• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିରରେ ଭିତରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ଲୀଳାବତୀ ପାଟମହାଦେଇ, ରାଜକୁମାରୀ କୁମାରମଣିଙ୍କ ସହ ସପରିବାର ଦର୍ଶନ କରିଛନ୍ତି ଗଜପତି । ଏହାସହ ନାଟମଣ୍ଡପର କାର୍ଯ୍ୟକୁ ଅନୁଧ୍ୟାନ ମଧ୍ୟ କରିଛନ୍ତି ।

ପରମ୍ପରା ମୁତାବକ, ଗଜପତି ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ପ୍ରବେଶ କରି ବଟ ଗଣେଶଙ୍କୁ ଦର୍ଶନ କରିଥିଲେ । ସେଠାରୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଦକ୍ଷିଣ ଦ୍ୱାର ଦେଇ ଫେରିଛନ୍ତି । ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ ପରେ ବିମଳାଙ୍କ ମନ୍ଦିର, ଲକ୍ଷ୍ମୀ ମନ୍ଦିରରେ ଦର୍ଶନ କରିଥିଲେ ।

ପରେ ମୁକ୍ତିମଣ୍ଡପରେ ବ୍ରାହ୍ମଣଙ୍କ ଆଶୀର୍ବାଦ ନେଇଥିଲେ । ଗଜପତି କହିଛନ୍ତି, ନାଟମଣ୍ଡପ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାର ମରାମତି ଆବଶ୍ୟକ ଥିଲା । ସେଇ ଅନୁଯାୟୀ କାମ ଆରମ୍ଭ ହୋଇଛି । ଅନ୍ୟପଟେ ଶୁକ୍ଳ ପଞ୍ଚମୀଠାରୁ ରଥନିର୍ମାଣ ପାଇଁ ରଥକାଠ ଅନୁକୂଳ ହୋଇଛି ।

ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରା ଯାଇଛି । ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିଛନ୍ତି । ସେପଟେ ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଦିବ୍ୟାଙ୍ଗମାନେ ଶ୍ରୀଜିଉଙ୍କୁ ଠିକ୍ ଭାବେ ଦର୍ଶନ କରିପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ତେଣୁ ଦିବ୍ୟାଙ୍ଗ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ପ୍ରଶାସନ କରିବାକୁ ଦାବି ଜୋର ଧରିଛି ।

୨୦୧୭ ମସିହାରେ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାର ଦେଇ ରାମ୍ପ ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ ତାହା ଆଜି ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ପୂର୍ବରୁ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ୁଥିବା ଦେଖିବାକୁ ମିଳିଥିଲା ।