazar
ଛିଣ୍ଡୁନି ଛତ୍ରବଜାର ଅର୍ବାନ ହାଟର ପିଣ୍ଡି ବିବାଦ, ଉଦଘାଟନର ୬ ମାସ ପରେ ବି ରାସ୍ତା କଡ଼ରେ ବ୍ୟବସାୟୀ

ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି।

Balasore
ଲୋକଙ୍କ କାମରେ ଲାଗୁନି ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା !

ବାଲେଶ୍ୱରରେ କାମରେ ଆସୁନି ସର୍ବସାଧାରଣ ଶୌଚାଳୟ । ନିର୍ମାଣ ସରିଥିଲେ ବି ହୋଇନି ପାଣି ଓ ବିଦ୍ୟୁତ ସଂଯୋଗ ।

  • Thursday, 22 February 2024
  • BJD
Driver
ଚାକିରିରୁ ବାହାର କରିଦେଲେ ମାଲିକ; ଘରେ ପଶି କାର୍‌-ବାଇକ୍‌ ଜାଳିଦେଲା ଡ୍ରାଇଭର

କୁହାଯାଉଛି କି, ପ୍ରତିଶୋଧ ପରାୟଣ ହୋଇ ଘରେ ପଶି କାର ଏବଂ ବାଇକ୍ ଜାଳିଦେଇଛି ଡ୍ରାଇଭର । ଭୁବନେଶ୍ୱର ଖଣ୍ଡଗିରିରୁ ଏଭଳି ଅଭିଯୋଗ ଆସିଥିବାବେଳେ ଡ୍ରାଇଭରର ସମସ୍ତ କାରନାମା ସିସିଟିଭିରେ କଏଦ ହୋଇଛି ।

LOVE
ବିବାହ ବନ୍ଧନରେ ଦୁଇ ଦିବ୍ୟାଙ୍ଗ

ପ୍ରେମ ଏମିତି ଏକ ବନ୍ଧନ ଯେଉଁଠି ନା ଭାଷାର ଆବଶ୍ୟକତା ରହିଛି ନା ଦୂରତ୍ୱ ସାଜିପାରେ ବାଧକ l କେବଳ ଠାର ସାହାଯ୍ୟରେ ମନ ଦିଆନିଆ ହୋଇ ପାଞ୍ଚ ସହ କିଲୋମିଟର ଦୂରରେ ରହିଥିବା ପ୍ରେମିକା ସହ ସାତ ଜନ୍ମପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦିବ୍ୟାଙ୍ଗ...

Taking Care
ମାଆ ତତେ ଶହେ ସଲାମ !

ନାନାବାୟା ଗୀତ ଶୁଣି ମାଆ କୋଳରେ ଅଝଟ ଶିଶୁଟି କେଡେ ଆରାମରେ ଶୋଇପଡିଛି । ଶୋଇବନି ବା କେମିତି, ଗୀତ ବି ବେଶ୍ ଶରଧାର ସହ ଗାଈ ପୁଅକୁ ତା ମାଆ ପରା ଶୁଆଉଛି, ପୁଅ ଆଉ କେତେ ଅଝଟ ହେବ ଯେ...

Elderly man
କମାର ଶାଳରେ ଶତାୟୁ

କର୍ମ ପାଖରେ ହାର ମାନିଛି ବୟସ l ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l କମାର ଶାଳ ତାଙ୍କ ପାଇଁ କର୍ମଭୂମି ।

