/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708872935.jpg)
Commissionerate Police
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ୍ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ଖୋଦ ପୋଲିସ କମିଶନର । ଗତକାଲି ଏନେଇ ପୋଲିସ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜିଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହିତ ଆଲୋଚନା କରିଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା । ଗତକାଲି ବୈଠକରେ ପୋଲିସ ଅଧିକାରୀଙ୍କୁ ତାଗିଦ କରିଥିବା ବେଳେ ଆଜି ଆପାର୍ଟମେଣ୍ଟ ସୁରକ୍ଷା ନେଇ ସଭାପତି ଓ ସମ୍ପାଦକଙ୍କ ସହିତ ଆଲୋଚନା କରିଛନ୍ତି । ଆପାର୍ଟମେଣ୍ଟରେ କିଭଳି କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ପାରିବ ସେନେଇ ବୈଠକରେ ଆଲୋଚନା କରାଯାଇଥିଲା । ଲୁଟକୁ ରୋକିବାକୁ ଏକ ଆଡଭାଇଜାରି ପ୍ରସ୍ତୁତ କରୁଛି ପୋଲିସ।
ଆପାର୍ଟମେଣ୍ଟ୍ରେ ପର୍ଯ୍ୟାପ୍ତ ତାଲିମପ୍ରାପ୍ତ ସିକ୍ୟୁରିଟି ଗାର୍ଡ ନିୟୋଜିତ କରିବା ସହ ଆଲାର୍ମ ସିଷ୍ଟମ ରଖିବାକୁ କୁହାଯାଇଛି । ବିଭିନ୍ନ ଅତ୍ୟାଧୁନିକ ମେସିନ୍ ଡିଟେକ୍ଟର ଫ୍ଲାଟରେ ଲଗାଇବାକୁ ପରାମର୍ଶ ଦେବା ସହିତ ନିକଟସ୍ଥ ଥାନା ନମ୍ୱର୍ ସିକ୍ୟୁରିଟି ଗାର୍ଡ ପାଖରେ ରଖିବାକୁ କୁହାଯାଇଛି । ଫଳରେ ଲୁଟ ହେଲେ ତୁରନ୍ତ ଥାନାକୁ ଯୋଗାଯୋଗ କରିବେ ସୁକ୍ୟୁରିଟି ଗାର୍ଡ। ଏହା ସହିତ ବାହାଦୁର ନାମକ ଡିଭାଇସକୁ ଘରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ଯାହାକି ଘରେ ଚୋରୀ ରୋକିବାରେ ସହଯୋଗ କରିବ। ଅନ୍ୟପଟେ ରାଜଧାନୀରେ ପୋଲିସ ପେଟ୍ରୋଲିଂକୁ ଦାୟୀ କରିଛନ୍ତି ଆପାର୍ଟମେଣ୍ଟବାସୀ। ପେଟ୍ରୋଲିଂ ଅଭାବ ପାଇଁ ବଢୁଛି ଲୁଟତରାଜ। ଗତ ୬ ମାସ ମଧ୍ୟରେ ୩୦ ଟି ଆପାର୍ଟମେଣ୍ଟର ୫୫ଟି ଫ୍ଲାଟରେ କଳାକନା ବୁଲାଇଥିଲେ ଲୁଟେରା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)