୯ କିଲୋମିଟର କେନାଲ ପାର୍ଶ୍ବ ରାସ୍ତାକୁ ଯୋଡ଼ିବା ପାଇଁ ନିର୍ମାଣ ହୋଇଛି ୧୨ଟି ସେତୁ । ଯାଜପୁର ମୁକେଇପୁର ଠାରୁ ମାଳହାଟ ଯାଏ ରାସ୍ତାରେ ଗଲେ ଦେଖିବାକୁ ମିଳିବ ଏହି ମାଳମାଳ ସେତୁ ।
ଉପରେ ଚାଲିବ ଅନ୍ୟାନ୍ୟ ଯାନ, ତଳେ ଚାଲିବ ଟ୍ରେନ୍ । ମୋଟ୍ ୨ ହଜାର ୬୪୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ଆତ୍ମହତ୍ୟାର ହଟସ୍ପଟ୍ ପାଲଟିଛି କି କଟକ ? କାଠଯୋଡ଼ି ଓ ମହାନଦୀ ଉପରେ ନିର୍ମିତ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ ।
ପ୍ରବଳ ବର୍ଷାରୁ ପୁଣେରେ ଦୟନୀୟ ସ୍ଥିତି ପରେ ଉତ୍ତରାଖଣ୍ଡ, ଦିଲ୍ଲୀରେ ବି ସମାନ ସ୍ଥିତି । ଲଗାତାର ବର୍ଷା ଯୋଗୁଁ ସହର ସାରା ଖାଲି ପାଣି ଆଉ ପାଣି । ଲୋକଙ୍କ ଘରେ ପାଣି ପଶିଥିବା ବେଳେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ।
କୋରାପୁଟକୁ ରାୟଗଡ଼ା ସହ ସଂଯୋଗ କରୁଛି ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ବ୍ରିଜ୍। ୨୦୨୨ ଅଗଷ୍ଟ ୧୬ରେ ପ୍ରବଳ ବର୍ଷା ଯୋଗୁଁ ଏହି ବ୍ରିଜ୍ ଭାସି ଯାଇଥିଲା।
କୂଳ ଖାଉଛି ବୈତରଣୀ । ନଦୀରେ ସୁରକ୍ଷା ବନ୍ଧର ନିର୍ମାଣ ନେଇ ନାଁ ଧରୁନି ପ୍ରଶାସନ । ଯାହାକୁ ନେଇ ତାତିଲେଣି ନଦୀ କୂଳିଆବାସୀ । ଆଉ କହିଲେଣି ନଦୀରେ ସୁରକ୍ଷା ବନ୍ଧ ନାହିଁ ତ ଭୋଟ୍ ନାହିଁ ।
ସୁପୌଲର ବକୌରରୁ ମଧୁବନୀର ଭେଜା ଘାଟ ମଧ୍ୟରେ ନିର୍ମାଣ ହେଉଛି ଭାରତର ସବୁଠୁ ଲମ୍ବା ସଡ଼କ ବ୍ରିଜ୍ । ଆଜି କାମ ଚାଲିଥିବା ବେଳେ ହଠାତ୍ ବ୍ରିଜଟି ମଝିରୁ ଭାଙ୍ଗିଯାଇଥିଲା।
ଅଭିଶପ୍ତ ବ୍ରିଜ୍ । ୨୬ ବର୍ଷରେ ଗଲାଣି ୧୦୦ ଜୀବନ । ସନ୍ଧ୍ୟା ପାଖେଇ ଆସିଲେ ଏଠି ଯାତାୟାତ ହୁଏ ଠପ୍ । ଜାଣନ୍ତୁ କେଉଁଠି ରହିଛି ଏହି ବ୍ରିଜ୍...
ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କ ପାଇଁ ଗୁଜରାଟର ଦ୍ୱାରକାରେ ସୁଦର୍ଶନ ସେତୁର ଉଦଘାଟନ କରିଛନ୍ତି।
୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୋଦି।
ବିପଦରେ ଶ୍ରୀଜଗନ୍ନାଥ ଧାମର ପ୍ରବେଶ ପଥ- ଅଠରନଳା। ଏହି ଐତିହ୍ୟ ସେତୁର ଖମ୍ବ ଫାଟି ଆଁ କଲାଣି, ଭାସ୍କର୍ଯ୍ୟ ଭୁଷୁଡ଼ି ଗଲାଣି।
ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।
ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।
ଏହି କ୍ରମରେ ଆଜି ଦେଖିବା ମାଲକାନଗିରି ଜିଲ୍ଲା କୋରକୁଣ୍ଡା ଓ ସମ୍ବଲପୁର ନାକଟିଦେଉଳ ଅଞ୍ଚଳର ୨ଟି ଚିତ୍ର। ବିକାଶର ମାଳ ମାଳ ବିଜ୍ଞାପନକୁ କେଉଁଠି ଶକ୍ତ ଚାପୁଡ଼ା ମାରିଛି ଗାଁ ଲୋକଙ୍କ ଦ୍ବାରା ନିର୍ମିତ ଅସ୍ଥାୟୀ କାଠପୋଲ ତ ଆଉ କେଉଁଠି ନିର୍ବାଚନୀ ପ୍ରତିଶ୍ରୁତିର ପୋଲ୍ ଖୋଲିଦେଇଛି ଆବଡ଼ା ଖାବଡ଼ା ରାସ୍ତା।
ଧୂଆଁବାଣ ସାଜିଛି ନେତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି...ନାକଟିଦେଉଳ ବ୍ଲକ ସାଲେଭଟାର ଟିକିରା ନଈରେ ପୋଲ ନାହିଁ...ପୋଲ ନଥିବାରୁ ନାକେଦମ୍ ହେଉଛନ୍ତି ୯ ଖଣ୍ଡ ଗାଁ ଲୋକେ...
