MV Debi
ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି। ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୨ ଶହ କୋଟିରୁ ଅଧିକ ଟଙ୍କାର କୋକେନ ଜବତ ହୋଇଥିବା ଭିଏତନାମ ଜାହାଜ MV ଦେବୀ ପାଇଁ ନୂଆ ଅଡୁଆ। ପାରାଦୀପ ବନ୍ଦରରେ ଅଟକ ଥିବା ଏହି ଜାହାଜ ଏବେ ସହଜରେ ମୁକୁଳିବାର ସମ୍ଭାବନା କମ୍। କାରଣ, ବର୍ଥ ଭଡା ଓ ଅନ୍ୟାନ୍ୟ ଫି ବାବଦରେ ଜାହାଜ ଉପରେ ପ୍ରାୟ ୮ କୋଟି ଟଙ୍କା ବକେୟା ରହିଛି।
Advertisment
ଏହି ଟଙ୍କା ଦାବି କରି ହାଇକୋର୍ଟରେ ସିଭିଲ ସୁଟ୍ ଦାଏର କରିଥିଲା ପାରାଦୀପ ଇଣ୍ଟରନାସନାଲ କାର୍ଗୋ ଟର୍ମିନାଲ-PICT। ଯାହା ଉପରେ ଶୁଣାଣି କରି ହାଇକୋର୍ଟ, ଆବେଦନକାରୀଙ୍କୁ ୭ କୋଟି ୯୫ ଲକ୍ଷ ୪୭ ହଜାର ୧୭୦ ଟଙ୍କା ଦେବାକୁ ଜାହାଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ରାୟରେ ହାଇକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ମାମଲା ଶେଷ ହେବା ଯାଏ ଜାହାଜକୁ ପାରାଦୀପରେ ହିଁ ଆରେଷ୍ଟ କର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)