• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପୁରୀବାସୀଙ୍କୁ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମିଳିବ ମୁକ୍ତି । ମାଟିଆପଡ଼ାଠାରେ ରେଳ ଓଭର ବ୍ରିଜ୍ ନର୍ମାଣ ଲାଗି ଜୋରସୋରରେ ଆଗେଇ ଚାଲିଛି କାମ । ଏପଟେ ପୁରୀରୁ କୋଣାର୍କକୁ ଟ୍ରେନ୍ ଗଡ଼ିବା ନେଇ ମଧ୍ୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିସାରିଛନ୍ତି ।

ସାଧାରଣ ଲୋକେ ଏହାକୁ ସ୍ୱାଗତ କରିଥିବା ବେଳେ ରେଳପଥ ଏବଂ ସ୍ଥଳପଥ ଭଳି ଜଳପଥରେ ପୁରୀରୁ ବିଭିନ୍ନ ସ୍ଥାନକୁ ଯାତାୟାତର ସୁବିଧା କରିବାକୁ ଦାବି ଉଠିଛି ।

ସାକାର ହେବ ପୁରୀବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ । ମାଟିଆପଡ଼ା ଠାରେ ଦ୍ରୁତ ଗତିରେ ଚାଲିଛି ରେଳ ଓଭରବ୍ରିଜ୍ କାମ । ଏଥିପାଇଁ ଜମି ଅଧିଗ୍ରହଣ ପ୍ରାୟ ଶେଷ ହୋଇଗଲାଣି । ଡ୍ରେନ୍ କାମ ଓ ବିଦ୍ୟୁତ ଖୁଣ୍ଟ ଉଠିବା ପରେ ବ୍ରିଜ କାମ ଆରମ୍ଭ ହୋଇଯିବ ।

ଓଭର ବ୍ରିଜ କାମ ଆଗାମୀ ଅପ୍ରେଲ ୨୦୨୫ସୁଦ୍ଧା ଶେଷ ହେବାପାଇଁ ଲକ୍ଷ୍ୟ ରଖାଯାଇଛି । ଓଭର ବ୍ରିଜ୍ ନିର୍ମାଣ ହେଲେ ଦୀର୍ଘ ବର୍ଷର ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେପଟେ ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ପୁରୀର ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ଥିଲା ।

ମାଟିଆପଡ଼ା ଠାରେ ଟ୍ରେନ୍ ଲାଇନ ଗେଟ୍ ପଡିବା ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ସାଧାରଣ ଲୋକେ ଏବଂ ରୋଗୀ ମାନେ ଏ ରାସ୍ତା ଦେଇ ଯିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ରେଳ ଓଭର ବ୍ରିଜ୍ କାମ ଆରମ୍ଭ ହେବା ସହ ପୁରୀରୁ କୋଣାର୍କକୁ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଗଡ଼ିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି ।

ଟୁର୍ ଅପରେଟର ସଂଘ ଏ ନିଷ୍ପତ୍ତିକୁ ସ୍ୱାଗତ କରିଥିବା ବେଳେ ସ୍ଥଳ ପଥ ଭଳି ଜଳପଥର ମଧ୍ୟ ବିକାଶ କରିବାକୁ ଦାବି କରିଛି । ତେବେ କେବେ ପୁରୀବାସୀଙ୍କର ସ୍ୱପ୍ନ ସାକାର ହେଉଛି ତାହା ଦେଖିବାକୁ ବାକି ରହିଲା ।