Odisha Governor
ମଦଭାଟି ବନ୍ଦ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଦିନିକିଆ ମୟୁରଭଞ୍ଜ ଗସ୍ତରେ ଯାଇ ଶୁଲିଆପଦା ବ୍ଲକର କୁଜୁଡ଼ିହି ଠାରେ ଅଙ୍ଗନୱାଡି ଗୃହରେ ଗର୍ଭବତୀ ଓ ପ୍ରସୂତୀ ମହିଳାଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ସେମାନଙ୍କ ଦୁଃଖ ସୁଖ ପଚାରି ବୁଝିଛନ୍ତି । ଏହା ପରେ ରାଜ୍ୟପାଳ କୁଡୁଡ଼ିହି ଗ୍ରାମର ବିଭିନ୍ନ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଗୃହକୁ ଯାଇ ଗୃହ କାର୍ଯ୍ୟ କିଭଳି ହୋଇଛି ଏବଂ ସମସ୍ୟା କଣ ରହିଛି ସେ ନେଇ ଆଲୋଚନା ବି କରିଛନ୍ତି…

Bring Your Own Film Festival begins at Puri Beach
ପୁରୀରେ ଉଦଘାଟିତ ହେଲା 'ବ୍ରିଙ୍ଗ୍ ୟୋର୍ ଓନ୍ ଫିଲ୍ମ ଫେଷ୍ଟିଭାଲ୍'; ସ୍କ୍ରିନିଂ ହେବ ୬୦ଟି ଫିଲ୍ମ

ସନ୍, ସ୍ୟାଣ୍ଡ୍ ଆଣ୍ଡ୍ ସ୍କ୍ରିନ ଥିମରେ ଆୟୋଜିତ ଏହି ମହୋତ୍ସବକୁ ଉଦଘାଟନ କରିଛନ୍ତି ଇରାନୀ ପର୍ଯ୍ୟଟକ ନାଜାନିନ୍ । ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଫିଲ୍ମ ଷ୍ଟୁଡେଣ୍ଟ ମାନଙ୍କୁ ଏକାଠି ହେବାର ଓ ଗୁଣାତ୍ମକ ଫିଲ୍ମ ଦେଖିବା ସହ ଭାବ ବିନିମୟର ସୁଯୋଗ ଦେଉଛି ଏହି ଖୋଲା ମଞ୍ଚ ।

Divyang devotees
କାଳିଆ ଦର୍ଶନ ପାଇଁ ଛଟପଟ ଦିବ୍ୟାଙ୍ଗ ଭକ୍ତ; ମହାପ୍ରଭୁଙ୍କୁ ନଦେଖି ମନ ଦୁଃଖରେ ଫେରୁଛନ୍ତି ଶ୍ରଦ୍ଧାଳୁ

ଗତକାଲି ଏମିତି ଜଣେ ଦିବ୍ୟାଙ୍ଗ ଭକ୍ତ ଜଗାର ଦର୍ଶନ ପାଇଁ ଆସିଥିଲେ । କିନ୍ତୁ ଦର୍ଶନ ନପାଇ ମନ ଦୁଃଖରେ ଫେରିଯାଇଥିଲେ । ଆଉ ଜଣେ ଦିବ୍ୟାଙ୍ଗ ଭିତରକୁ ଯାଇନପାରି ସିଂହଦ୍ୱାରରୁ ପତିତପାବନଙ୍କୁ ଦର୍ଶନ କରିବାକୁ ବାଧ୍ୟ ହୋଇଥିଲେ ।

Elderly man
ଜୀବନ ଯୁଦ୍ଧରେ ହାର ମାନିନି ବାର୍ଦ୍ଧକ୍ୟ; ବୟସ ଟପିଲାଣି ୧୦୦, କମାର ଶାଳକୁ କରିଛନ୍ତି କର୍ମକ୍ଷେତ୍ର

ବୟସ ଶହେ ଟପିଥିଲେ ବି ଏବେ ବି ଯୁବ ସୁଲଭ ପରି ଲୁହାକୁ ଗରମ କରି ବିଭିନ୍ନ ସାମଗ୍ରୀ କରୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ରାମନଗର ର ଅନିଲ କର୍ମକର l

