ମହଙ୍ଗା ପଡିଲା କି କୁଲାଙ୍ଗେଙ୍କ ଘୋଷଣା! ସକାଳେ ଗଣମାଧ୍ୟମକୁ ସୂଚନା ଦେଲେ ଆଉ ସନ୍ଧ୍ୟାରେ ପ୍ରତ୍ୟାହାର କଲେ। ଆଜି ହଠାତ୍ କୁଲାଙ୍ଗେଙ୍କୁ ବଦଳି କରିଦିଆଗଲା।
ଲୋକଙ୍କୁ ଆହୁରି ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି ।
ରାଜଧାନୀରେ କୃତ୍ରିମ ବନ୍ୟା ଓ ମୁକୁଳା ଡ୍ରେନ୍ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ପ୍ରାକୃତିକ ନାଳ କଭର ହୋଇ ପାରିବନି । ପ୍ରାକୃତିକ ନାଳକୁ କଭର ନକରିବା ନେଇ NGTଙ୍କ ନିର୍ଦ୍ଦେଶ ରହିଛି । ଏଥିସହ ସେ ସୂଚନା ଦେଇଛନ୍ତି ଯେ ଭୁବନେଶ୍ୱରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ ହୋଇଥଲା । ଏବେ ସହରରେ ୭୫ଟି ପଏଣ୍ଟରେ ୱାଟର ଲଗିଂ ସମସ୍ୟା ଦେଖାଦେଇଛି । ଏହାର ସମାଧାନ ପାଇଁ ଗତବର୍ଷ ୨୦ଟି ସ୍ଥାନରେ ଏବଂ ଚଳିତ ବର୍ଷ ୩୫ଟି ସ୍ଥାନରେ ପମ୍ପ ଲାଗିଛି ।