• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ଖଣ୍ଡନ କଲେ ବୋର୍ଡ ଉପସଭାପତି । କୌଣସି ପ୍ରଶ୍ନପତ୍ର ଲିକ୍ ହୋଇନଥିବା କହିଲେ ନିହାର ରଂଜନ ମହାନ୍ତି । 'ପରୀକ୍ଷାକୁ ୨୪ ଘଣ୍ଟା ବିତିଥିଲେ ବି ଆମ ପାଖକୁ ଅଭିଯୋଗ ଆସିନି' । ବିଭ୍ରାନ୍ତ କରିବାକୁ କେହି ଏଭଳି କରିଥିବା କହିଲେ ବୋର୍ଡ ଉପସଭାପତି ।

ଧରାପଡ଼ିଥିବା ତ୍ରୁଟିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପାରିସ ହୋଇଛି । କିଛି ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା AIରୁ ଧରାପଡ଼ିଥିଲା । ଭୁଲ୍ ଜାଣିପାରିନଥିବା କହିଛନ୍ତି ପରୀକ୍ଷା ଦାୟିତ୍ୱରେ ଥିବା କର୍ମଚାରୀ । ଏନେଇ ସେମାନଙ୍କୁ ଅଧିକ ସଚେତନ କରାଯିବ, ଅଣ୍ଡରଟେକିଂ ରଖାଯିବ ବୋଲି କହିଛନ୍ତି ବୋର୍ଡ ଉପସଭାପତି ।

ଅଣ୍ଡରଟେକିଂ ରଖାଯାଇ ଆବଶ୍ୟକସ୍ଥଳେ ପରୀକ୍ଷାରେ ନିୟୋଜିତ କରାଯିବ କହିଛନ୍ତି ବୋର୍ଡ ଉପସଭାପତି । ସେପଟେ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ନେଇ ଗର୍ଜିଲା ବିଜେପି ଯୁବ ମୋର୍ଚ୍ଚା । ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି ଯୁବ ମୋର୍ଚ୍ଚା । ମନ୍ତ୍ରୀ ରବର ଷ୍ଟାମ୍ପ, ସିଷ୍ଟମ ଉପରେ ତାଙ୍କର କର୍ତ୍ତୃତ୍ୱ ନାହିଁ ବୋଲି କହିଛି ବିଜେପି ଯୁବ ମୋର୍ଚ୍ଚା ।

ବ୍ୟବସ୍ଥାରେ ଥିବା ଲୋକଙ୍କୁ ଧରିପାରୁନାହାନ୍ତି ଗଣଶିକ୍ଷା ମନ୍ତ୍ରୀ । ଏଭଳି ମନ୍ତ୍ରୀ ରହିଲେ ଶିକ୍ଷାବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବ ବୋଲି କହିଛି । ମନ୍ତ୍ରୀଙ୍କ ଘର ଆଗରେ ଆନ୍ଦୋଳନ କରାଯିବ କହିଲା ଯୁବ ମୋର୍ଚ୍ଚା । ସେପଟେ ମାଟ୍ରିକ ପରୀକ୍ଷାରେ ତ୍ରୁଟି ପାଇଁ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ବଦଳିଲେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ।

କେନ୍ଦୁଝର ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବଦଳିଥିବା ନେଇ ସୂଚନା ମିଳିଛି । ବୋର୍ଡ ନିର୍ଦ୍ଦେଶରେ ସୁପରିଣ୍ଟେଣ୍ଡେଣ୍ଟ ବଦଳିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ । ଏପଟେ ହାଟଡିହି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିସ୍ ହୋଇଛି ।

ସେହିପରି କେନ୍ଦୁଝରରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗର ତଦନ୍ତ ଚାଲିଛି । ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।