Worlds tallest man and shortest woman reunite after 6 years in us
ଦୀର୍ଘ ୬ ବର୍ଷ ପରେ ପୁଣି ମିଶିଲେ ଦୁନିଆର ସବୁଠାରୁ ଡେଙ୍ଗା ଓ ଗେଡା ବ୍ୟକ୍ତି

ଦୀର୍ଘ ୬ ବର୍ଷ ପରେ ଦୁନିଆର ସବୁଠାରୁ ଡେଙ୍ଗା ଓ ସବୁଠାରୁ ଗେଡା ବ୍ୟକ୍ତି କାଲିଫର୍ନିଆରେ ଏକାଠି ହୋଇଛନ୍ତି ଆଉ ଜଳଖିଆ କରିଛନ୍ତି। ତୁର୍କୀର ସୁଲତାନ କୋସେନ୍ ଏବଂ ଭାରତର ଜ୍ୟୋତି ଆମ୍‌ଜେଙ୍କ ମଧ୍ୟରେ ଉଚ୍ଚତାରେ ୬ ଫୁଟର ପାର୍ଥକ୍ୟ ରହିଛି।

Lion
ଥିଲା ସେ ଅତି ପରିଚିତ, ପୁଅ ପରି ପାଳୁଥିଲେ...କିନ୍ତୁ ଦିନେ ସେ ହିଁ ନେଲା ପ୍ରାଣ

ଯାହାର ଦେଖାରଖା କରୁଥିଲେ, ସେ ହିଁ ନେଇଗଲା ପ୍ରାଣ । ଦିନେ ସେଇ ସିଂହର ସେ ଅତି ପ୍ରିୟ ଥିଲେ, ଖାଇବାକୁ ଦେଉଥିଲେ ତା’ର ଯତ୍ନ ନେଉଥିଲେ । ଶେଷରେ ସେ ହିଁ ସାଜିଲା କାଳ । ଖାଇବାକୁ ଦେବା ସମୟରେ କଲା ଆକ୍ରମଣ, ଚାଲିଗଲା ପ୍ରାଣ ।

  • Wednesday, 21 February 2024
  • Lion
Delhi Boy
ରାଜଧାନୀ ରାଜରାସ୍ତାରେ...ପିଲାଟିଏ ଲେଖି ଚାଲିଛି ସଂଘର୍ଷର କାହାଣୀ, ଦେଖନ୍ତୁ ଭିଡ଼ିଓ...

ଦିଲ୍ଲୀର ଫୁଟପାଥରେ ପଢ଼ନ୍ତି ପାଠ । ଏଥି ସହ ଘର ସମ୍ଭାଳିବା ପାଇଁ କାମ ମଧ୍ୟ କରନ୍ତି । ବୟସ ବହୁତ କମ । କିନ୍ତୁ ପାଠ ପଢ଼ିବାର ଅଦମ୍ୟ ଇଚ୍ଛା ତାଙ୍କୁ ଜୀବନ ସଂଘର୍ଷରୁ ହଟାଇ ପାରିନି ।

Temperature To Rise In Odisha
Temperature To Rise In Odisha: ମାଘରେ ଟାଇଁ ଟାଇଁ ଖରା !

ମାଘ ନ ସରୁଣୁ ରାଜ୍ୟରୁ ଗାୟବ ହୋଇଗଲାଣି ଶୀତ । ଉଭୟ ଦିନ ଓ ରାତ୍ରିର ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତାକାଲି ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ, ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ରହିବ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

vegetable farming
ଦୃଢ ଇଛାଶକ୍ତି ଥିଲେ ସବୁ ସମ୍ଭବ; ଦାଦନ ଛାଡି ଗାଁରେ ଫଳାଇଲେ ସୁନାର ଫସଲ

ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି।

MP Pratap Sarangi insulted
‘ବିଳମ୍ବରେ ପହଞ୍ଚିଲି ବୋଲି ମଞ୍ଚ ଉପରକୁ କେହି ଡାକିଲେନି’

