ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ ।
ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ କିଆଝର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଟୁଙ୍ଗେଇଶୁଣୀ ଗାଁ । ଏଠାରୁ ଅନେକ ଛାତ୍ରଛାତ୍ରୀ ଜଙ୍ଗଲ ଘାଟି ରାସ୍ତା ପାର ହୋଇ ୧୨ କିଲୋମିଟରରୁ ଅଧିକ ବାଟ ଚାଲି ଚାଲି ଦୈନିକ ସ୍କୁଲ ଯାଆନ୍ତି ।