• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଚର୍ଚ୍ଚାରେ ରାଜଧାନୀର ଅଟୋଚାଳକଙ୍କ ମହତପଣିଆ । ୧୪ ବର୍ଷୀୟା ଝିଅର ଅକାଳ ବିୟୋଗ  ପରେ, ତାର ଅଙ୍ଗଦାନ ପାଇଁ ନେଲେ ନିଷ୍ପତ୍ତି । ସୂଚନା ଅନୁସାରେ, କେନ୍ଦୁଝର ବରେଇଗୋଡ଼ା ଗାଁର ଦୁଃଖବନ୍ଧୁ ମହାନ୍ତି ଭୁବନେଶ୍ବରରେ ଅଟୋ ଚଳାଇ ପତ୍ନୀ ବନିତା ଓ ଝିଅ ଦମୟନ୍ତୀଙ୍କ ସହ ରହୁଥିଲେ । ହେଲେ ୫ ମାସ ତଳେ ଅଚାନକ ଝିଅର କିଡନୀ ସମସ୍ୟା ଦେଖାଦେବା ପରେ, ସେବେଠୁ ତାଙ୍କର ଡାଏଲିସିସ୍ ହେଉଥିଲା । 

ତେବେ ସପ୍ତାହେ ତଳେ ହଠାତ୍ ଦମୟନ୍ତୀ ଅସୁସ୍ଥ ହୋଇପଡ଼ିବାରୁ, ଭୁବନେଶ୍ବର ଏମ୍ସରେ ତାଙ୍କୁ ଭର୍ତ୍ତି କରାଯାଇଥିଲା ଓ ବ୍ରେନ୍ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଥିଲା । ଦମୟନ୍ତୀଙ୍କୁ ଡାକ୍ତର ବ୍ରେନଡେଡ୍ ଘୋଷଣା କରିବା ପରେ, ତାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ମହାନ୍ତି ଦମ୍ପତ୍ତି । ଦମୟନ୍ତୀଙ୍କ କେବଳ ଲିଭର୍‌ ବା ଯକୃତ ଅଙ୍ଗଦାନ ପାଇଁ ଯୋଗ୍ୟ ବିବେଚିତ ହେବା ପରେ, ଏହାକୁ ଏମ୍ସରେ ରିଟ୍ରାଇଭ୍ କରି ଦିଲ୍ଲୀ ପଠାଯାଇଛି । ନୂଆଦିଲ୍ଲୀର  ଇନଷ୍ଟିଚ୍ୟୁଟ ଅଫ୍ ଲିଭର୍‌ ଆଣ୍ଡ୍ ବାଇଲଅରି ସାଇନ୍ସ ବା ILBSକୁ ଏହାକୁ ପଠାଯାଇଛି । ମୃତ ଶରୀରରୁ ଅଙ୍ଗ ସଂଗ୍ରହ କ୍ଷେତ୍ରରେ ଏମ୍ସ ଭୁବନେଶ୍ବର ପାଇଁ ଏହା ପ୍ରଥମ ଘଟଣା । ଏବେ ଅନ୍ୟଜଣଙ୍କ ଶରୀରେ ବଞ୍ଚିବେ ଦମୟନ୍ତୀ । ଝିଅକୁ ହରାଇ ତାଙ୍କ ବାପାମାଆ ଦୁଃଖରେ ଭାଙ୍ଗିପଡ଼ିଥିଲେ ମଧ୍ୟ, ତାଙ୍କ ଲିଭର୍‌ ଅନ୍ୟ ଜଣଙ୍କୁ ନୂଆ ଜୀବନ ଦେବ ଜାଣି ସେମାନେ ଗର୍ବିତ ବୋଲି କହିଛନ୍ତି ।