ସାଂସଦ ବିଳମ୍ୱରେ ପହଞ୍ଚିବାରୁ ମଞ୍ଚ ଉପରକୁ ଆଉ କେହି ଡାକିନଥିଲେ। ଜିଲ୍ଲାପାଳ, ବିଧାୟକ ଓ ଅନ୍ୟମାନେ ମଞ୍ଚରେ ଥିଲେ। ସାଂସଦ କିଛି ସମୟ ସଭାମଞ୍ଚ ତଳେ ବସି ଶେଷରେ ଫେରିଆସିଥିଲେ।

Student in debarred from examination
ଆର୍ଡମିଟ୍ କାର୍ଡରେ ତ୍ରୁଟି! ଫଟୋ ଜଣଙ୍କର, ଆଡମିଟ୍ କାର୍ଡ ଆଉ ଜଣଙ୍କର...ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରୀ

ପୂଜା ପ୍ରିୟଦର୍ଶିନୀ ଜେନା ବୋର୍ଡ ପରୀକ୍ଷା ଦେବା ପାଇଁ ନନ୍ଦରାଜା ବାଳିକା ଉଚ୍ଚ ବିଦ୍ୟାଳୟରେ ଫର୍ମ ଫିଲପ୍ କରିଥିଲେ। କିନ୍ତୁ, ତାଙ୍କୁ ଆଡମିଟ୍ କାର୍ଡ ଦିଆଯାଇନଥିଲା। ଗତକାଲି ସିଂହପୁର ପରୀକ୍ଷା କେନ୍ଦ୍ର ନିକଟରେ ତାଙ୍କୁ ଆଡମିଟ କାର୍ଡ ଦେଇଥିଲେ ପ୍ରଧାନଶିକ୍ଷକ।

DGP
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍; କାହିଁକି ଡିଜିପି ପଦବୀରେ କାମଚଳା ନିଯୁକ୍ତି ?

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?

DGP
ଡିଜିପି ନିଯୁକ୍ତି ନିୟମକୁ ଫୁ; ‘କାହିଁକି ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?’

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, କେନ୍ଦ୍ରର ବି ତାଗିଦ୍ । ତା’ ସତ୍ତ୍ୱେ ପୂର୍ଣ୍ଣକାଳୀନ ଡିଜିପି ନିଯୁକ୍ତି ନିୟମକୁ ଓଡ଼ିଶା ସହ ୭ ରାଜ୍ୟ କରିଛନ୍ତି ଫୁ । କାହିଁକି ହେଉଛି ରାଜ୍ୟ ପୋଲିସ ମୁଖିଆ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମଚଳା ନିଯୁକ୍ତି ?

Carried on trolley for cremation
କେବେ ଜାଗିବ ମଣିଷପଣିଆ ?

ଝିଅ ମାନେ ପରଜାତିରେ ବିବାହ ହେଲେ ବୋଲି ମୃତ୍ୟୁ ପରେ ମା’କୁ ମିଳିଲାନି ଚାରି କାନ୍ଧ। ଶେଷରେ ବୃଦ୍ଧା ମା’ର ମରଶରୀର ମଶାଣି ଯାଏଁ ଟ୍ରଲିରେ ବୁହା ହୋଇଗଲା। ଅଭିଯୋଗ ଆସିଛି, ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ।

Missing Man
୨୫ ବର୍ଷ ପରେ ହେଲା ପରିବାରର ମହାମିଳନ

ଦୀର୍ଘ ୨୫ ବର୍ଷ ପରେ ଘରକୁ ଫେରିଲେ ବଂଶୀଧର । ଗଲାବେଳକୁ ଯୁବକ ଥିଲେ ଏବେ ସେ ୭୦ ବର୍ଷର ବୃଦ୍ଧ । ଏହାରି ଭିତରେ ଅନେକ ପରିବର୍ତ୍ତନ ଘଟିଛି ।