• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

 ସରକାରଙ୍କ ବଡ଼ ଘୋଷଣା ।  ଗଠନ ହେଲା ନୂଆ ୩୪ଟି ଏନ୍‌ଏସି । ୫ ଏନ୍‌‌ଏସିକୁ ମଧ୍ୟ ମ୍ୟୁନିସିପାଲିଟି ଭାବେ ଉନ୍ନୀତ ମଧ୍ୟ କରାଯାଇଛି । ରାଜ୍ୟରେ ଆଉ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର । ୫ ଏନ୍‌ଏସିକୁ ମ୍ୟୁନିସିପାଲିଟି ଭାବେ ମଧ୍ୟ ଉନ୍ନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ଏନ୍‌ଏସିରୁ ମ୍ୟୁନିସିପାଲିଟି ହେଲା ।


ସେପଟେ ପାଲଲହଡ଼ା, ଛେଣ୍ଡିପଦା, ବସ୍ତା, ସିମୁଳିଆ , ପାଇକମାଳ, ଭେଡେନ୍‌, ଆଗରପଡ଼ା, ବେଲପଡ଼ା, ସଇଁତଳା , ବିଞ୍ଝାରପୁର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ , ଜୟପାଟଣା, ରାଇକିଆ, ବୋରିଗୁମ୍ମା, ସିନାପାଲି  , ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଡୁଙ୍ଗୁରିପାଲି, ବଣେଇ , ଶେରଗଡ଼, କୁକୁଡ଼ାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ , ସାଲେପୁର, ବଡ଼ମ୍ବା, ନରସିଂହପୁର, ନିଆଳି , ବେତନଟି, ପରଜଙ୍ଗ ଓ କଣ୍ଟାମାଳକୁ NAC ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।