/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708872731.jpg)
Biramaharajpur declared as NAC
ସରକାରଙ୍କ ବଡ଼ ଘୋଷଣା । ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଯାହାଫଳରେ ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି । ନୂଆ NAC ତାଲିକାରୁ ବୀରମହାରାଜପୁର ବାଦ୍ ପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଥିଲା । ପୂର୍ବରୁ ଏନେଇ ବାରମ୍ବାର ଆନ୍ଦୋଳନ କରାଯାଇଥିଲେ ବି ଦାବି ପୂରଣ ନହେବାରୁ ଆସନ୍ତାକାଲି ବୀରମହାରାଜପୁର ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ ମଧ୍ୟ ବିଭିନ୍ନ ଦଳର ନେତା ।
ଗତକାଲି ୫ ଏନ୍ଏସିକୁ ମଧ୍ୟ ମ୍ୟୁନିସିପାଲିଟି ଭାବେ ଉନ୍ନୀତ ମଧ୍ୟ କରାଯାଇଥିଲା । ରାଜ୍ୟରେ ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । ବୌଦ୍ଧଗଡ଼, କରଞ୍ଜିଆ, କଣ୍ଟାବାଞ୍ଜି, ଛତ୍ରପୁର, ଆସ୍କା ଏନ୍ଏସିରୁ ମ୍ୟୁନିସିପାଲିଟି ହୋଇଥିଲା ।
ଅନ୍ୟପଟେ ପାଲଲହଡ଼ା, ଛେଣ୍ଡିପଦା, ବସ୍ତା, ସିମୁଳିଆ , ପାଇକମାଳ, ଭେଡେନ୍, ଆଗରପଡ଼ା, ବେଲପଡ଼ା, ସଇଁତଳା , ବିଞ୍ଝାରପୁର, ପାଣିକୋଇଲି, ଜାରକା, ଚଣ୍ଡିଖୋଲ , ଜୟପାଟଣା, ରାଇକିଆ, ବୋରିଗୁମ୍ମା, ସିନାପାଲି , ଚାନ୍ଦିଲି, ମୁନିଗୁଡ଼ା, ବିଷମକଟକ, ଡୁଙ୍ଗୁରିପାଲି, ବଣେଇ , ଶେରଗଡ଼, କୁକୁଡ଼ାଖଣ୍ଡି, କଣ୍ଟିଲୋ, ଟାଙ୍ଗୀ, ବେଗୁନିଆ , ସାଲେପୁର, ବଡ଼ମ୍ବା, ନରସିଂହପୁର, ନିଆଳି , ବେତନଟି, ପରଜଙ୍ଗ ଓ କଣ୍ଟାମାଳକୁ NAC ହେବ ବୋଲି ରାଜ୍ୟ ସରକାର ଗତକାଲି ଘୋଷଣା କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)