ଭଙ୍ଗା ଦଦରା ଘରଟିଏ। ଘରର ଅଧା କାନ୍ଥ ମାଟିରେ ମିଶି ଗଲାଣି… ଚାଳ ନଇଁ ତଳେ ଲାଗିଲାଣି। ଦଲକାଏ ପବନ ଅସରାଏ ବର୍ଷାରେ କେତେବେଳେ ବି ମାଟିରେ ମିଶିଯିବ ଠିକ୍ ନାହିଁ। ଘରକୁ ସଳଖିବା ପାଇଁ ଚାରିପଟେ କାଠ ଦେଇ ବନ୍ଧା ବି ହୋଇଛି। ଦିନ ବେଳା ସୂର୍ଯ୍ୟ କିରଣ ଆଉ ରାତିରେ ଚାଳ ଦେଇ ଦିଶୁଛି ଗୋଲ୍ ଜହ୍ନ ହେଲେ ବର୍ଷା ଋତୁ ରେ ସମସ୍ତେ ଡରି ଡରି ବଞ୍ଚନ୍ତି ଜୀବନ । ବର୍ଷା ଡରରେ ଚାଳ ଉପରେ ଢଙ୍କା ହୋଇଛି ପଲିଥିନ୍...କାଳେ ପଲିଥିନ୍ ଉଡ଼ିଯିବ ସେଥିପାଇଁ କାଠ ଗଣ୍ଡି ବି ଲଦା ହୋଇଛି। ଆଉ ଘର ଭିତରର ଦୃଶ୍ୟ କହିଲେ ନସରେ... ଦେଖନ୍ତୁ କେମିତି ମୂଷା ଗାତ କରି ମାଟି ଗଦା କରିଛି।
Published By: Santosh Kumar Sahoo
Last updated: 25 February 2024, 12:07 PM IST
ବିଦେଶରେ ନାମଜାଦା ଡାକ୍ତର, ହେଲେ ମନ ଗାଁରେ । ସୁଦୂର ଲଣ୍ଡନରେ ଜଣେ ଲୋକପ୍ରିୟ ଡାକ୍ତର । ବିପୁଳ ସଫଳତା, ଅର୍ଥ, ପଦମର୍ଯ୍ୟାଦା, ପ୍ରାଚୁର୍ଯ୍ୟର ଗହଳି ଭିତରେ ସହଦେବ ଭୁଲି ନାହାନ୍ତି ନିଜର ଗାଁ ମାଟି, ପ୍ରିୟ ବିଦ୍ୟାଳୟ ଓ ପ୍ରିୟ ପରିଜନଙ୍କୁ । ବିଦ୍ୟାଳୟରେ ପିଲାମାନଙ୍କ କମ୍ପ୍ୟୁଟର ଶିକ୍ଷା ପାଇଁ ଖୋଲିଛନ୍ତି ଶୋଭାଦେବୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ।