ବର୍ଷା ଏବଂ ଶୀତରେ କଷ୍ଟମଷ୍ଟେ ଚଳିଯାଉଛି। କିନ୍ତୁ ଖରାଦିନରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା।
ଉଇକିପିଡ଼ିଆରେ ନିତିଦିନ ଅତି କମ୍ରେ ଗୋଟିଏ ପ୍ରସଙ୍ଗ ଲେଖିବା ସଂଗ୍ରାମଙ୍କ ନିଶା। ଲଗାତାର କରିଛନ୍ତି ୨୫୦୦ ଦିନର ଲିଖନ ଯାତ୍ରା, ଉଇକିପିଡ଼ିଆରେ ଲେଖିଛନ୍ତି ୩୦୦୦ରୁ ଅଧିକ ତଥ୍ୟଭିତ୍ତିକ ପ୍ରସଙ୍ଗ।
ଟ୍ରାପ୍ କ୍ୟାମେରା ଦ୍ୱାରା ଏବେ ଧରାପଡ଼ିଲା ଶିକାରୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ।
ଗରିବ ହିତାଧିକାରୀଙ୍କୁ ମିଳୁଥିବା ହଜାରେ ଟଙ୍କା ଦେଉଛି କିଏ ? ବଲାଙ୍ଗିର ଲୋଇସିଂହାରେ ଭାଇରାଲ୍ ରସିଦକୁ ନେଇ ଚର୍ଚ୍ଚା...ଗୋଟିଏ ରସିଦରେ କେନ୍ଦ୍ର ଯୋଜନା, ଅନ୍ୟଟିରେ ରାଜ୍ୟ ଯୋଜନା !
ନୂଆ-ଓ କାର୍ଯ୍ୟକ୍ରମରେ ପାଣ୍ଡିଆନଙ୍କୁ କ’ଣ କହିବାକୁ ଚାହୁଁଥିଲେ ଛାତ୍ରୀ ?
ଚିନ୍ତା ବଢ଼ାଇଲା କଳା ବାଘ । ଓଡ଼ିଶାରେ ଏଣିକି ପ୍ରତି ବର୍ଷ ହେବ ବାଘ ଗଣନା । କ୍ୟାମେରା ଟ୍ରାପ ଜରିଆରେ ବର୍ଷ ସାରା ରଖାଯିବ ନଜର। ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଦେଲେ ସୂଚନା ।
ବାବା ଭେଙ୍ଗାଙ୍କ ନାଁ ବିଶ୍ୱର ପ୍ରସିଦ୍ଧ ଭବିଷ୍ୟଦ୍ବକ୍ତାମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ସାରା ବିଶ୍ୱ ବିଶ୍ୱାସ କରେ। ବାବା ଭେଙ୍ଗା ପ୍ରତିବର୍ଷ ପରି, ୨୦୨୪ ପାଇଁ ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟଙ୍କର ଥିଲା।
ପେଟ ପାଟଣା ପାଇଁ ସେ ଯାଇଥିଲେ ୱାର୍ ଜୋନକୁ । ସିକ୍ୟୁରିଟି ହେଲ୍ପର ଭାବରେ ନିଯୁକ୍ତି ହେଲେ ମୋଟା ଅଙ୍କର ଦରମା ପାଇଲେ । ହେଲେ ବିଧିର ବିଧାନ କିଛି ଭିନ୍ନ ଥିଲା । ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ହାରିବାକୁ ପଡ଼ିଲା ଜୀବନ । ଗୁଜରାଟ ସୁରତର ହାମିଲ ଅଶ୍ୱିନୀଭାଇ ମଙ୍ଗୁକିଆ ଯୁଦ୍ଧ କ୍ଷେତ୍ରରେ ଜୀବନ ହାରିଛନ୍ତି । ଏପରେ ପୁଅକୁ ଝୁରି ଝୁରି ମା ଆଖିରୁ ଲୁହ ଶୁଖୁନି....
ନୀଳମୟ ହେଲା ଲୋୟର ପିଏମ୍ଜି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ ।
ଆଶ୍ଚର୍ଯ୍ୟ ଲାଗେ ଆଜି ବି ସମାଜରେ ଏମିତି ଅନେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନଙ୍କ ପାଇଁ ସମାଜ କଳଙ୍କ ମୁଣ୍ଡାଏ । ବରଗଡ଼ ଗୋପାଳରପୁର ଗାଁରୁ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କୁ ଚକିତ କରିବ । ଜଣେ ବାପା ଝିଅ ହେଲା ବୋଲି ପରିବାରକୁ ପର କରି ଚାଲିଯାଇଛି.....
୧୨ କିଲୋମିଟର ରାସ୍ତା ଏବେ ମରଣଯନ୍ତା । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମଝିରୁ ଦୁଇ ଫାଳ । ୩ କୋଟିରୁ ଅଧିକ ଟଙ୍କ ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହୋଇଛି । ମାତ୍ର ୬ ମାସ ନଯାଉଣୁ ଫାଟି ଆଁ ।
ମହଙ୍ଗା ପଡ଼ିଲା ଚଟପଟି ଖାଇବା । କାହାକୁ ଜ୍ୱର ତ କିଏ ଡାଇରିଆରେ ଆକ୍ରାନ୍ତ । ଚଟପଟି ଖାଦ୍ୟ ଖାଇ ଗୋଟିଏ ଗାଁର ୪୦ରୁ ଉର୍ଦ୍ଧ୍ୱ ଲୋକେ ଅସୁସ୍ଥ । କାମ କରୁନି ମେଡିସିନ୍, ସ୍ଥାନୀୟ ମେଡିକାଲକୁ ଚାଲି ଚାଲି ନୟାନ୍ତ ହେଲେଣି ଲୋକେ ।
ସଞ୍ଜ ନଇଁଲେ ଥାନା ପରିସରରେ ରୁଣ୍ଡ ହେଉଛନ୍ତି ପିଲାଏ । କିଏ ଦୋଳି ଖେଳୁଛି ଆଉ କିଏ ସେଲ୍ଫି ନେଉଛି, ଆଉ କିଏ କେତେକ ଖସଡ଼ା, ଚକ୍ର ଘୁରିବାରେ ବ୍ୟସ୍ତ l
କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ବସନ୍ତ ବାଆରେ ଯେମିତି ଦୋଳି ଖେଳୁଛି ସୁନେଲି ସୂର୍ଯ୍ୟମୁଖୀ । ଆଉ ଏହି ସୂର୍ଯ୍ୟମୁଖୀ ଚାଷ କରି ଚାଷୀ ବି ହସୁଛି । ହଳଦୀ ଗୁରୁଗୁରୁ ଛନଛନିଆ ଗଛକୁ ଦେଖିଲେ ଯାହାର ବି ମନ ଲାଖିଯିବ ।
ଖଲିଆପାଲି ପୀଠହିଁ ସନ୍ଥ ବୀମ ଭୋଇଙ୍କ ସିଦ୍ଧି ଓ ସାଧନାର ପୀଠ । ଯେଉଁଠି ମାଘ ଚତୁର୍ଦ୍ଦଶୀଠାରୁ ଆରମ୍ଭକରି ପାଂଚଦିନ ବ୍ୟାପି ଅନୁଷ୍ଠିତ ହୋଇଥାଏ ବିରାଟ ମାଘମେଳା ।
ରାଜ୍ୟରେ ଓଡ଼ିଆ ଉଦ୍ୟୋଗୀଙ୍କୁ ଅଣଦେଖା। ଏଭଳି ଅଭିଯୋଗ ଆଣି ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ନିକଟରେ ସୋସିଆଲ୍ ମିଡିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। କେବଳ ଓଡ଼ିଆ ଉଦ୍ୟୋଗୀ ନୁହେଁ, ରାଜ୍ୟରେ ବଡ଼ ଶିଳ୍ପକୁ ଛାଡ଼ିଦେଲେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବି ଲାଞ୍ଛିତ ହେଉଥିବା ନେଇ ଉଦବେଗ୍ ପ୍ରକାଶ କରିଛି ଶିଳ୍ପସଂଘ.
ଭୋଟ୍ ପାଖେଇଲେ ପ୍ରତିଶ୍ରୁତିର ପାହାଡ଼, ଭୋଟ୍ ସରିଗଲେ କିଏ କାହାର। ନେତାଙ୍କୁ ଜନତାଙ୍କ ଏଇ ଆକ୍ଷେପ ସାରା ରାଜ୍ୟରେ। ତେବେ ଏ ଆକ୍ଷେପ ମନଗଢ଼ା ନୁହେଁ, ଜୀବନ୍ତ ପ୍ରମାଣ ସହ ଦେଉଛନ୍ତି। କେମିତି ଜାଣିବାକୁ ଯିବ ଚୌଦ୍ବାର ଓ କେନ୍ଦ୍ରାପଡ଼ାକୁ। ପିଇବା ପାଣିରୁ ପୋଲ ଯାଏଁ ସବୁଠି ମୌଳିକ ସୁବିଧା ପୂରଣରେ ଅବହେଳାକୁ ନେଇ ଅଭିଯୋଗ-କହିଥିଲେ,କଲେନି..
ଏମାର ମଠ ମାଟି ତଳେ କିଛି କୋଠରୀ ଅଛି କି? ମାଟି ତଳେ କିଛି ଦୁର୍ଲଭ ଜିନିଷ ପୋତି ରହିଛି କି? ଏଭଳି ପ୍ରଶ୍ନ ଏବେ ଉଙ୍କି ମାରୁଛି ସମସ୍ତଙ୍କ ମନରେ।
କେବଳ ଓଡ଼ିଆ ଉଦ୍ୟୋଗୀଙ୍କ ପ୍ରତି ରାଜ୍ୟ ସରକାର କରୁଥିବା ଅନ୍ୟାୟ ଓ ଅଣଦେଖାକୁ ଲୋକଲୋଚନକୁ ଆଣୁଛନ୍ତି । ରାଜ୍ୟ ସରକାର ବିଦେଶୀ ପୁଞ୍ଜିପତିଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦେଇ ରାଜ୍ୟକୁ ଆଣୁଛନ୍ତି ।
ଭୋଟ୍ ବେଳେ ପ୍ରତିଶ୍ରୁତି ପାହାଡ଼, ଭୋଟ୍ ସରିଗଲେ କିଏ କାହାର । ସ୍ବାଧୀନତାର ୭୫ବର୍ଷ ପରେ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ପାଦଚଲା ରାସ୍ତା ଓ ଗୋଳିଆ କୂଅ ପାଣିରେ ବିତୁଛି ଜୀବନ ।
କମିଶନରେଟ ପୋଲିସକୁ ଆପାର୍ଟମେଣ୍ଟ ସୁରକ୍ଷା ଚିନ୍ତା । ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସହ ଆଲୋଚନା କଲେ ପୋଲିସ କମିଶନର । ଘରେ ‘ବାହାଦୂର’ ଡିଭାଇସ ଲଗାଇବାକୁ ଦେଲେ ପରାମର୍ଶ...
ସରକାରଙ୍କ ବଡ଼ ଘୋଷଣା । ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଯାହାଫଳରେ ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି ।
ନିଆଁ ସିନା ସବୁ ଜାଳିପୋଡ଼ି ସାରିଦେଲା... କିନ୍ତୁ ସଂପର୍କର ବନ୍ଧନ ସାତ ଜନ୍ମ ପାଇଁ ସାଥୀ ହେବାକୁ କଥା ଦେଇଥିବା ମଣିଷ, ବଦଳିଲାନି... କେବଳ ଶାଢୀ ଖଣ୍ଡିଏରେ ସବୁଦିନ ପାଇଁ ହୀରାମଣିଙ୍କୁ ବୋହୂ କରି ନେବେ ବୋଲି ଦେଇଛନ୍ତି ପ୍ରତିଶ୍ରୁତି। ଆଉ ଏ କଥା ଯିଏ ଶୁଣୁଛି ସିଏ କହୁଛି, ଏମିତି ଜୋଇଁ ସମସ୍ତଙ୍କୁ ମିଳୁ।
ସଜେଇ ହୋଇଛି କୋରାପୁଟ । ନିର୍ମଳ ଆକାଶ, ପୁଷ୍ପରାଜି, ପକ୍ଷୀ କାକଳିରେ ପୁରି ଉଠୁଛି ପରିବେଶ । ବାଟରେ ଯାଉଥିବା ପଥିକଟିଏ ବି ଅଟକି ଯାଉଛି । ଆମ୍ବ ଗଛରେ ହସୁଥିବା ବଉଳର ବାସ୍ନାରେ ସେ ହେଉଛି ବିମୋହିତ ।