ଆରବ ସାଗର ଉପରେ ନିର୍ମାଣ ହୋଇଛି ଏହି ସେତୁ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ ଲେନ ବିଶିଷ୍ଟ ଏହି ଟ୍ରାନସ୍ ହାର୍ବର ସି ଲିଙ୍କ ସେଣ୍ଟ୍ରାଲ ମୁମ୍ବାଇକୁ ନଭି ମୁମ୍ବାଇ ସହ ସଂଯୋଗ କରୁଛି ।
ପ୍ରଥମେ ପୋଲ ପରେ ଟ୍ରେନ ଚୋରି ହେଲା । ପରେ ପରେ ପୋଖରୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଆଉ ପୋଖରୀ ଥିବା ଜାଗାରେ ନିର୍ମାଣ କରା ଯାଇଥିଲା ଘର ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।
ଦୁର୍ଗମ ଅଞ୍ଚଳର ଅନ୍ଧାରୀ ମୂଲକର ୫ପଞ୍ଚାୟତର ୨୫ଖଣ୍ଡ ଗାଁକୁ ନାହିଁ ପୋଲ । ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି ଶହ ଶହ ଗ୍ରାମବାସୀ.....
ନା ରାସ୍ତା ଅଛି ନା ପୋଲ ଅଛି। ଭରା ନଈରେ ଚାଲିଛି ଜୀବନ ଯାତ୍ରା । ସରକାରଙ୍କ ବିଜୁ ସେତୁ ଯୋଜନା ଏମାନଙ୍କ ପାଇଁ କଳ୍ପନାର ବାହାରେ.....
ଶୁଖିଲା ପଡ଼ିଥିବା ଏଇ ନାଳ କରାଳ ରୂପ ନିଏ ବର୍ଷା ଦିନେ.. ଅସରାଏ ଅଜାଡ଼ିଦେଲେ ୧୦ଟି ଟୋଲାର ୨୫ହଜାର ଲୋକଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରିଦିଏ.. ମରଣଯନ୍ତା ପାଲଟିବାକୁ ବି ପଛାଏ ନାହିଁ..
ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ତିଆରି ହେଲା ବ୍ରିଜ୍.. ହେଲେ ଲୋକାର୍ପଣ ହୋଇପାରୁନି କି ଲୋକଙ୍କ କାମରେ ଲାଗୁନି.. ଆଉ ବନ୍ୟା ଆସିଲେ କଥା ସରିଗଲା.. ବିଚ୍ଛିନ୍ନ ହୋଇଯିବେ ୫ ୫ଟି ପଞ୍ଚାୟତର ଲୋକେ
ସରକାରଙ୍କୁ କହି କହି ଥକିଗଲେ ଗାଁ ଲୋକେ। ହେଲେ ୨୨ ବର୍ଷର ସ୍ଥିର ସରକାର ଲୋକଙ୍କ ଆବଶ୍ୟକତା ପୂରଣ କରିପାରିଲାନି। ଶେଷରେ ଗାଁ ଲୋକେ ବାନ୍ଧିଲେ ଅସ୍ଥାୟୀ ବାଉଁଶ ପୋଲ ନିର୍ମାଣ କରିଛନ୍ତି।
ଖୋଦ୍ ରାଜସ୍ୱମନ୍ତ୍ରୀଙ୍କ ଇଲାକାରେ ଜମି କେଁ। ଅବଧିର ୨ ବର୍ଷ ପରେ ବି ସରୁନି ପୋଲ କାମ..ମେଡିକାଲକୁ ଆସି ହେଉନି କି ସ୍କୁଲ, କଲେଜ୍କୁ ଯାଇ ହେଉନି
ଟ୍ରାଜେଡି ଗୁଜରାଟ ମୋର୍ବିରେ..ହେଲେ ଛନକା ଧବଳେଶ୍ୱର ପୀଠରେ..କାହିଁକିନା ଏଠି ବି ଅଛି ଝୁଲାପୋଲ, ଚାଲୁଛନ୍ତି ମାଳ ମାଳ ଭକ୍ତ